ଟିଟିଲାଗଡ଼ଠାରେ ପ୍ରତିଷ୍ଠା ହେବ ନୂତନ ଗ୍ରିଡ୍ ସବ୍-ଷ୍ଟେସନ
ଭୁବନେଶ୍ୱର, ୧୮ ନଭେମ୍ବର (ହି.ସ.)- ପଶ୍ଚିମ ଓଡ଼ିଶାରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବିଦ୍ୟୁତ୍ ଚାହିଦା ପୂରଣ କରିବା ଏବଂ ଭବିଷ୍ୟତ ପାଇଁ ପାୱାର ଗ୍ରିଡ୍ କୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଟିଟିଲାଗଡ଼ଠାରେ ଏକ ଅତ୍ୟାଧୁନିକ ୪୦୦/୨୨୦/୩୩ କେ.ଭି. ଗ୍ରିଡ୍ ସବ୍-ଷ୍ଟେସନ ପ୍ରତିଷ୍ଠା ପାଇଁ ଯୋଜନା ପ୍ରସ୍ତୁତ
fhy


ଭୁବନେଶ୍ୱର, ୧୮ ନଭେମ୍ବର (ହି.ସ.)- ପଶ୍ଚିମ ଓଡ଼ିଶାରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବିଦ୍ୟୁତ୍ ଚାହିଦା ପୂରଣ କରିବା ଏବଂ ଭବିଷ୍ୟତ ପାଇଁ ପାୱାର ଗ୍ରିଡ୍ କୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଟିଟିଲାଗଡ଼ଠାରେ ଏକ ଅତ୍ୟାଧୁନିକ ୪୦୦/୨୨୦/୩୩ କେ.ଭି. ଗ୍ରିଡ୍ ସବ୍-ଷ୍ଟେସନ ପ୍ରତିଷ୍ଠା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଆଂଚଳିକ ଅତି ଉଚ୍ଚକ୍ଷମତା ସମ୍ପନ୍ନ ଭୋଲଟେଜ୍ ଭିତିଭୂମିର ଏକ ପ୍ରମୁଖ ସ୍ତମ୍ଭ ଭାବେ ପରିକଳ୍ପିତ ଏହି ପ୍ରକଳ୍ପ ବିଦ୍ୟୁତ୍ ସରବରାହର ନିର୍ଭରଯୋଗ୍ୟତାକୁ ବହୁଗୁଣିତ କରିବା ସହ ବୈଷୟିକ କ୍ଷତି ହ୍ରାସ କରିବ ଏବଂ ଦୀର୍ଘକାଳୀନ ଶିଳ୍ପ, ବାଣିଜ୍ୟିକ ଓ ଘରୋଇ ଅଭିବୃଦ୍ଧିରେ ସହାୟକ ହେବ।

ବଲାଙ୍ଗିର କମାଣ୍ଡ ଅଂଚଳରେ ବିଦ୍ୟୁତ୍ ଚାହିଦା ପ୍ରାୟ ୬୦୦ ମେଗାୱାଟ୍ ରେ ପହଂଚିଥିବାରୁ ବର୍ତମାନର ଗ୍ରିଡ୍ ବ୍ୟବସ୍ଥା ଉପରେ ନିରନ୍ତର ଚାପ ରହୁଛି। ଟିଟିଲାଗଡ଼ଠାରେ ନିର୍ମାଣ ହେବାକୁ ଥିବା ଏହି ନୂତନ ଗ୍ରିଡ୍ ସବ୍-ଷ୍ଟେସନ ବର୍ତମାନର ୪୦୦/୨୨୦ କେ.ଭି. ବଲାଙ୍ଗିର ଗ୍ରିଡ୍ ସବ୍-ଷ୍ଟେସନ ଉପରୁ ଅତ୍ୟଧିକ ନିର୍ଭରଶୀଳତା କମାଇବା ସହିତ କଟାପାଲି–ବଲାଙ୍ଗିର–କେସିଙ୍ଗା ଟ୍ରାନ୍ସମିଶନ କରିଡରରେ ହେଉଥିବା ଅତ୍ୟଧିକ ଭାର ଏବଂ ପରିଚାଳନାଗତ ପ୍ରତିବନ୍ଧକକୁ ଦୂର କରି ଏହି ଚାପକୁ ସିଧାସଳଖ ହ୍ରାସ କରିବ।

ଟ୍ରାନ୍ସମିଶନ କରିଡରର ଚାପ ହ୍ରାସ କରିବା ବ୍ୟତୀତ, ଏହି ପ୍ରକଳ୍ପ ବିତରଣ ସ୍ତରରେ ବିଦ୍ୟୁତ୍ ଗୁଣବତାରେ ତତ୍କାଳ ସୁଧାର ଆଣିବ। ଟିଟିଲାଗଡ଼ଠାରେ ସିଧାସଳଖ ଏକ ସୁଦୃଢ଼ ୩୩ କେ.ଭି. ଉତ୍ସ ପ୍ରତିଷ୍ଠା ଦ୍ୱାରା ନିକଟସ୍ଥ ୩୩/୧୧ କେ.ଭି. ପ୍ରାଥମିକ ସବ୍-ଷ୍ଟେସନ ଗୁଡ଼ିକୁ ନିରବଚ୍ଛିନ୍ନ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ ହୋଇପାରିବ। ଏହା ସହିତ, ଏହି ନୂତନ ଗ୍ରିଡ୍ ନୋଡ୍ ବଲାଙ୍ଗିର, ନୂଆପଡ଼ା, ଖଡ଼ିଆଳ, କଂଟାବାଞ୍ଜି ଏବଂ ଏହାର ଆଖପାଖ ଅଂଚଳରେ ଭୋଲଟେଜ୍ ସ୍ତରକୁ ସ୍ଥିର ରଖିବ ଏବଂ ବର୍ତମାନର ୧୩୨/୩୩ କେ.ଭି. ନୂଆପଡ଼ା ଗ୍ରିଡ୍ ସବ୍-ଷ୍ଟେସନକୁ ୨୨୦/୧୩୨/୩୩ କେ.ଭି. ସ୍ତରକୁ ଉନ୍ନୀତ କରିବା ପାଇଁ ପଥ ପରିଷ୍କାର କରିବ।

ଏହି ଅବସରରେ ମଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଟିଟିଲାଗଡ଼ଠାରେ ପ୍ରତିଷ୍ଠା ହେବାକୁ ଥିବା ୪୦୦/୨୨୦/୩୩ କେ.ଭି. ଗ୍ରିଡ୍ ସବ୍-ଷ୍ଟେସନ ପଶ୍ଚିମ ଓଡ଼ିଶାର ଶକ୍ତି ସୁରକ୍ଷା ଏବଂ ଅର୍ଥନୈତିକ ଗତିଶୀଳତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ।' ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଏନ-୧ କଂଟିଜେନ୍ସି ସିକ୍ୟୁରିଟି’ (ବିକଳ୍ପ ସୁରକ୍ଷା ବ୍ୟବସ୍ଥା) ନିର୍ମାଣ ଏବଂ ଆମର ଉଚ୍ଚ କ୍ଷମତା ସମ୍ପନ୍ନ ନେଟୱାର୍କର ସମ୍ପ୍ରସାରଣ କରି ଆମେ କେବଳ ବର୍ତମାନର ଟ୍ରାନ୍ସମିଶନ ସମସ୍ୟା ଦୂର କରୁନାହୁଁ ଓ ସିଷ୍ଟମ୍ କ୍ଷତି ହ୍ରାସ କରୁନାହୁଁ, ବରଂ ସ୍ୱଚ୍ଛ ସୌରଶକ୍ତିକୁ ଗ୍ରିଡ୍ ସହ ସଂଯୋଗ କରିବା ଏବଂ ଭବିଷ୍ୟତର ଶିଳ୍ପଗୁଡ଼ିକୁ ବିଦ୍ୟୁତ୍ ଯୋଗାଇବା ପାଇଁ ଆବଶ୍ୟକୀୟ କ୍ଷମତା ମଧ୍ୟ ସୃଷ୍ଟି କରୁଛୁ। ଏହାଦ୍ୱାରା ସମ୍ପୃକ୍ତ ଅଂଚଳର ମୋଟ ୨ ଲକ୍ଷ ଉପଭୋକ୍ତା ସିଧାସଳଖ ଉପକୃତ ହେବେ।'

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande