
ପୁରୀ , 18 ନଭେମ୍ବର (ହି.ସ.) - ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାକ୍ଷୀ ଗୋପାଳ ମନ୍ଦିର ରେ ଆଜି ଅଁଳା ନବମୀ ପାଳିତ ହୋଇଥିଲା।ବର୍ଷକରେ ଗୋଟିଏ ଦିନ ଶ୍ରୀ ଗୋପୀନାଥ ଙ୍କ ସହ ରାଧାରାଣୀ ଙ୍କ ପାଦ ଦର୍ଶନ ର ସୁଯୋଗ ଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଏହାର ସୁବିଧା ନେଇଥିଲେ।ଯାତ୍ରା ଓ ଦର୍ଶନ କୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ଓ ପୋଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିଲେ।ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସୂଚନା କେନ୍ଦ୍ର ତଥା ହଜିବା ଖୋଜିବା କେନ୍ଦ୍ର ର ବ୍ୟବସ୍ଥା କରାଯାଇଥିଲା।ଯାହା ଦ୍ଵାରା ଗହଳିରେ ହଜୁଥିବା ପିଲା ଓ ଲୋକ ମାନଙ୍କୁ ସେମାନଙ୍କ ପରିବାର ସହ ମିଳିବାର ସୁବିଧା କରାଯାଇଥିଲା।ଲୋକ ମାନଙ୍କୁ ମନ୍ଦିର ଦର୍ଶନ ପାଇଁ ରହିଥିବା ବିଭିନ୍ନ ସତର୍କତା ମୂଳକ ଓ ସଚେତନତା ସୂଚନା ପ୍ରଦାନ କରାଯାଇଥିଲା।ଅଁଳା ନବମୀ ଓ ରାଧା ପାଦ ଦର୍ଶନ ର ମହିମା, ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରବଚକ ନିରଞ୍ଜନ ଦିକ୍ଷୀତ ପ୍ରବଚନ ପ୍ରଦାନ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ଓ ଭଜନ ପୁସ୍ତକର ବିକ୍ରୟ କରାଯାଇଥିଲା।
ଏହି ସୂଚନା କେନ୍ଦ୍ର କୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୁରୀ ମହାନଗର ନିଗମ ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା,ଉପ ଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ପରିଦର୍ଶନ କରିଥିଲେ। ସୂଚନା ଓ ଲୋକସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଭିଷେକ ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସୂଚନା କେନ୍ଦ୍ର ପରିଚାଳନାରେ ସହଯୋଗ କରିଥିଲେ। ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଗହଳିରେ ହଜୁଥିବା ପିଲା ମାନଙ୍କୁ ସେମାନଙ୍କ ପିତା ମାତା ଓ ଅଭିଭାବକଙ୍କ ସହ ଯୋଡ଼ିବା ବ୍ୟବସ୍ଥା କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ