ଗ୍ରାମୀଣ ନିଯୁକ୍ତି ଯୋଜନାରେ ଅଭିଯୋଗର ସମାଧାନ ପାଇଁ ଜିଲ୍ଲାସ୍ତରରେ ନିଯୁକ୍ତ ହେବେ ‘ଅଭିଯୋଗ ନିବାରଣ ଅଧିକାରୀ’
ଜବ୍ କାର୍ଡ, ମଜୁରି ପ୍ରଦାନ ଓ ନିଯୁକ୍ତି ସମ୍ବନ୍ଧୀୟ ଅଭିଯୋଗର ଶୁଣାଣି କରିବେ - ପ୍ରତି ମାସରେ ତିନୋଟି ସାମାଜିକ ସମୀକ୍ଷା ଜନଶୁଣାଣି କିମ୍ବା ଗ୍ରାମସଭାରେ ଉପସ୍ଥିତ ରହିବା ବାଧ୍ୟତାମୂଳକ ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.)। ବିକଶିତ ଭାରତ–ରୋଜଗାର ଏବଂ ଜୀବିକା ଗ୍ୟାରେଣ୍ଟି ମିଶନ (ଗ୍ରାମୀଣ) ଅ
केंद्रीय ग्रामीण विकास मंत्रालय (फाइल फोटो)।


- ଜବ୍ କାର୍ଡ, ମଜୁରି ପ୍ରଦାନ ଓ ନିଯୁକ୍ତି ସମ୍ବନ୍ଧୀୟ ଅଭିଯୋଗର ଶୁଣାଣି କରିବେ

- ପ୍ରତି ମାସରେ ତିନୋଟି ସାମାଜିକ ସମୀକ୍ଷା ଜନଶୁଣାଣି କିମ୍ବା ଗ୍ରାମସଭାରେ ଉପସ୍ଥିତ ରହିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.)। ବିକଶିତ ଭାରତ–ରୋଜଗାର ଏବଂ ଜୀବିକା ଗ୍ୟାରେଣ୍ଟି ମିଶନ (ଗ୍ରାମୀଣ) ଅଧିନିୟମ, ୨୦୨୫ ଅନୁଯାୟୀ ଗ୍ରାମୀଣ ଶ୍ରମିକଙ୍କ ଅଭିଯୋଗର ସମାଧାନ ପାଇଁ ଜିଲ୍ଲାସ୍ତରରେ 'ଅଭିଯୋଗ ନିବାରଣ ଅଧିକାରୀ' (ଓମ୍ବୁଡ୍ସପର୍ସନ) ନିଯୁକ୍ତିର ବ୍ୟବସ୍ଥା କରାଯାଇଛି। ଏହି ଅଧିକାରୀମାନେ ଜବ୍ କାର୍ଡ, ନିଯୁକ୍ତି, ମଜୁରି ପ୍ରଦାନ, କାମ ଦେବାରେ ବିଳମ୍ବ ହେଲେ କ୍ଷତିପୂରଣ ଏବଂ କାର୍ଯ୍ୟସ୍ଥଳରେ ଉପଲବ୍ଧ ସୁବିଧା ସମ୍ପର୍କିତ ଅଭିଯୋଗର ଶୁଣାଣି କରିବେ। ଏଥିପାଇଁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ ନିବାରଣ ଅଧିକାରୀ ଏବଂ ଅପିଲ୍ କର୍ତ୍ତୃପକ୍ଷଙ୍କ ସମ୍ପର୍କରେ ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି।

ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅନୁଯାୟୀ, ଏହି ମାର୍ଗଦର୍ଶିକାର ଉଦ୍ଦେଶ୍ୟ ହେଉଛି ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ସହ ଗ୍ରାମୀଣ ଶ୍ରମିକଙ୍କ ଆଇନଗତ ଅଧିକାରର ସୁରକ୍ଷା କରିବା। ଏହା ଅଧୀନରେ ଅଭିଯୋଗ ଦାଖଲଠାରୁ ଆରମ୍ଭ କରି ତାହାର ସମାଧାନ ଏବଂ ଏହା ଉପରେ ନିଆଯାଇଥିବା ପଦକ୍ଷେପର ତଦାରଖ ପର୍ଯ୍ୟନ୍ତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି।

ଅଭିଯୋଗ ନିବାରଣ ଅଧିକାରୀଙ୍କ ଅଧିକାର କ୍ଷେତ୍ରରେ ଜବ୍ କାର୍ଡ, ନିଯୁକ୍ତି ଯୋଗାଇବା, ମଜୁରି ପ୍ରଦାନରେ ବିଳମ୍ବ, ବିଳମ୍ବ ପାଇଁ କ୍ଷତିପୂରଣ, କାର୍ଯ୍ୟସ୍ଥଳରେ ସୁବିଧା, ମଷ୍ଟର ରୋଲ୍ ଏବଂ ଅନ୍ୟାନ୍ୟ ଆଇନଗତ ସୁବିଧାରୁ ବଞ୍ଚିତ କରାଯିବା ସମ୍ପର୍କିତ ଅଭିଯୋଗ ସାମିଲ ରହିବ। ଏହା ବ୍ୟତୀତ ଭେଦଭାବ, ନିର୍ଯାତନା ଏବଂ ମହିଳା ତଥା ଦୁର୍ବଳ ବର୍ଗର ଶ୍ରମିକଙ୍କ ଅଧିକାର ଉଲ୍ଲଂଘନ ସମ୍ପର୍କିତ ମାମଲାର ମଧ୍ୟ ଶୁଣାଣି କରାଯିବ।

ନୂତନ ମାର୍ଗଦର୍ଶିକାରେ ଅଭିଯୋଗ ନିବାରଣ ଅଧିକାରୀ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ପରିସରକୁ ବୃଦ୍ଧି କରାଯାଇଛି। ଗ୍ରାମୀଣ ବିକାଶ, ଲୋକ ପ୍ରଶାସନ, ଆଇନ, ଶିକ୍ଷା, ସାମାଜିକ କାର୍ଯ୍ୟ ଏବଂ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ଥିବା ବ୍ୟକ୍ତିମାନେ ଏହି ଦାୟିତ୍ୱ ପାଇଁ ଯୋଗ୍ୟ ବିବେଚିତ ହେବେ। ସେମାନଙ୍କ କାର୍ଯ୍ୟକାଳ ଓ ପାରିଶ୍ରମିକ ସମ୍ପର୍କିତ ବ୍ୟବସ୍ଥାରେ ମଧ୍ୟ ସଂଶୋଧନ କରାଯାଇଛି। ଅଭିଯୋଗ ନିବାରଣ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବା, ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ ରଖିବା ଏବଂ ଡିଜିଟାଲ୍ ମଞ୍ଚର ବ୍ୟବହାର ସମ୍ପର୍କରେ ଜ୍ଞାନ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande