ଯୁବ ଶିକ୍ଷକ ଶେଖ୍ ଅବଦୁଲ ଜାହାଙ୍ଗୀରଙ୍କ ଅକାଳ ବିୟୋଗ
କେନ୍ଦ୍ରାପଡ଼ା, ୧୮ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଅଂଚଳର ଜଣେ ଲୋକପ୍ରିୟ ତଥା କର୍ତବ୍ୟନିଷ୍ଠ ଯୁବ ଶିକ୍ଷକ ଶେଖ୍ ଅବଦୁଲ ଜାହାଙ୍ଗୀର(୪୯)ଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ପରଲୋକ ଖବର ପ୍ରଚାରିତ ହେବାପରେ ସମଗ୍ର ଅଂଚଳ ସମେତ ଶିକ୍ଷକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ଜାହାଙ୍ଗୀର ନିଜ
ଯୁବ ଶିକ୍ଷକ ଶେଖ୍ ଅବଦୁଲ ଜାହାଙ୍ଗୀରଙ୍କ ଅକାଳ ବିୟୋଗ


କେନ୍ଦ୍ରାପଡ଼ା, ୧୮ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଅଂଚଳର ଜଣେ ଲୋକପ୍ରିୟ ତଥା କର୍ତବ୍ୟନିଷ୍ଠ ଯୁବ ଶିକ୍ଷକ ଶେଖ୍ ଅବଦୁଲ ଜାହାଙ୍ଗୀର(୪୯)ଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ପରଲୋକ ଖବର ପ୍ରଚାରିତ ହେବାପରେ ସମଗ୍ର ଅଂଚଳ ସମେତ ଶିକ୍ଷକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ଜାହାଙ୍ଗୀର ନିଜ ଶିକ୍ଷକତା ଜୀବନର ପ୍ରଥମ ପର୍ଯ୍ୟାୟରେ ଚଉଦକୁଲାଟ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରୁ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତୀ ସମୟରେ ସେ ବଗଡ଼ା ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ। ବର୍ତମାନ ସେ ଡେପୁଟେସନରେ ଦିଲାୱାରପୁର ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ। ଜଣେ ଛାତ୍ରବତ୍ସଳ ତଥା ମେଳାପୀ ଶିକ୍ଷକ ଭାବେ ସେ ସମସ୍ତଙ୍କର ଅତି ପ୍ରିୟପାତ୍ର ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷ ଦର୍ଶନ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଓ.ପି.ଡି. ଶିକ୍ଷକ ସଂଘର ସଭାପତି ଦାଶରଥି ନାୟକ, ସମ୍ପାଦକ ଦେବେନ୍ଦ୍ର କୁମାର ନାୟକ, ସି.ଆର୍.ସି.ସି. ସହଦେବ ସାହୁ ଏବଂ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ସେ ଜଣେ ଦକ୍ଷ ଫୁଟବଲ ଖେଳାଳି ଥିଲେ। କେନ୍ଦ୍ରାପଡ଼ାର ସୁରଜ ସ୍ପୋର୍ଟିଂ କ୍ଲବରେ ବହୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ମେଡାଲ ପାଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande