କାର୍ତ୍ତିକ ପୂର୍ଣ୍ଣିମା ଓ ସାମୁଦ୍ରିକ ଝଡ଼ ‘ଅକ୍ୱାନ୍’ ମୁକାବିଲା ପାଇଁ ପ୍ରସ୍ତୁତି
Puri , odisha କାର୍ତ୍ତିକ ପୂର୍ଣ୍ଣିମା ଓ ସାମୁଦ୍ରିକ ଝଡ଼ ‘ଅକ୍ୱାନ୍’ ମୁକାବିଲା ପାଇଁ ପ୍ରସ୍ତୁତି ପୁରୀ,, 18 ନଭେମ୍ବର (ହି.ସ.)-କାର୍ତ୍ତିକ ପୂର୍ଣ୍ଣିମା ଏବଂ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଅକ୍ୱାନ୍’କୁ ଦୃଷ୍ଟିରେ ରଖି ସିଟି ଡିଏସ୍ପି ରଶ୍ମି ରଞ୍ଜନ ମହାପାତ୍ର ଓ ସମୁଦ୍ରକୂଳ ଥାନା ଅଧିକାରୀଙ୍କ
କାର୍ତ୍ତିକ ପୂର୍ଣ୍ଣିମା ଓ ସାମୁଦ୍ରିକ ଝଡ଼ ‘ଅକ୍ୱାନ୍’ ମୁକାବିଲା ପାଇଁ ପ୍ରସ୍ତୁତି


Puri , odisha

କାର୍ତ୍ତିକ ପୂର୍ଣ୍ଣିମା ଓ ସାମୁଦ୍ରିକ ଝଡ଼ ‘ଅକ୍ୱାନ୍’ ମୁକାବିଲା ପାଇଁ ପ୍ରସ୍ତୁତି

ପୁରୀ,, 18 ନଭେମ୍ବର (ହି.ସ.)-କାର୍ତ୍ତିକ ପୂର୍ଣ୍ଣିମା ଏବଂ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଅକ୍ୱାନ୍’କୁ ଦୃଷ୍ଟିରେ ରଖି ସିଟି ଡିଏସ୍ପି ରଶ୍ମି ରଞ୍ଜନ ମହାପାତ୍ର ଓ ସମୁଦ୍ରକୂଳ ଥାନା ଅଧିକାରୀଙ୍କ ଉପସ୍ଥିତିରେ ପୁରୀ ସମୁଦ୍ରକୂଳରେ ନିୟୋଜିତ ଲାଇଫ୍ଗାର୍ଡମାନଙ୍କୁ ସୁରକ୍ଷା ଓ ସତର୍କତା ସମ୍ପର୍କରେ ବ୍ରିଫିଂ ଦିଆଯାଇଥିଲା।ଏହି ଅବସରରେ ଲାଇଫ୍ଗାର୍ଡମାନଙ୍କୁ ସର୍ବଦା ସଜାଗ ଓ ସତର୍କ ରହିବା, ସମୁଦ୍ରକୂଳରେ ନିୟମିତ ପାଟ୍ରୋଲିଂ କରିବା, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସଚେତନ କରିବା ସହ ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜନସାଧାରଣ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୁରୀ ପୋଲିସ ସମସ୍ତ ପ୍ରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande