
ଭୁବନେଶ୍ୱର, ୧୮ ନଭେମ୍ବର (ହି.ସ.)- ଲୋଇସିଂହା ବ୍ଲକ ଅନ୍ତର୍ଗତ କନ୍ଦାଯୁରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ମହୋତ୍ସବ ଆୟୋଜନ ହେବାକୁ ଯାଉଛି।ଏହି ଗୌରବମୟ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ନିମନ୍ତେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗ ମହୋତ୍ସବ କମିଟି ସହ ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମଙ୍କୁ ସାକ୍ଷାତ କରି ଆମନ୍ତ୍ରଣ ଜଣାଇଛନ୍ତି। ତାଙ୍କର ଉପସ୍ଥିତି ଏହି ଶତବାର୍ଷିକ ଉତ୍ସବକୁ ଆହୁରି ଗୌରବମୟ କରିବ ବୋଲି ମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା