
ଭୁବନେଶ୍ୱର, ୧୮ ନଭେମ୍ବର (ହି.ସ.) : ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେଉଛି। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବ।
ନଭେମ୍ବର ୨୧ ଶନିବାର ଓ ୨୩ ସୋମବାର ଦିନ ବିଧାନସଭାର କାର୍ଯ୍ୟ ଚାଲିବ। ତେବେ ନଭେମ୍ବର ୨୪ ତାରିଖ ରାସ ପୂର୍ଣ୍ଣିମା ଉପଲକ୍ଷେ ଗୃହର କାର୍ଯ୍ୟ ବନ୍ଦ ରହିବ।
ଅନ୍ୟପକ୍ଷରେ, ଶୀତ ଅଧିବେଶନକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ବିଧାନସଭା ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଅଧିବେଶନ ସମୟରେ ଗୃହର କାର୍ଯ୍ୟ ସୁରୁଖୁରୁରେ ପରିଚାଳନା ଏବଂ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଅତିରିକ୍ତ ପୁଲିସ ବଳ ମୁତୟନ ସହ ଆବଶ୍ୟକ ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ