
କେନ୍ଦ୍ରାପଡ଼ା, ୧୮ ନଭେମ୍ବର(ହି.ସ.) – ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ନଭେମ୍ବର ୧୯ରୁ ୨୧ ତାରିଖ ପର୍ୟ୍ୟନ୍ତ ରାଜ୍ୟର ୬ଟି ଜିଲ୍ଲାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ବନ୍ଦ ରହିବାକୁ ଥିବା ୬ଟି ଜିଲ୍ଲା ହେଲା: ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳସ୍ଥାନୀୟ ପାଣିପାଗ ଓ ପରିସ୍ଥିତିକୁ ଅନୁଧ୍ୟାନ କରି ଆବଶ୍ୟକ ପଡ଼ିଲେ ନଭେମ୍ବର ୨୧ ପରେ ମଧ୍ୟ ଛୁଟି ଅବଧି ବୃଦ୍ଧି କରିବାକୁ ସମ୍ପୃକ୍ତ ଜିଲ୍ଲାପାଳମାନେ ନିଷ୍ପତି ନେବେ। ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ସ୍ଥିତି ଅନୁଧ୍ୟାନ କରି ବିଦ୍ୟାଳୟ ଓ ଅଙ୍ଗନବାଡ଼ି ବନ୍ଦ ସମ୍ପର୍କରେ ଜିଲ୍ଲାପାଳମାନେ ନିଷ୍ପତି ନେବେ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
.......................................
ହିନ୍ଦୁସ୍ଥାନ ସମାଚାର / ରବି