କୃଷି ବିଶ୍ୱବିଦ୍ୟାଳୟର ପ୍ରତିଶ୍ରୁତି ଦେଇ ମହାବିଦ୍ୟାଳୟର ଶିଳାନ୍ୟାସ — ତାହା ବି କେବଳ ଫମ୍ପା ଘୋଷଣା କି ?
କ୍ୟାବିନେଟ୍ ଅନୁମୋଦନ, ଜମି ଓ ଅର୍ଥ ବରାଦ ବିନା ଶିଳାନ୍ୟାସକୁ ନେଇ ପ୍ରଶ୍ନ ଉଠାଇଲେ ବିଧାୟକ କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗିର, 18 ନଭେମ୍ବର (ହି.ସ.) ବଲାଙ୍ଗିର ଜିଲ୍ଲାରେ ଏକ ପୂର୍ଣ୍ଣାଙ୍ଗ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଏଥିପାଇଁ ପ୍ରତିଶ୍ରୁତି ମଧ୍ୟ
କୃଷି ବିଶ୍ୱବିଦ୍ୟାଳୟର ପ୍ରତିଶ୍ରୁତି ଦେଇ ମହାବିଦ୍ୟାଳୟର ଶିଳାନ୍ୟାସ —  ତାହା ବି କେବଳ ଫମ୍ପା ଘୋଷଣା କି ?


କ୍ୟାବିନେଟ୍ ଅନୁମୋଦନ, ଜମି ଓ ଅର୍ଥ ବରାଦ ବିନା ଶିଳାନ୍ୟାସକୁ ନେଇ ପ୍ରଶ୍ନ ଉଠାଇଲେ ବିଧାୟକ କଳିକେଶ ନାରାୟଣ ସିଂହଦେଓ

ବଲାଙ୍ଗିର, 18 ନଭେମ୍ବର (ହି.ସ.) ବଲାଙ୍ଗିର ଜିଲ୍ଲାରେ ଏକ ପୂର୍ଣ୍ଣାଙ୍ଗ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଏଥିପାଇଁ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। କିନ୍ତୁ କୃଷି ବିଶ୍ୱବିଦ୍ୟାଳୟ ବଦଳରେ ଏବେ କେବଳ ଏକ କୃଷି ମହାବିଦ୍ୟାଳୟର ଶିଳାନ୍ୟାସ କରାଯାଇଛି। ଦୁର୍ଭାଗ୍ୟର ବିଷୟ, ଏହି ମହାବିଦ୍ୟାଳୟ ପ୍ରତିଷ୍ଠାର ପ୍ରତିଶ୍ରୁତି ମଧ୍ୟ ଫମ୍ପା ଓ ମିଥ୍ୟା ପ୍ରତିଶ୍ରୁତି ଭଳି ମନେହେଉଛି।

ନିକଟରେ ପାଟଣାଗଡ଼ଠାରେ ପ୍ରସ୍ତାବିତ କୃଷି ମହାବିଦ୍ୟାଳୟର ଶିଳାନ୍ୟାସ ଉତ୍ସବରେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନେକ ମନ୍ତ୍ରୀ ଯୋଗଦେଇଥିଲେ। ଏତେ ବଡ଼ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରାଗଲା, କିନ୍ତୁ ପ୍ରକଳ୍ପର ବାସ୍ତବ ସ୍ଥିତିକୁ ନେଇ ଅନେକ ଗୁରୁତର ପ୍ରଶ୍ନ ଉଠାଇଛନ୍ତି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ l

ସେ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ଉପଲବ୍ଧ ସୂଚନା ଅନୁସାରେ, ଏହି ମହାବିଦ୍ୟାଳୟ ପାଇଁ ଏପର୍ଯ୍ୟନ୍ତ କ୍ୟାବିନେଟ୍ ଅନୁମୋଦନ ମିଳିନାହିଁ, ଜମି ଚିହ୍ନଟ ଓ ଅଧିଗ୍ରହଣ ହୋଇନାହିଁ, ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତ ହୋଇନାହିଁ ଏବଂ ଆବଶ୍ୟକ ଅର୍ଥ ମଞ୍ଜୁର କିମ୍ବା ବରାଦ ହୋଇନାହିଁ। ତେବେ କେଉଁ ଆଧାରରେ ଏହି ଶିଳାନ୍ୟାସ କରାଗଲା ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି l

ବିଧାୟକ ରାଜ୍ୟ ସରକାରଙ୍କୁ ସିଧାସଳଖ ପ୍ରଶ୍ନ:

ଯେ ,ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦିଆଯାଇଥିବା ପ୍ରତିଶ୍ରୁତିର କ’ଣ ହେଲା? ବିଶ୍ୱବିଦ୍ୟାଳୟ ବଦଳରେ କେବଳ ମହାବିଦ୍ୟାଳୟ କାହିଁକି? କୃଷି ମହାବିଦ୍ୟାଳୟ ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି କି? ଯଦି ମିଳିଛି, କେବେ? ମହାବିଦ୍ୟାଳୟ ପାଇଁ କେଉଁଠାରେ କେତେ ଜମି ଚିହ୍ନଟ, ଅଧିଗ୍ରହଣ ଓ ହସ୍ତାନ୍ତର ହୋଇଛି? ଯଦି ଜମି ବରାଦ ହୋଇଛି, ତାହାର ସରକାରୀ ଆଦେଶ କେଉଁଠାରେ?

ଡିପିଆର ପ୍ରସ୍ତୁତ ଓ ଅନୁମୋଦିତ ହୋଇଛି କି? ପ୍ରକଳ୍ପର ମୋଟ ବ୍ୟୟ କେତେ ଏବଂ କେତେ ଅର୍ଥ ମଞ୍ଜୁର ହୋଇଛି ଓ ସେଥିରୁ କେତେ ଦିଆ ଯାଇଛି l ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ ଏବଂ ପ୍ରଥମ ବ୍ୟାଚ୍ର ଛାତ୍ରଛାତ୍ରୀଙ୍କ ନାମଲେଖା କେବେ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି l

“ବଲାଙ୍ଗିରବାସୀ ମାଗିଥିଲେ କୃଷି ବିଶ୍ୱବିଦ୍ୟାଳୟ, ସରକାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ଏବେ ମହାବିଦ୍ୟାଳୟର ଶିଳାନ୍ୟାସ କରି ବାହାବା ନେବାକୁ ଚେଷ୍ଟା କରାଯାଉଛି। ତାହା ପୁଣି ବିନା କ୍ୟାବିନେଟ୍ ଅନୁମୋଦନ, ବିନା ଜମି ଓ ବିନା ଅର୍ଥ ବ୍ୟବସ୍ଥାରେ! ଏହା ବଲାଙ୍ଗିରବାସୀଙ୍କ ଆଶା ଓ ବିଶ୍ବାସ ସହିତ ଖେଳ ନୁହେଁ କି?”

କୃଷିପ୍ରଧାନ ବଲାଙ୍ଗିର ଜିଲ୍ଲାରେ ଏକ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ ଉଚ୍ଚଶିକ୍ଷା ସହିତ କୃଷି ଗବେଷଣା, ନୂତନ ପ୍ରଯୁକ୍ତିବିଦ୍ୟା, ଚାଷୀଙ୍କ ତାଲିମ ଓ ଆଞ୍ଚଳିକ କୃଷି ବିକାଶରେ ବ୍ୟାପକ ସୁଯୋଗ ସୃଷ୍ଟି ହୋଇପାରିବ। ଏହି ଦାବିକୁ ଏକ ମହାବିଦ୍ୟାଳୟର ଘୋଷଣା ମଧ୍ୟରେ ସୀମିତ ରଖିବା କେବେବି ଗ୍ରହଣୀୟ ନୁହେଁ।

ରାଜ୍ୟ ସରକାର ତୁରନ୍ତ କ୍ୟାବିନେଟ୍ ନିଷ୍ପତ୍ତି, ଜମି ବରାଦ ଆଦେଶ, ଡିପିଆର୍, ଆର୍ଥିକ ମଞ୍ଜୁରୀ ଓ ନିର୍ମାଣର ନିର୍ଦ୍ଦିଷ୍ଟ ସମୟସୀମା ସାର୍ବଜନୀନ କରନ୍ତୁ। ଏହା ସହିତ ବଲାଙ୍ଗିରରେ ପୂର୍ଣ୍ଣାଙ୍ଗ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କରେ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ।

ବଲାଙ୍ଗିରବାସୀଙ୍କୁ ଆଉ ଏକ ଶିଳାନ୍ୟାସ ଫଳକ କିମ୍ବା ରାଜନୈତିକ ପ୍ରଚାର ଦରକାର ନାହିଁ। ଆମକୁ ପ୍ରକୃତ ଶିକ୍ଷାନୁଷ୍ଠାନ, ଆବଶ୍ୟକ ପୁଞ୍ଜିନିବେଶ ଓ ସମୟବଦ୍ଧ ବିକାଶ ଦରକାର। “ବିଶ୍ୱବିଦ୍ୟାଳୟର ପ୍ରତିଶ୍ରୁତି ଦେଇ ମହାବିଦ୍ୟାଳୟର ଶିଳାନ୍ୟାସ, ଆଉ ମହାବିଦ୍ୟାଳୟ ପାଇଁ ମଧ୍ୟ ଠୋସ୍ ବ୍ୟବସ୍ଥା ନାହିଁ — ଏହା କି ପ୍ରକାର ବିକାଶ?” ବୋଲି ବିଧାୟକ କଳିକେଶ ନାରାୟଣ ସିଂହଦେଓ

କହି ସରକାର ଙ୍କୁ ଟାର୍ଗେଟ କରିଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande