ତାମିଲନାଡୁରେ ‘ଅନ୍ନନ ସୀ’ର୍ ବିବାହ ସହାୟତା ଯୋଜନାର ମାର୍ଗଦର୍ଶିକା ଜାରି
ଯୋଗ୍ୟ ମହିଳାଙ୍କୁ ମିଳିବ ୮ ଗ୍ରାମର ସୁନା ମୁଦ୍ରା ଓ ରେଶମ ଶାଢ଼ି ଚେନ୍ନାଇ, ୧୮ ନଭେମ୍ବର (ହି.ସ.)- ତାମିଲନାଡୁ ସରକାର ‘ଅନ୍ନନ ସୀର ବିବାହ ସହାୟତା ଯୋଜନା ପାଇଁ ଯୋଗ୍ୟତା ଓ ଆବେଦନ ପ୍ରକ୍ରିୟା ସମ୍ପର୍କିତ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ଯୋଜନା ଅନୁଯାୟୀ, ବାର୍ଷିକ ୨.୫ ଲକ୍ଷ ଟଙ୍କା ପର୍ଯ୍
'अन्नान सीर' प्रोजेक्ट की गाइडलाइंस जारी की गईं


ଯୋଗ୍ୟ ମହିଳାଙ୍କୁ ମିଳିବ ୮ ଗ୍ରାମର ସୁନା ମୁଦ୍ରା ଓ ରେଶମ ଶାଢ଼ି

ଚେନ୍ନାଇ, ୧୮ ନଭେମ୍ବର (ହି.ସ.)- ତାମିଲନାଡୁ ସରକାର ‘ଅନ୍ନନ ସୀର ବିବାହ ସହାୟତା ଯୋଜନା ପାଇଁ ଯୋଗ୍ୟତା ଓ ଆବେଦନ ପ୍ରକ୍ରିୟା ସମ୍ପର୍କିତ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ଯୋଜନା ଅନୁଯାୟୀ, ବାର୍ଷିକ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାରର ଯୋଗ୍ୟ ମହିଳାମାନଙ୍କୁ ବିବାହ ଅବସରରେ ୮ ଗ୍ରାମର ସୁନା ମୁଦ୍ରା ଓ ଗୋଟିଏ ରେଶମ ଶାଢ଼ି ପ୍ରଦାନ କରାଯିବ। ଚଳିତ ଆର୍ôଥକ ବର୍ଷରେ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ୮୧୨ କୋଟି ଟଙ୍କାର ବଜେଟ୍ ଆବଂଟନ କରାଯାଇଛି।

ସାମାଜିକ କଲ୍ୟାଣ ବିଭାଗର ସଚିବ ପଲ୍ଲବୀ ବଳଦେବଙ୍କ ପକ୍ଷରୁ ଜାରି ସରକାରୀ ଆଦେଶ ଅନୁଯାୟୀ, ଏହି ଯୋଜନାର ଲାଭ ପାଇବା ପାଇଁ ବର ଓ କନ୍ୟାଙ୍କ ବୟସ ବିବାହ ପାଇଁ ନିର୍ଦ୍ଧାରିତ ସର୍ବନିମ୍ନ ଆଇନଗତ ବୟସ ଅନୁଯାୟୀ ହେବା ଆବଶ୍ୟକ। କନ୍ୟାଙ୍କ ନାମ ସକ୍ରିୟ ରାସନ କାର୍ଡରେ ରହିବା ବାଧ୍ୟତାମୂଳକ। ଏଥିସହ ତାଙ୍କ ପରିବାରର ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବା ଆବଶ୍ୟକ।

ମାର୍ଗଦର୍ଶିକା ଅନୁଯାୟୀ, ଆୟକର ଓ ବୃତିଗତ କର ପ୍ରଦାନ କରୁଥିବା ପରିବାର, ବ୍ୟକ୍ତିଗତ ବ୍ୟବହାର ପାଇଁ କାର୍ ରଖିଥିବା ଲୋକ ଏବଂ ୫ ଏକରରୁ ଅଧିକ ଜଳସେଚିତ କିମ୍ବା ୧୦ ଏକରରୁ ଅଧିକ ଅଣଜଳସେଚିତ ଜମିର ମାଲିକ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ଏହାବ୍ୟତୀତ, ଅନ୍ୟ ବିଭାଗ କିମ୍ବା ବୋର୍ଡର ବିବାହ ଆର୍ôଥକ ସହାୟତା ଯୋଜନାର ଲାଭ ପୂର୍ବରୁ ନେଇଥିବା ବ୍ୟକ୍ତିମାନେ ମଧ୍ୟ ଏହି ଯୋଜନାରେ ସହାୟତା ପାଇବେ ନାହିଁ।

ବାର୍ଷିକ ୩,୬୦୦ ୟୁନିଟ୍ରୁ ଅଧିକ ବିଦ୍ୟୁତ୍ ଖର୍ଚ୍ଚ କରୁଥିବା ପରିବାର, ଗ୍ରାମ ପଂଚାୟତ ସଦସ୍ୟଙ୍କୁ ବାଦ୍ ଦେଲେ ଅନ୍ୟ ନିର୍ବାଚିତ ଜନପ୍ରତିନିଧି, ସରକାରୀ କର୍ମଚାରୀ ଏବଂ ପେନ୍ସନ୍ଭୋଗୀମାନେ ମଧ୍ୟ ଏହି ଯୋଜନାର ପରିସରରୁ ବାଦ୍ ପଡ଼ିବେ। ଏହାସହ ବାର୍ଷିକ ୫୦ ଲକ୍ଷ ଟଙ୍କାରୁ ଅଧିକ କାରବାର କରୁଥିବା ଏବଂ ଜିଏସ୍ଟି ପ୍ରଦାନ କରୁଥିବା କମ୍ପାନୀର ପରିବାର ମଧ୍ୟ ଏହାର ଲାଭ ଉଠାଇପାରିବେ ନାହିଁ।

ଏହି ଯୋଜନା ପାଇଁ କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ। ବିବାହ ତାରିଖର ୬୦ ଦିନ ପୂର୍ବରୁ ଆରମ୍ଭ କରି ବିବାହ ଦିନ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ। ୫ ଅକ୍ଟୋବର ୨୦୨୬ରୁ ୧୫ ଜାନୁଆରୀ ୨୦୨୭ ମଧ୍ୟରେ ହେବାକୁ ଥିବା ବିବାହ ପାଇଁ ଆବେଦନର ଶେଷ ତାରିଖ ୧୫ ଜାନୁଆରୀ ଧାର୍ଯ୍ୟ କରାଯାଇଛି।

ଆବେଦନକାରୀମାନେ ଇ-ସେବା କେନ୍ଦ୍ର ମାଧ୍ୟମରେ [www.tnesevai.tn.gov.in](http://www.tnesevai.tn.gov.in) ୱେବ୍ସାଇଟ୍ରେ ଆବେଦନ କରିପାରିବେ। ଆଧାର ନମ୍ବର ଓ ରାସନ କାର୍ଡ ଆଧାରରେ ଯୋଗ୍ୟତା ଯାଂଚ କରାଯିବ। ଯୋଗ୍ୟ ଆବେଦନକାରୀଙ୍କୁ ବିବାହ ନିମନ୍ତ୍ରଣ ପତ୍ର ମଧ୍ୟ ଅପଲୋଡ୍ କରିବାକୁ ପଡ଼ିବ। ଆବେଦନ ଗ୍ରହଣ ହେବା ପରେ ଏକ ସ୍ୱତନ୍ତ୍ର ପରିଚୟ ସଂଖ୍ୟା ଜାରି କରାଯିବ ଏବଂ ଏ ସମ୍ପର୍କରେ ଏସ୍ଏମ୍ଏସ୍ ଓ ଇ-ମେଲ୍ ମାଧ୍ୟମରେ ସୂଚନା ଦିଆଯିବ।

ଯୋଜନାର ଯୋଗ୍ୟ ହିତାଧିକାରୀମାନଙ୍କୁ ବିବାହ ସମ୍ପନ୍ନ ହେବାର ୧୫ ଦିନ ମଧ୍ୟରେ ତାମିଲନାଡୁରେ ନିଜ ବିବାହ ପଞ୍ଜୀକରଣ କରାଇବା ବାଧ୍ୟତାମୂଳକ ହେବ। ଆବେଦନ ଖାରଜ ହେଲେ ଏହାର କାରଣ ଜଣାଇ ଦିଆଯିବ। ଯଦି ଆବେଦନକାରୀଙ୍କୁ ଲାଗେ ଯେ ତାଙ୍କ ଆବେଦନକୁ ଭୁଲ୍ ଭାବେ ଖାରଜ କରାଯାଇଛି, ତେବେ ସେ ୱେବ୍ସାଇଟ୍ ମାଧ୍ୟମରେ ଅପିଲ୍ କରିପାରିବେ। ମିଳିଥିବା ଅପିଲ୍ଗୁଡ଼ିକର ଆଂଚଳିକ ସ୍ତରରେ ଯାଂଚ କରାଯିବ ଏବଂ ଯୋଗ୍ୟ ଆବେଦନକାରୀଙ୍କୁ ସହାୟତା ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।

----------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande