ଶିକ୍ଷକ ବଦଳି ପ୍ରତିବାଦ ରାଏସର ଖରିସାଣ ଉଚ୍ଚ ବିଦ୍ୟାଳୟ ଫାଟକରେ ତାଲା
ଗାନ୍ଧିଜୀଙ୍କ ଫଟୋ ରଖି ଛାତ୍ରଛାତ୍ରୀଙ୍କ ଧାରଣା କେନ୍ଦ୍ରାପଡ଼ା, ୧୮ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଳକ ଅଧିନ ରାଏସର ଖରିସାଣ ଉଚ୍ଚ ବିଦ୍ୟାଳୟର ଦୁଇଜଣ ଶିକ୍ଷକଙ୍କ ଅସ୍ଥାୟୀ ବଦଳିକୁ ବିରୋଧ କରି ମଙ୍ଗଳବାର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଫାଟକରେ ତାଲା ପକାଇବା ସହ ଫାଟକ ସମ୍ମୁଖ
ଶିକ୍ଷକ ବଦଳି ପ୍ରତିବାଦ ରାଏସର ଖରିସାଣ ଉଚ୍ଚ ବିଦ୍ୟାଳୟ ଫାଟକରେ ତାଲା,


ଗାନ୍ଧିଜୀଙ୍କ ଫଟୋ ରଖି ଛାତ୍ରଛାତ୍ରୀଙ୍କ ଧାରଣା

କେନ୍ଦ୍ରାପଡ଼ା, ୧୮ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଳକ ଅଧିନ ରାଏସର ଖରିସାଣ ଉଚ୍ଚ ବିଦ୍ୟାଳୟର ଦୁଇଜଣ ଶିକ୍ଷକଙ୍କ ଅସ୍ଥାୟୀ ବଦଳିକୁ ବିରୋଧ କରି ମଙ୍ଗଳବାର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଫାଟକରେ ତାଲା ପକାଇବା ସହ ଫାଟକ ସମ୍ମୁଖରେ ମହାତ୍ମା ଗାନ୍ଧିଜୀଙ୍କ ଫଟୋ ରଖି ଶାନ୍ତିପୂର୍ଣ୍ଣ ଧାରଣାରେ ବସି ରହିଛନ୍ତି। ପ୍ରକାଶ ଥାଉ କି, ବିଦ୍ୟାଳୟର ଗଣିତ ଓ ବିଜ୍ଞାନ ଶିକ୍ଷୟତ୍ରୀ କୁନୁପ୍ରଭା ନନ୍ଦୀ ଏବଂ ଇଂରାଜୀ ଶିକ୍ଷକ ରାଜା ମହାରାଜାଙ୍କୁ ଅନ୍ୟତ୍ର ଅସ୍ଥାୟୀ ଭାବେ ବଦଳି କରାଯାଇଛି। ମାତ୍ର ସେମାନଙ୍କ ସ୍ଥାନରେ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କିମ୍ବା ନୂତନ ନିଯୁକ୍ତି ଦିଆଯାଇ ନାହିଁ। ଆଉ କେତେମାସ ପରେ ବାର୍ଷିକ ପରୀକ୍ଷା ହେବାକୁ ଥିବାବେଳେ ପ୍ରମୁଖ ବିଷୟର ଶିକ୍ଷକମାନେ ନରହିବା ଯୋଗୁ ପାଠପଢ଼ା ଗଭୀର ଭାବେ ବାଧାପ୍ରାପ୍ତ ହେଉଛି। ବିଦ୍ୟାଳୟରେ ମୋଟ ୮ ଜଣ ଶିକ୍ଷକ ରହିବା କଥା, ଯେଉଁଥିରୁ ଜଣେ ଶିକ୍ଷୟତ୍ରୀ ଦୀର୍ଘଦିନ ହେବ ଛୁଟିରେ ଅଛନ୍ତି। ଏଭଳି ପରିସ୍ଥିତିରେ ଦୁଇଜଣ ଗୁରୁତ୍ୱପୂର୍ଣ୍ଣ ବିଷୟର ଶିକ୍ଷକଙ୍କ ବଦଳି ହେବାରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଯେପର୍ଯ୍ୟନ୍ତ ବଦଳି ହୋଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ପୁନର୍ବାର ଏହି ବିଦ୍ୟାଳୟକୁ ଫେରାଇ ଅଣାଯାଇ ନାହିଁ, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଓ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଚେତାବନୀ ଦେଇଛନ୍ତି। କୌଣସି ଶିକ୍ଷା ବିଭାଗୀୟ ପଦାଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀ ଧାରଣା ସ୍ଥଳରେ ପହଂଚି ନଥିବା ଜଣାପଡ଼ିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande