ସ୍ଥାୟୀ ଶିଳ୍ପାୟନ ଏବଂ ସମ୍ବଳ/ପରିଚାଳିତ ଅଭିବୃଦ୍ଧି ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୬ ଅବସରରେ ପିପିଟି ଉପସ୍ଥାପନ ପ୍ରତିଯୋଗିତା ଅନୁଷ୍ଠିତ
ସୁବର୍ଣ୍ଣପୁର, ୧୮ ନଭେମ୍ବର(ହି.ସ.) – ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୬ ଅବସରରେ ଆଜି ସୋନପୁର ମହାବିଦ୍ୟାଳୟଠାରେ ଚଚଞ ଉପସ୍ଥାପନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗୀ “ନିଶାମୁକ୍ତ ଯୁବ, ବିକଶିତ ଭାରତ ପାଇଁ” ବିଷୟବସ୍ତୁ ଉପରେ ନିଜ ନିଜର ପିପିଟି ଉପସ୍ଥାପନ କରିଥିଲେ। କାର୍ଯ୍ୟକ
ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୬ ଅବସରରେ PPT ଉପସ୍ଥାପନ ପ୍ରତିଯୋଗିତା ଅନୁଷ୍ଠିତ


ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୬ ଅବସରରେ PPT ଉପସ୍ଥାପନ ପ୍ରତିଯୋଗିତା ଅନୁଷ୍ଠିତ


ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୬ ଅବସରରେ PPT ଉପସ୍ଥାପନ ପ୍ରତିଯୋଗିତା ଅନୁଷ୍ଠିତ


ସୁବର୍ଣ୍ଣପୁର, ୧୮ ନଭେମ୍ବର(ହି.ସ.) – ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୬ ଅବସରରେ ଆଜି ସୋନପୁର ମହାବିଦ୍ୟାଳୟଠାରେ ଚଚଞ ଉପସ୍ଥାପନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗୀ “ନିଶାମୁକ୍ତ ଯୁବ, ବିକଶିତ ଭାରତ ପାଇଁ” ବିଷୟବସ୍ତୁ ଉପରେ ନିଜ ନିଜର ପିପିଟି ଉପସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପ୍ରଧାନ ଯୋଗଦେଇଥିଲେ। ଏଥିରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଯମୁନା ପ୍ରଧାନ, ସହାୟକ ଜିଲ୍ଲାପାଳ ଶ୍ରୀମତୀ ତପସ୍ୱିନୀ ଶତପଥୀ, ଓଡ଼ିଆ ଅଧ୍ୟାପିକା ଇତିଶ୍ରୀ ଦାସ, ସୋନପୁର ମହାବିଦ୍ୟାଳୟ ଅଧକ୍ଷ ଶ୍ରୀ ରାଧାକାନ୍ତ ନାଏକ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚିତରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରୀତି ସୁନା ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତିଯୋଗିତାରେ ସ୍ୱୟଂ ମିଶ୍ର ପ୍ରଥମ, ଶାଶ୍ୱତ ପଣ୍ଡା ଦ୍ୱିତୀୟ ଏବଂ ଜେସିକା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରତିଯୋଗୀମାନଙ୍କ ମଧ୍ୟରୁ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ୬ ଜଣ ପ୍ରତିଯୋଗୀ ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande