ଭସ୍ମ ଆରତିରେ ବାବା ମହାକାଳଙ୍କୁ ଶେଷନାଗ ଆକୃତିର ରୁପା ମୁକୁଟ, ମୁଣ୍ଡମାଳ ଓ ରୁଦ୍ରାକ୍ଷରେ କରାଗଲା ଦିବ୍ୟ ଶୃଙ୍ଗାର
ଉଜ୍ଜୟିନୀ, ୧୮ ନଭେମ୍ବର (ହି.ସ.)। ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ବୁଧବାର ଭୋର ୪ଟାରେ ଭଗବାନ ମହାକାଳଙ୍କ ଭସ୍ମ ଆରତି ସମ୍ପନ୍ନ ହୋଇଛି। କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ଅବସରରେ ବାବା ମହାକାଳଙ୍କର ସ୍ୱତନ୍ତ୍ର ଶୃଙ୍ଗାର କରାଯାଇଥିଲା। ଭସ୍ମ ଅର
बाबा महाकाल का शेषनाग के रजत मुकुट, मुंडमाल और रुद्राक्ष से किया श्रृंगार


ଉଜ୍ଜୟିନୀ, ୧୮ ନଭେମ୍ବର (ହି.ସ.)। ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ବୁଧବାର ଭୋର ୪ଟାରେ ଭଗବାନ ମହାକାଳଙ୍କ ଭସ୍ମ ଆରତି ସମ୍ପନ୍ନ ହୋଇଛି। କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ଅବସରରେ ବାବା ମହାକାଳଙ୍କର ସ୍ୱତନ୍ତ୍ର ଶୃଙ୍ଗାର କରାଯାଇଥିଲା। ଭସ୍ମ ଅର୍ପଣ ପରେ ଭଗବାନଙ୍କୁ ଶେଷନାଗ ଆକୃତିର ରୁପା ମୁକୁଟ, ରୁପାର ମୁଣ୍ଡମାଳ, ରୁଦ୍ରାକ୍ଷ ମାଳା ଓ ସୁଗନ୍ଧିତ ପୁଷ୍ପରେ ସଜ୍ଜିତ କରାଯାଇଥିଲା। ଏହି ଦିବ୍ୟ ସ୍ୱରୂପର ଦର୍ଶନ ପାଇଁ ସକାଳୁ ମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

ବୁଧବାର ଭୋରରେ ମନ୍ଦିରର କବାଟ ଖୋଲିବା ପରେ ପ୍ରଥମେ ପୂଜକମାନେ ବୀରଭଦ୍ରଜୀଙ୍କୁ ପ୍ରଣାମ କରି ସ୍ୱସ୍ତିବାଚନ କରିଥିଲେ। ଏହାପରେ ରୁପାର କବାଟ ଖୋଲାଯାଇଥିଲା। ଗର୍ଭଗୃହରେ ବିରାଜମାନ ଭଗବାନ ମହାକାଳଙ୍କ ସମେତ ସମସ୍ତ ଦେବଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପୂଜକମାନେ ଭଗବାନଙ୍କ ପୂର୍ବ ଶୃଙ୍ଗାର ଖୋଲି ଜଳାଭିଷେକ କରିଥିଲେ। ଏହାପରେ କ୍ଷୀର, ଦହି, ଘିଅ, ଚିନି, ମହୁ ଓ ଫଳରସରେ ପ୍ରସ୍ତୁତ ପଞ୍ଚାମୃତରେ ଅଭିଷେକ ଓ ପୂଜା କରାଯାଇଥିଲା। ନନ୍ଦୀ ହଲ୍ରେ ନନ୍ଦୀ ମହାରାଜଙ୍କ ସ୍ନାନ, ଧ୍ୟାନ ଓ ପୂଜାର୍ଚ୍ଚନା ମଧ୍ୟ ସମ୍ପନ୍ନ ହୋଇଥିଲା।

ଭସ୍ମ ଆରତିର ପରମ୍ପରା ଅନୁଯାୟୀ, ପ୍ରଥମ ଘଣ୍ଟାଳ ବଜାଇ ଭଗବାନଙ୍କୁ ହରିଓମ୍ ଜଳ ଅର୍ପଣ କରାଯାଇଥିଲା। ମନ୍ତ୍ରୋଚ୍ଚାରଣ ମଧ୍ୟରେ ଭଗବାନଙ୍କ ଧ୍ୟାନ ଓ କର୍ପୂର ଆରତି କରାଯାଇଥିଲା। ଏହାପରେ ଜ୍ୟୋତିର୍ଲିଙ୍ଗକୁ ବସ୍ତ୍ରରେ ଆଚ୍ଛାଦିତ କରି ମହା ନିର୍ବାଣୀ ଆଖଡ଼ା ପକ୍ଷରୁ ପବିତ୍ର ଭସ୍ମ ଅର୍ପଣ କରାଯାଇଥିଲା। ଭସ୍ମ ଅର୍ପଣ ପରେ ବାବା ମହାକାଳଙ୍କୁ ଶେଷନାଗ ଆକୃତିର ରୁପା ମୁକୁଟ, ରୁପାର ମୁଣ୍ଡମାଳ ଓ ରୁଦ୍ରାକ୍ଷ ମାଳାରେ ସଜ୍ଜିତ କରାଯାଇଥିଲା। ଏଥିସହ ସୁଗନ୍ଧିତ ପୁଷ୍ପମାଳା ମଧ୍ୟ ଅର୍ପଣ କରାଯାଇଥିଲା।

ଭଗବାନଙ୍କୁ ଫଳ, ଶୁଖିଲା ଫଳ ଓ ମିଠା ଭୋଗ ଲଗାଯାଇଥିଲା। ଭସ୍ମ ଆରତି ସମୟରେ ସମଗ୍ର ମନ୍ଦିର ପରିସର ବାବା ମହାକାଳଙ୍କ ଜୟଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। ଶ୍ରଦ୍ଧାଳୁମାନେ ନନ୍ଦୀ ମହାରାଜଙ୍କ ଦର୍ଶନ କରିବା ସହ ତାଙ୍କ କାନରେ ନିଜ ମନୋକାମନା ଜଣାଇ ଆଶୀର୍ବାଦ ଭିକ୍ଷା କରିଥିଲେ। ଧାର୍ମିକ ମାନ୍ୟତା ଅନୁଯାୟୀ, ଭସ୍ମ ଅର୍ପଣ ପରେ ଭଗବାନ ମହାକାଳ ନିରାକାରରୁ ସାକାର ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ବାବାଙ୍କ ଏହି ଦିବ୍ୟ ସ୍ୱରୂପର ଦର୍ଶନ କରି ଶ୍ରଦ୍ଧାଳୁମାନେ ପୁଣ୍ୟ ଅର୍ଜନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande