ମା ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପରେ ଚୋରିର କଳାଛାଇ! ସିସିଟିଭିରେ କଏଦ ରଡ୍ ବୋଝେଇ କାର :୧ କ୍ୱିଂଟାଲ ୨୫ କିଲୋ ରଡ୍ ଉଦ୍ଧାର, ଜଣେ ଗିରଫ
ଘଟଗାଁ , ୧୮ ନଭେମ୍ବର (ହି.ସ.) - ମା’ ତାରିଣୀ ମନ୍ଦିରର ବିକାଶ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ନିର୍ମାଣ ସାମଗ୍ରୀ ଉପରେ ଚୋରଙ୍କ ନଜର! ମନ୍ଦିର ପରିସରରୁ ଲୁହା ରଡ୍ ରିଙ୍ଗ ଚୋରି ଅଭିଯୋଗ ଏବେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରେ ଘଟଗାଁ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ
ମା’ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପରେ ଚୋରିର କଳାଛାଇ!  ସିସିଟିଭିରେ


ଘଟଗାଁ , ୧୮ ନଭେମ୍ବର (ହି.ସ.) - ମା’ ତାରିଣୀ ମନ୍ଦିରର ବିକାଶ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ନିର୍ମାଣ ସାମଗ୍ରୀ ଉପରେ ଚୋରଙ୍କ ନଜର! ମନ୍ଦିର ପରିସରରୁ ଲୁହା ରଡ୍ ରିଙ୍ଗ ଚୋରି ଅଭିଯୋଗ ଏବେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରେ ଘଟଗାଁ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ପରିବହନରେ ବ୍ୟବହୃତ ହୁଣ୍ଡାଇ କ୍ରେଟା କାର୍କୁ ଜବତ କରିଛି।

ସୂଚନା ଅନୁଯାୟୀ, ମା’ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପ ଅଧୀନରେ ବିଭିନ୍ନ ନିର୍ମାଣ ଓ ଉନ୍ନୟନ କାର?୍ୟ୍ୟ ଚାଲିଛି। ଏଥିପାଇଁ ରଖାଯାଇଥିବା ଲୁହା ରଡ୍ ରିଙ୍ଗକୁ ବସ୍ତାରେ ଭର୍ତି କରି ଏକ ଧଳା ରଙ୍ଗର ହୁଣ୍ଡାଇ କ୍ରେଟା କାର୍ରେ ନିଆଯାଉଥିବା ଦୃଶ୍ୟ ମନ୍ଦିର ପରିସରର ସିସିଟିଭିରେ କଏଦ ହୋଇଥିବା ଅଭିଯୋଗ ହୋଇଥିଲା।

ଖବର ପାଇ ଘଟଗାଁ ପୁଲିସ ତୁରନ୍ତ ଗାଡ଼ିଟିକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଗାଡ଼ିରୁ ୧ କ୍ୱିଂଟାଲ ୨୫ କିଲୋଗ୍ରାମ ଲୁହା ରିଙ୍ଗ୍ ରଡ୍ ଉଦ୍ଧାର କରାଯାଇଥିଲା।

ଏହି ଘଟଣାରେ କୋଳିପଶି ଗ୍ରାମର ଦାରୁବ୍ରହ୍ମ ପଲେଇ (୫୨), ପିତା ଆନନ୍ଦ ପଲେଇଙ୍କୁ ପୁଲିସ ଗିରଫ କରିଛି। ଘଟଗାଁ ଥାନାରେ କେସ୍ ନଂ ୫୫୩/୨୦୨୬, ଦଫା ୩୩୧(୪)/୩୦୫ ବିଏନ୍ଏସ୍ରେ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ଘଟଗାଁ ଜେଏମ୍ଏଫସି ଅଦାଲତକୁ ଚାଲାଣ କରାଯାଇଛି।

ମା’ ତାରିଣୀ ମନ୍ଦିରର ବିକାଶ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ଚୋରି ଅଭିଯୋଗ ଘଟଣା ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଓ ନିର୍ମାଣ ସାମଗ୍ରୀର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ ଉଠାଇଛି। ଅନ୍ୟ କେହି ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସର ଅଧିକ ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande