ଜିଲ୍ଲା ସ୍ତରୀୟ କୋଟିଏ ହସ ଓ ଶିଶୁ ଦିବସ ପାଳିତ
ନୂଆପଡ଼ା,୧୮ ନଭେମ୍ବର (ହି.ସ.)- ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କନଫରେନ୍ସ ହଲ୍ଠାରେ ଜିଲ୍ଲା ସ୍ତରୀୟ ‘କୋଟିଏ ହସ’ ଓ ଶିଶୁ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଜିଲାର ପାଂଚଟି ବ୍ଲକର ଅଙ୍ଗନୱାଡ଼ି କର୍ମୀ, ପ୍ରାକ୍ ବିଦ୍ୟାଳୟର ଶିଶୁ ଓ
Jillastariya shishu dibas palita


ନୂଆପଡ଼ା,୧୮ ନଭେମ୍ବର (ହି.ସ.)- ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କନଫରେନ୍ସ ହଲ୍ଠାରେ ଜିଲ୍ଲା ସ୍ତରୀୟ ‘କୋଟିଏ ହସ’ ଓ ଶିଶୁ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଜିଲାର ପାଂଚଟି ବ୍ଲକର ଅଙ୍ଗନୱାଡ଼ି କର୍ମୀ, ପ୍ରାକ୍ ବିଦ୍ୟାଳୟର ଶିଶୁ ଓ ସେମାନଙ୍କ ଅଭିଭାବକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ରମାକାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପ୍ରେମଲତା ସେଠୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ଖଡ଼ିଆଳ ସିଡିପିଓ ଲତା ଦିଗଲ, ଜିଲା ପୋଷଣ ସଂଯୋଜକ ବିଭୁ ପ୍ରସାଦ ମିଶ୍ର, ବାଲ୍ୟବିବାହ ସଂଯୋଜକ ରଞ୍ଜନ ସାହୁଙ୍କ ସମେତ ଖଡ଼ିଆଳ, ବୋଡ଼େନ, ସିନାପାଲି, କୋମନା ଓ ନୂଆପଡ଼ା ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଅଙ୍ଗନୱାଡ଼ି ପରିଦର୍ଶିକା ଓ କର୍ମୀମାନେ ଉପସ୍ଥିତ ଥିଲେ।ଏହି ଅବସରରେ ଶିଶୁମାନଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ସହ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶିଶୁମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଓ ସୃଜନଶୀଳତାର ବିକାଶ ପାଇଁ ନୃତ୍ୟ, ସଙ୍ଗୀତ ଓ ଚିତ୍ରାଙ୍କନ ଭଳି ବିଭିନ୍ନ ଆକର୍ଷଣୀୟ କାର?୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା, ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ଏବଂ ନିଜ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ଉପଯୁକ୍ତ ମଂଚ ଯୋଗାଇଦେବା ହିଁ ‘କୋଟିଏ ହସ’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଶିଶୁମାନଙ୍କ ହସ ଓ ଉତ୍ସାହରେ କାର୍ଯ୍ୟକ୍ରମ ସ୍ଥଳ ମୁଖରିତ ହୋଇଉଠିଥିଲା।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande