ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ପାଠଚକ୍ର ଆୟୋଜିତ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାର ଧାରା, ଚେତନା ଓ ସାମାଜିକ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ
ମାଲକାନଗିରି , ୧୮ ନଭେମ୍ବର (ହି.ସ.) ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ଏବଂ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରିର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଦିନ ମହାବିଦ୍ୟାଳୟ ପରିସରରେ “ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା” ଶୀର୍ଷକ ଏକଦିବସୀୟ ଜାତୀୟ ପାଠଚକ୍ର ମହାଆଡ଼ମ୍ବରରେ ଆୟୋଜିତ ହୋଇଯା
ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ପାଠଚକ୍ର ଆୟୋଜିତ  ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାର ଧାରା, ଚେତନା ଓ


ମାଲକାନଗିରି , ୧୮ ନଭେମ୍ବର (ହି.ସ.)

ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ଏବଂ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରିର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଦିନ ମହାବିଦ୍ୟାଳୟ ପରିସରରେ “ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା” ଶୀର୍ଷକ ଏକଦିବସୀୟ ଜାତୀୟ ପାଠଚକ୍ର ମହାଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି।

ଏହି ପାଠଚକ୍ରରେ ସଭାପତି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଆଲୋକ କୁମାର ପାତ୍ର ଯୋଗଦେଇ ଓଡ଼ିଆ କବିତାର ସମୃଦ୍ଧ ପରମ୍ପରା ଓ ସମକାଳୀନ ସାହିତ୍ୟରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଡ଼. ସୁଶାନ୍ତ କୁମାର ଜେନା, ବିଶିଷ୍ଟ ଅତିଥି ଭାବେ ଡ଼. ପ୍ରୀତିଧାରା ସାମଲ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଡ଼. ଚିନ୍ମୟ କୁମାର ବେହେରା ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାର ବିଭିନ୍ନ ପର୍ଯ୍ୟାୟ, ଭାବଧାରା ଓ ଆଧୁନିକ ମାନବୀୟ ଚେତନା ସମ୍ପର୍କରେ ନିଜର ମତ ଉପସ୍ଥାପନ କରିଥିଲେ।

ବୈଷୟିକ ଅଧିବେଶନରେ ବିଷୟ ବିଶେଷଜ୍ଞ ଭାବେ ଡ଼. ରାଧାଗୋବିନ୍ଦ କୁଇଲା, ଡ଼. ଅରୁଣ କୁମାର ରାଜ ଓ ଡ଼. କମଳ କୁମାର ମାହୁନ୍ତ ଯୋଗଦେଇ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାର ନୂତନ ଚିନ୍ତାଧାରା, ଶୈଳୀ, ଶିଳ୍ପବୋଧ, ସାମାଜିକ ଚେତନା ଓ ମାନବୀୟ ମୂଲ୍ୟବୋଧ ଉପରେ ଗଭୀର ଆଲୋଚନା କରିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଡ଼. ଦେବାଶିଷ ପହି, ପ୍ରିତମ କୁମାର ମହଲା, ଡ଼. ହିମାଂଶୁ ଶେଖର ସାହୁ, ରଞ୍ଜିତ କୁମାର ମାଡକାମୀ, ଡ଼. ନାଇଜେ ପିଟର ଓବ୍ରାଏନ ଏବଂ ଡ଼. ଦୀନବନ୍ଧୁ ସାହୁ ଯୋଗଦେଇ ପାଠଚକ୍ରର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ନିଜସ୍ୱ ମତ ରଖିଥିଲେ।

ପ୍ରବନ୍ଧ ପାଠ ଅଧିବେଶନରେ ସୌଦାଗର ସିଅ, ଆନନ୍ଦ କୁମାର ଶତପଥି ଏବଂ ସୁଶ୍ରୀ ମନସ୍ମିତା ପରିଡ଼ା ବିଭିନ୍ନ ଗବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ପ୍ରବନ୍ଧଗୁଡ଼ିକ ଉପରେ ବିଷୟ ବିଶେଷଜ୍ଞମାନେ ଆଲୋଚନା ଓ ମତାମତ ପ୍ରଦାନ କରିଥିଲେ।

ପାଠଚକ୍ରରେ ଓଡ଼ିଆ ସାହିତ୍ୟର ଐତିହାସିକ ପରିବର୍ତ୍ତନ, ସ୍ୱାଧୀନତା ପରବର୍ତ୍ତୀ କବିତାରେ ଜାତୀୟ ଚେତନା, ସାମାଜିକ ବାସ୍ତବତା, ମାନବୀୟ ସମ୍ବେଦନା, ରାଜନୈତିକ ଚେତନା ଓ ନୂତନ କାବ୍ୟଶୈଳୀ ଆଦି ବିଷୟକୁ ନେଇ ସାରଗର୍ଭକ ଆଲୋଚନା ହୋଇଥିଲା। ଏହା ଛାତ୍ରଛାତ୍ରୀ, ଗବେଷକ ଓ ସାହିତ୍ୟପ୍ରେମୀଙ୍କ ମଧ୍ୟରେ ଓଡ଼ିଆ କବିତା ପ୍ରତି ଅଧିକ ଆଗ୍ରହ ଓ ଗବେଷଣାମନସ୍କତା ସୃଷ୍ଟି କରିବାରେ ସହାୟକ ହୋଇଥିଲା।

ପରିଶେଷରେ ଆୟୋଜକଙ୍କ ପକ୍ଷରୁ ସମସ୍ତ ଅତିଥି, ବିଷୟ ବିଶେଷଜ୍ଞ, ପ୍ରବନ୍ଧ ପାଠକ, ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande