ସିରିପେଟାରେ ବିଶ୍ଵ ହିନ୍ଦୁ ପରିଷଦର ପ୍ରଖଣ୍ଡ ବୈଠକ
ମାଲକାନଗିରି , ୧୮ ନଭେମ୍ବର (ହି.ସ.) - ଆଜି ଅଁଳା ନବମୀ ଅବସରରେ କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ସିରିପେଟା ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ପ୍ରଖଣ୍ଡ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଶ୍ଵ ହିନ୍ଦୁ ପରିଷଦ ର ମାଲକାନଗିରି ଜିଲ୍ଲା ପ୍ରମୁଖ ନ
ସିରିପେଟା ରେ ବିଶ୍ଵ ହିନ୍ଦୁ ପରିଷଦ ର ପ୍ରଖଣ୍ଡ ବୈଠକ


ମାଲକାନଗିରି , ୧୮ ନଭେମ୍ବର (ହି.ସ.) - ଆଜି ଅଁଳା ନବମୀ ଅବସରରେ କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ସିରିପେଟା ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ପ୍ରଖଣ୍ଡ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଶ୍ଵ ହିନ୍ଦୁ ପରିଷଦ ର ମାଲକାନଗିରି ଜିଲ୍ଲା ପ୍ରମୁଖ ନୀଳମଣି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଅନ୍ୟ ଅତିଥି ମଧ୍ୟରେ ଜିଲ୍ଲା ସ°ଗଠନ ମହାମନ୍ତ୍ରୀ ଶିବପଦ ମିରଧା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ପ୍ରମୁଖ ଶ୍ରୀ ପ୍ରଧାନ ନିଜର ଅଭିଭାଷଣ ରେ ସ°ଗଠନ କୁ ମଜବୁତ କରିବା ପାଇଁ ସମସ୍ତ ବ୍ଲକ୍ ଓ ପଞ୍ଚାୟତ ରେ କର୍ମକର୍ତ୍ତା ଚୟନ କରିବା ପାଇଁ ଆହ୍ୱାନ ଦେଇଥିଲେ ଓ ଏହି କ୍ରମରେ ଖଇରପୁଟ ବ୍ଲକ ର ୫ ଟି ପଦବୀ ପାଇଁ କର୍ମକର୍ତ୍ତା ଚୟନ କରିବା ପାଇଁ ଅନୁରୋଧ କରିଥିଲେ । ଏହାପରେ ସର୍ବ ସମ୍ମତି କ୍ରମେ କୁଡୁମୁଲୁଗୁମ୍ମା ର ଅଜୟ କୁମାର ପଟ୍ଟନାୟକ ଙ୍କୁ ସଭାପତି, ସନାତନ ମାଢୀ ଙ୍କୁ ଉପ-ସଭାପତି, ଗୁପ୍ତେଶ୍ୱର ପଟ୍ଟନାୟକ ଙ୍କୁ ସମ୍ପାଦକ, ଅକ୍ଷୟ କୁମାର ହୋତା ଙ୍କୁ ସଙ୍ଗଠନ ସ°ଯୋଜକ ଓ ସନ୍ଥ ବ୍ରହ୍ମାନନ୍ଦ ଦାସ ଙ୍କୁ ସତସଙ୍ଗ ପ୍ରମୁଖ ଭାବେ ଚୟନ ସହ ସର୍ବ ସମ୍ମତି ମଞ୍ଜୁର ପ୍ରାପ୍ତ ହୋଇଥିଲା । ଶେଷରେ ସଭାପତି ଶ୍ରୀ ପ୍ରଧାନ ସମସ୍ତ ନୂତନ ପଦାଧିକାରୀ ମାନଙ୍କୁ ନିଜର ଅଭିନନ୍ଦନ ଜଣାଇଥିଲେ । ଆଜିର ବୈଠକରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଗଣେଶ ପ୍ରସାଦ ଦାସ, ପଦ୍ମ ଚରଣ ପଣ୍ଡା, ଭଗବାନ ସାହୁ, ହୃଷୀକେଶ ସେଠୀ, ସହଦେଵ ଶିଷା, ସମ୍ବନ୍ଧ ମାଢୀ, ସୁରେନ୍ଦ୍ର କାକଲପାଡିଆ,ଅନୁପ କୁମାର ଦାସ୍, କାଳୁ ମହାରଣା , ଶ୍ୟାମ ତାଙ୍ଗୁଲୁ, ଲଇଛନ ମାଢୀ,ବନ୍ଧୁ ପାଙ୍ଗି,ସିନା କୁର୍ତ୍ତାଡି,ସୁଦାଲୁ ଅନୁଗୁଳିଆ, ଅର୍ଜୁନ ଫୁଲା,ରଗୁ ମାଢୀ ଓ ଲଇଖନ ମାଢୀ ପ୍ରମୁଖ ଯୋଗ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande