ଶମ୍ଭୁ-ରାଜପୁରା ରେଳଲାଇନ୍ ବିସ୍ଫୋରଣ ମାମଲାରେ ଆମେରିକାରୁ ନିର୍ବାସିତ ଅଭିଯୁକ୍ତ ସୁରିନ୍ଦର ସିଂହ ଗିରଫ, ଏନ୍ଆଇଏ ଏଯାବତ୍ ୮ ଅଭିଯୁକ୍ତଙ୍କୁ ଧରିଲା
ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.) - ପଞ୍ଜାବର ଶମ୍ଭୁ-ରାଜପୁରା ରେଳଲାଇନ୍ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଅଭିଯୁକ୍ତ ସୁରିନ୍ଦର ସିଂହ ଓରଫ ଠିକରୀୱାଲକୁ ଗିରଫ କରିଛି। ଆମେରିକାରୁ ଭାରତକୁ ନିର୍ବାସିତ ହୋଇ ଫେରିବା ପରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦ
ଶମ୍ଭୁ-ରାଜପୁରା ରେଳଲାଇନ୍ ବିସ୍ଫୋରଣ ମାମଲାରେ ଆମେରିକାରୁ ନିର୍ବାସିତ ଅଭିଯୁକ୍ତ ସୁରିନ୍ଦର ସିଂହ ଗିରଫ, ଏନ୍ଆଇଏ ଏଯାବତ୍ ୮ ଅଭିଯୁକ୍ତଙ୍କୁ ଧରିଲା


ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.) - ପଞ୍ଜାବର ଶମ୍ଭୁ-ରାଜପୁରା ରେଳଲାଇନ୍ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଅଭିଯୁକ୍ତ ସୁରିନ୍ଦର ସିଂହ ଓରଫ ଠିକରୀୱାଲକୁ ଗିରଫ କରିଛି। ଆମେରିକାରୁ ଭାରତକୁ ନିର୍ବାସିତ ହୋଇ ଫେରିବା ପରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାକୁ ଗିରଫ କରାଯାଇଛି। ସୁରିନ୍ଦର ସିଂହ ଖାଲିସ୍ତାନ ଜିନ୍ଦାବାଦ ଫୋର୍ସ (କେଜେଡଏଫ୍)ର ସମର୍ଥକ। ଆମେରିକୀୟ ଅଧିକାରୀମାନେ ତାକୁ ହେପାଜତକୁ ନେବା ପରେ ଭାରତ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ନିର୍ବାସିତ କରିଥିଲେ।

ଏନ୍ଆଇଏ ପକ୍ଷରୁ କୁହାଯାଇଛି ଯେ, ଏହି ମାମଲା ୨୭ ଏପ୍ରିଲରେ ଡେଡିକେଟେଡ୍ ଫ୍ରେଟ୍ କରିଡର କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ଡିଏଫ୍ସିସିଆଇଏଲ୍)ର ରେଳଲାଇନ୍ରେ ଶମ୍ଭୁ ଓ ରାଜପୁରା ଷ୍ଟେସନ ମଧ୍ୟରେ ୧୧୭୪-୫ କିଲୋମିଟର ସଂଖ୍ୟା ନିକଟରେ ଘଟିଥିବା ବିସ୍ଫୋରଣ ସହ ଜଡ଼ିତ। ଏହି ବିସ୍ଫୋରଣ ଜରିଆରେ କେଜେଡଏଫ୍ର ଆତଙ୍କବାଦୀ କାର୍ଯ୍ୟକଳାପକୁ ଆଗକୁ ବଢ଼ାଇବା, ସାମ୍ପ୍ରଦାୟିକ ସଦ୍ଭାବନା ନଷ୍ଟ କରିବା ଏବଂ ପଞ୍ଜାବରେ ଆଇନଶୃଙ୍ଖଳାକୁ ଅସ୍ଥିର କରିବା ପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ, ବିସ୍ଫୋରଣ ପରେ ସୁରିନ୍ଦର ସିଂହ ନିଜ ଫେସବୁକ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲା। ଏଥିରେ ସେ ଘଟଣାକୁ ସମର୍ଥନ କରିବା ସହ ଏହାର ମହିମାମଣ୍ଡନ କରିଥିଲା। ଷଡ଼ଯନ୍ତ୍ରରେ ସାମିଲ ଅଭିଯୁକ୍ତମାନଙ୍କୁ ମଧ୍ୟ ସେ ସମର୍ଥନ କରିଥିଲା। ସେମାନଙ୍କ ମଧ୍ୟରେ ଜଗତ ରୂପ ସିଂହ ଥିଲା, ଯାହାର ବିସ୍ଫୋରଣ ଘଟାଇବା ସମୟରେ ମୃତ୍ୟୁ ହୋଇଥିଲା। ସୁରିନ୍ଦର ସିଂହ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଖାଲିସ୍ତାନ ଜିନ୍ଦାବାଦ ଫୋର୍ସକୁ ‘କୌମୀ ସଂଗଠନ’ ଏବଂ ଘୋଷିତ ବ୍ୟକ୍ତିଗତ ଆତଙ୍କବାଦୀ (ଡିଆଇଟି) ରଣଜିତ ସିଂହ ଓରଫ ନୀତାକୁ ‘କୌମର ଜେନେରାଲ’ ବୋଲି କହିଥିଲା।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande