
ଘଟଗାଁ , ୧୮ ନଭେମ୍ବର (ହି.ସ.) - ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ ଭାବେ ପରିଚିତ ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରକୁ ଅଧିକ ସମୃଦ୍ଧ ତଥା ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଘଟଗାଁ ମିନି ଷ୍ଟାଡିୟମ ପରିସରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜିତ ହୋଇଥିଲା। ଏହି ମେଳା ଅବସରରେ ଚାଷୀମାନଙ୍କୁ ବିଭିନ୍ନ ସରକାରୀ ପ୍ରୋତ୍ସାହନମୂଳକ ଯୋଜନା, ଉନ୍ନତ ଚାଷ ପଦ୍ଧତି ଓ ଜୀବିକାର ନୂତନ ଦିଗ ସମ୍ପର୍କରେ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦଙ୍କ ପ୍ରତିନିଧି ଅଖିଳ କୁମାର ପାତ୍ର ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀପାଳନ ମାଧ୍ୟମରେ ଗ୍ରାମାଂଚଳର ଆର୍ôଥକ ପ୍ରଗତିକୁ ନୂତନ ଗତି ଦେବାର ସମ୍ଭାବନା ଉପରେ ମତବ୍ୟକ୍ତ କରିଥିଲେ। ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକର ସୁଯୋଗ ହାସଲ କରି ଚାଷୀମାନେ ନିଜ ଜୀବିକାକୁ ସୁଦୃଢ଼ କରିବା ସହ ଆର୍ôଥକ ଭାବେ ସ୍ୱଚ୍ଛଳ ହେବା ଉଚିତ ବୋଲି ସେ ମତ ରଖିଥିଲେ। ଏହି ଅବସରରେ ମତ୍ସ୍ୟ ବିଭାଗର ଉପନିର୍ଦ୍ଦେଶକ ପ୍ରମୋଦ କୁମାର ରାଉତ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅମିୟ କୁମାର ମହାନ୍ତି, ଜିଲ୍ଲା ମତ୍ସ୍ୟ ଅଧିକାରୀ ଉମେଶ ଧରୁଆ, ବିଦ୍ୟୁତ ବିଭାଗର ସହକାରୀ ନିର୍ବାହୀ ଅଧିକାରୀ ଇଞ୍ଜିନିୟର ରଞ୍ଜିତ ବେହେରା, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରସନ୍ନ କୁମାର ମୁଣ୍ଡା, ବିଇଓ ହରେକୃଷ୍ଣ ନାୟକ, ଅତିରିକ୍ତ ବିଡିଓ ଚିତରଞ୍ଜନ ନାୟକ, ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା, ବ୍ଲକ ଉପାଧ୍ୟକ୍ଷ ଯଦୁମଣି ନାଏକ ଓ ବିଜେପି ଯୁବନେତା ତଥା ଦୁଇ ବିଭାଗର ବିଭାଗୀୟ ସାଂସଦ ପ୍ରତିନିଧି ରତନ କୁମାର ପାଲେଇ ପ୍ରମୁଖ ଉପସ୍ଥିତ ରହିଥିଲେ।କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନିଜର ସଫଳତା ଏବଂ ନିଷ୍ଠାପର ଉଦ୍ୟମ ସଫଳ ଚାଷୀ ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିବା ଚାଷୀ କୁଞ୍ଜବିହାରୀ ମହାନ୍ତ, ନିରଞ୍ଜନ ସାହୁ, ଫକୀରଚରଣ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ପ୍ରେମାନନ୍ଦ ବେହେରା, ମନୋଜ ହେମ୍ବ୍ରମ, ସିଧୁ ସିଂ ବର୍ଲା, କାଞ୍ଚନବାଳା ନାଏକ ଓ ଛବିରାଣୀ ବେହେରାଙ୍କୁ ମେଳା ମଞ୍ଚରେ ଉପଢୌକଣ ଓ ଅର୍ଥରାଶି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।କାର?୍ୟ୍ୟକ୍ରମର ସୁଚାରୁ ପରିଚାଳନାରେ ଶିକ୍ଷକ ରୋହିତ ବେହେରା ସଂଯୋଜନା କରିଥିବାବେଳେ ଡାକ୍ତର ବିଶ୍ୱରଞ୍ଜନ ସୋରେନ ଅତିଥିମାନଙ୍କ ପରିଚୟ ଉପସ୍ଥାପନ କରିଥିଲେ। ଡାକ୍ତର ଭାନୁପ୍ରିୟା ସାହୁ ଆନୁଷ୍ଠାନିକ ଧନ୍ୟବାଦ ଜ୍ଞାପନ କରିଥିଲେ।ମେଳାର ଆୟୋଜନକୁ ସଫଳ ଓ ସୁସଂଗଠିତ କରିବାରେ ଡାକ୍ତର ସୁଇଟି ଦାଶ, ବ୍ଲକ ମତ୍ସ୍ୟ ସହାୟକ ଅଧିକାରୀ ଗୋପାଳ ରାଉତଙ୍କ ସମେତ ବିଶ୍ୱକଳ୍ପିତ ସାହୁ, ଯଦୁମଣି ସେଠୀ, କୃଷ୍ଣପ୍ରସାଦ ସାହୁ, ଦଶରଥ ମହାନ୍ତ, ଜୀବନ କୁମାର ସାହୁ, ଅମରଦୀପ ସାହୁ, ଧର୍ମେନ୍ଦ୍ର ମହାନ୍ତ, ତରୁଣ କୁମାର ବାରିକ, କହ୍ନେଇ ଖୁଂଟିଆ, ତ୍ରିଲୋଚନ ନାଏକ ଓ ତ୍ରିଲୋଚନ ପାତ୍ର ପ୍ରମୁଖଙ୍କ ସକ୍ରିୟ ସହଯୋଗ ରହିଥିଲା।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ