
କେନ୍ଦ୍ରାପଡ଼ା, ୧୮ ନଭେମ୍ବର(ହି.ସ.) – ମାର୍ଶାଘାଇ ବ୍ଲକ ପରକୁଳା ଗ୍ରାମରେ କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି କ୍ଲବର ସଭାପତି ପ୍ରଭାତ ରଞ୍ଜନ ପଣ୍ଡାଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳି ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି! ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟଅତିଥି ଭାବେ ବିଜେପି ନେତ୍ରୀ ଉଷାରାଣୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ! ପ୍ରଭାତ ରଞ୍ଜନ ମାର୍ଶାଘାଇ ବ୍ଲକ ସମେତ କେନ୍ଦ୍ରାପଡ଼ା ଜିଲ୍ଲାରେ ଅସହାୟ ଗରିବ ଲୋକମାନଙ୍କର ସେବାରେ ନିଜକୁ ନିୟୋଜିତ କରିଥିଲେ! ବନ୍ୟା ବାତ୍ୟା ସମୟରେ ବିପନ୍ନ ପରିବାରଙ୍କୁ ନିଜସ୍ୱ ଅର୍ଥରେ ସହାୟତା ପ୍ରଦାନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ! ପ୍ରଭାତ ରଞ୍ଜନ ନିଜ ଅଂଚଳର ସାମାଜିକ କର୍ମୀମାନଙ୍କୁ ନେଇ ସଂସ୍କୃତି କ୍ଲବ ପ୍ରତିଷ୍ଠା କରିଥିଲେ। ତାଙ୍କର ଅବଦାନ ପାଇଁ ସେ ଜିଲ୍ଲାରେ ବେଶ ପରିଚିତ ଥିଲେ ବୋଲି ଶ୍ରୀମତୀ ମିଶ୍ର ଶ୍ରଦ୍ଧାଞ୍ଜଳି ସଭାରେ ମତବ୍ୟକ୍ତ କରିଥିଲେ! ମୁଖ୍ୟ ବକ୍ତାଭାବେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବାନୀ ଦାସ ଓ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ମନୋଜ ମହାନ୍ତି ସାମ୍ବାଦିକ ପିନାକୀ ସାମନ୍ତରାୟ ଭାଗିରଥି ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରଭାତ ରଞ୍ଜନ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ! ଏହି ସଭାରେ ଭବାନୀ ଶଙ୍କର ପଣ୍ଡା ତନୟା ପଣ୍ଡା ରଜତ ମହାପାତ୍ର ଗୌରୀଶଙ୍କର ପଣ୍ଡା ଗୁଲୁରୀ ପଣ୍ଡା ନାରୀନେତ୍ରୀ ବୈଦେହୀ ପଣ୍ଡା ପ୍ରମୁଖ ପରିଚାଳନା କରିଥିବାବେଳେ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ!
.......................................
ହିନ୍ଦୁସ୍ଥାନ ସମାଚାର / ରବି