ଶ୍ରୀ ଶ୍ରୀ ବଳଦେବଜୀୟୁ ମନ୍ଦିର ହୁଣ୍ଡିରୁ ଆୟ ୩ଲକ୍ଷ ୭୫ହଜାର ଟଙ୍କା
କେନ୍ଦ୍ରାପଡ଼ା, ୧୮ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀୟୁ ମନ୍ଦିରର ବେଢ଼ାରେ ତୁଳସୀ ଚଉଁରା ପାଖ ଓ ବାଟ ଦେଉଳ ସ୍ଥାପିତ ହୁଣ୍ଡି ଖୋଲାଯାଇ ଗଣତି ପରେ ମୋଟ ଟ. ୩,୭୫,୪୮୫/-(ତିନି ଲକ୍ଷ ପଂଚସ୍ତରୀ ହଜାର ଚାରିଶତ ପଂଚାଅଶି ଟଙ୍କା)କୁ ଏଣ୍ଡାଉମେଂଟ ପାଣ୍ଠି ଭୁକ
ଶ୍ରୀ ଶ୍ରୀ ବଳଦେବଜୀୟୁ ମନ୍ଦିର ହୁଣ୍ଡିରୁ ଆୟ ୩ଲକ୍ଷ ୭୫ହଜାର ଟଙ୍କା


କେନ୍ଦ୍ରାପଡ଼ା, ୧୮ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀୟୁ ମନ୍ଦିରର ବେଢ଼ାରେ ତୁଳସୀ ଚଉଁରା ପାଖ ଓ ବାଟ ଦେଉଳ ସ୍ଥାପିତ ହୁଣ୍ଡି ଖୋଲାଯାଇ ଗଣତି ପରେ ମୋଟ ଟ. ୩,୭୫,୪୮୫/-(ତିନି ଲକ୍ଷ ପଂଚସ୍ତରୀ ହଜାର ଚାରିଶତ ପଂଚାଅଶି ଟଙ୍କା)କୁ ଏଣ୍ଡାଉମେଂଟ ପାଣ୍ଠି ଭୁକ୍ତ କରାଯାଇ ବ୍ୟାଙ୍କରେ ଜମା କରାଯାଇଛି। ଦେବୋତର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଟ୍ରଷ୍ଟବୋର୍ଡ଼ ସଭ୍ୟ ପୂର୍ବତନ ପୌରାଧ୍ୟକ୍ଷ ଧିରେନ କୁମାର ସାହୁ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ ପ୍ରମୁଖଙ୍କ ଉପସ୍ଥିତିରେ ଗଣତି କାର୍ଯ୍ୟ କରାଯାଇଥିଲା। ଉକ୍ତ ଗଣତି କାର୍ଯ୍ୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଇଂ. ପ୍ରବୋଧ କୁମାର ପଣ୍ଡା, ପତିତପାବନ ଲେଙ୍କା, ରାଜକିଶୋର ରାଉତ, ହରେକୃଷ୍ଣ ମହାନ୍ତି, ରାଜକିଶୋର ମହାନ୍ତି, ନାରାୟଣ ଚନ୍ଦ୍ର ଜେନା ଓ ମନ୍ଦିର କର୍ମଚାରୀ ଶ୍ରୀଧର ବେହେରା, ଭ୍ରମରବର ବିଶ୍ୱାଳ, ହରେକୃଷ୍ଣ ବେହେରା ପ୍ରମୁଖ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande