
କୋଲକାତା, ୧୮ ନଭେମ୍ବର (ହି.ସ.)- ଓଡ଼ିଶାର ଝାରସୁଗୁଡ଼ା ପାସେଞ୍ଜର ୟାର୍ଡରେ ଚାଲିଥିବା ୟାର୍ଡ ରିମଡେଲିଂ (ପୁନର୍ନିର୍ମାଣ) କାର୍ଯ୍ୟ ଯୋଗୁଁ ଦକ୍ଷିଣ ପୂର୍ବ ରେଳବାଇ ନଭେମ୍ବର ଓ ଡିସେମ୍ବର ୨୦୨୬ର ବିଭିନ୍ନ ତାରିଖରେ ମୋଟ ୯୦ଟି ଟ୍ରେନ୍ ଚଳାଚଳ ବାତିଲ କରିବାକୁ ନିଷ୍ପତି ନେଇଛି। ଏହି କାର୍ଯ୍ୟ ଯୋଗୁଁ ହାୱଡ଼ା, ମୁମ୍ବାଇ, ପୁଣେ, ବେଙ୍ଗାଲୁରୁ, ରାଂଚି, ଟାଟାନଗର, ରାଉରକେଲା ଓ ସମ୍ବଲପୁର ସମେତ ଅନେକ ପ୍ରମୁଖ ରେଳପଥରେ ଯାତ୍ରୀ ସେବା ପ୍ରଭାବିତ ହେବ।
ରେଳବାଇ ପ୍ରଶାସନ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ବାତିଲ ହୋଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ମେମୁ, ଏକ୍ସପ୍ରେସ୍ ଓ ଦୀର୍ଘଦୂରଗାମୀ ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ସାମିଲ ରହିଛି। କେତେକ ଟ୍ରେନ୍ ଲଗାତାର ଅନେକ ଦିନ ପର୍ଯ୍ୟନ୍ତ ବନ୍ଦ ରହିବାକୁ ଥିବାବେଳେ ଆଉ କେତେକ ଟ୍ରେନ୍ କେବଳ ନିର୍ଦ୍ଧାରିତ ତାରିଖରେ ବାତିଲ ରହିବ। ଏହାଦ୍ୱାରା ନିୟମିତ ଯାତ୍ରୀଙ୍କ ସହ ଦୀର୍ଘଦୂର ଯାତ୍ରା କରୁଥିବା ଯାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ବାତିଲ ହେବାକୁ ଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା-ସମ୍ବଲପୁର ମେମୁ, ଝାରସୁଗୁଡ଼ା-ଗୋଣ୍ଡିଆ ମେମୁ, ରାଉରକେଲା-ଝାରସୁଗୁଡ଼ା ମେମୁ, ହଟିଆ-ଝାରସୁଗୁଡ଼ା ଏକ୍ସପ୍ରେସ୍, ଟାଟାନଗର-ଇଟୱାରୀ ଏକ୍ସପ୍ରେସ୍ ଓ ରାଉରକେଲା-ପୁରୀ ଏକ୍ସପ୍ରେସ୍ ରହିଛି। ଏହା ବ୍ୟତୀତ ହାୱଡ଼ା-ପୁଣେ ଦୁରନ୍ତୋ, ପୁଣେ-ହାୱଡ଼ା ଦୁରନ୍ତୋ, ଦରଭଙ୍ଗା-ଚର୍ଲାପଲ୍ଲୀ, ଜସିଡିହ-ତାମ୍ବରମ୍, ବିଶାଖାପାଟଣା-ବାରାଣସୀ ଓ ଧନବାଦ-ପୋଦନୁର ଏକ୍ସପ୍ରେସ୍ ମଧ୍ୟ ନିର୍ଦ୍ଧାରିତ ତାରିଖରେ ବାତିଲ ରହିବ।
ଡିସେମ୍ବରରେ ପ୍ରଭାବିତ ହେବାକୁ ଥିବା ପ୍ରମୁଖ ଟ୍ରେନ୍ଗୁଡ଼ିକ ମଧ୍ୟରେ ହାୱଡ଼ା-କଂଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ୍, କଂଟାବାଞ୍ଜି-ହାୱଡ଼ା ଇସ୍ପାତ ଏକ୍ସପ୍ରେସ୍, ହାୱଡ଼ା-ଜୁନାଗଡ଼ ରୋଡ୍ ଏକ୍ସପ୍ରେସ୍, ଟାଟାନଗର-ବେଙ୍ଗାଲୁରୁ ଏକ୍ସପ୍ରେସ୍, ସମ୍ବଲପୁର-ଜମ୍ମୁତବୀ ଏକ୍ସପ୍ରେସ୍, ଟାଟାନଗର-ବିଳାସପୁର ଏକ୍ସପ୍ରେସ୍ ଓ ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍ ସାମିଲ ରହିଛି।
ଏହା ବ୍ୟତୀତ ସାନ୍ତ୍ରାଗାଛି-ପୁଣେ, ପୁଣେ-ସାନ୍ତ୍ରାଗାଛି, ତିରୁପତି-ରକ୍ସୌଲ, ମାଲଦା ଟାଉନ୍-ସୁରତ, ହାୱଡ଼ା-ଜଗଦଲପୁର, କାମାଖ୍ୟା-ଲୋକମାନ୍ୟ ତିଳକ ଟର୍ମିନସ୍, ହଟିଆ-ପୁଣେ, ଶାଲିମାର-ଭୁଜ, ଗୟା-ଏଲ୍ଟିଟି ମୁମ୍ବାଇ, ହଟିଆ-ଦୁର୍ଗ ଏବଂ ଭୁବନେଶ୍ୱର-ଧନବାଦ ଏକ୍ସପ୍ରେସ୍ର ଚଳାଚଳ ମଧ୍ୟ ବିଭିନ୍ନ ତାରିଖରେ ବାତିଲ ରହିବ।
ରେଳବାଇର ତାଲିକାରେ ରାଉରକେଲା-ଗୁଣୁପୁର, ବିଳାସପୁର-ବକ୍ସର, ହଟିଆ-ଏଲ୍ଟିଟି ମୁମ୍ବାଇ, ହାଇଦ୍ରାବାଦ-ରକ୍ସୌଲ, ପୋରବନ୍ଦର-ସାନ୍ତ୍ରାଗାଛି, ହଟିଆ-ବେଙ୍ଗାଲୁରୁ, ଜସିଡିହ-ଭାସ୍କୋ ଡା ଗାମା ଏବଂ ହଟିଆ-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍ ମଧ୍ୟ ସାମିଲ ରହିଛି। ସେହିପରି ଓଖା-ଶାଲିମାର, ପୁଣେ-ହାୱଡ଼ା, ଉଦୟପୁର ସିଟି-ଶାଲିମାର, ହାୱଡ଼ା-ସିଏସ୍ଏମ୍ଟି ମୁମ୍ବାଇ, ହାୱଡ଼ା-ଅହମ୍ମଦାବାଦ ଏବଂ ନାନ୍ଦେଡ୍-ସାନ୍ତ୍ରାଗାଛି ଏକ୍ସପ୍ରେସ୍ ମଧ୍ୟ ନିର୍ଦ୍ଧାରିତ ଦିନଗୁଡ଼ିକରେ ଚଳାଚଳ କରିବ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ