ନିଶାମୁକ୍ତ ଭାରତ ଓ ଦିବ୍ୟାଙ୍ଗଜନ ସଶକ୍ତୀକରଣ ଉପରେ ହେବ ମାନସମନ୍ଥନ, ଆସନ୍ତାକାଲି ସମ୍ମିଳନୀର ସମାପନ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆଦିଲ୍ଲୀରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗର ଦୁଇଦିନିଆ ସମ୍ମିଳନୀର ସମାପନ ଅଧିବେଶନରେ ଯୋଗଦେବେ ଏବଂ ଏହି ଅବସରରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ଜାରି ବ
प्रधानमंत्री नरेन्द्र मोदी (फाइल फोटो)


ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆଦିଲ୍ଲୀରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗର ଦୁଇଦିନିଆ ସମ୍ମିଳନୀର ସମାପନ ଅଧିବେଶନରେ ଯୋଗଦେବେ ଏବଂ ଏହି ଅବସରରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି କାର୍ଯ୍ୟକ୍ରମ ୧୯ ନଭେମ୍ବର ଅପରାହ୍ଣ ପ୍ରାୟ ୪ଟା ୩୦ ମିନିଟ୍ରେ ସୁଷମା ସ୍ୱରାଜ ଭବନରେ ଆୟୋଜିତ ହେବ।

ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଅନୁଯାୟୀ ଆୟୋଜିତ ବିଭାଗୀୟ ସମ୍ମିଳନୀଗୁଡ଼ିକର ଶୃଙ୍ଖଳାରେ ଏହା ତୃତୀୟ ସମ୍ମିଳନୀ। ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ମଜଭୁତ କରିବା, ଜାତୀୟ ପ୍ରାଥମିକତା ପ୍ରତି ସାମୂହିକ ଦାୟିତ୍ୱବୋଧ ବିକଶିତ କରିବା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉତମ ସମନ୍ୱୟ ମାଧ୍ୟମରେ ନିର୍ଦ୍ଧାରିତ ଲକ୍ଷ୍ୟଗୁଡ଼ିକୁ ଶୀଘ୍ର ହାସଲ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ।

୧୮ ଓ ୧୯ ନଭେମ୍ବରରେ ଆୟୋଜିତ ଏହି ସମ୍ମିଳନୀରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ତଥା ଦିବ୍ୟାଙ୍ଗଜନ ସଶକ୍ତୀକରଣ ସହ ଜଡ଼ିତ ବିଭାଗଗୁଡ଼ିକର ରାଜ୍ୟସ୍ତରୀୟ ରାଜନୈତିକ ନେତୃତ୍ୱ ଏବଂ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରୁଛନ୍ତି।

ସମ୍ମିଳନୀରେ ଚାରିଟି ପ୍ରମୁଖ ବିଷୟ ଉପରେ ଆଲୋଚନା କରାଯାଉଛି। ଏଥିରେ ନିଶାମୁକ୍ତ ଭାରତ ଗଠନ ପାଇଁ ନିଶା ନିବାରଣ ଏବଂ ମାଦକ ଦ୍ରବ୍ୟର ଚାହିଦା ହ୍ରାସ କରିବାର ରଣନୀତି, ‘ଏକ ରାଷ୍ଟ୍ର-ଏକ ଛାତ୍ରବୃତି ପୋର୍ଟାଲ୍’ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସହଜରେ ଛାତ୍ରବୃତି ଉପଲବ୍ଧ କରାଇବା, ଦିବ୍ୟାଙ୍ଗତାର ବୋଝ ହ୍ରାସ କରିବା ପାଇଁ ପ୍ରାରମ୍ଭିକ ସ୍ତରରେ ହସ୍ତକ୍ଷେପ ଏବଂ ବିକଶିତ ଭାରତ ପାଇଁ ‘ସୁଗମ୍ୟ ଭାରତ ଅଭିଯାନ’କୁ ଆଗକୁ ବଢ଼ାଇବା ସାମିଲ ରହିଛି।

ଏହି ସମ୍ମିଳନୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିଜ ଅନୁଭୂତି ବାଂଟିବା, ଉତମ କାର୍ଯ୍ୟପ୍ରଣାଳୀରୁ ଶିଖିବା ଏବଂ ସମ୍ପୃକ୍ତ କ୍ଷେତ୍ରଗୁଡ଼ିକର ପ୍ରାଥମିକତା ଉପରେ ସାମୂହିକ ଭାବେ ବିଚାରବିମର୍ଶ କରିବାର ସୁଯୋଗ ପ୍ରଦାନ କରୁଛି। ଏଥିରେ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ସମୟରେ ଦେଖାଦେଉଥିବା ଆହ୍ୱାନର ସମାଧାନ, ଶାସନ ବ୍ୟବସ୍ଥାରେ ସୁଧାର ଏବଂ ସାଧାରଣ ଲୋକଙ୍କ ନିକଟରେ ସରକାରୀ ସେବାର ପହଂଚକୁ ଅଧିକ ଉନ୍ନତ କରିବା ଉପରେ ମଧ୍ୟ ଆଲୋଚନା ହେଉଛି।

--------------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande