ପବିତ୍ର ଅଁଳା ନବମୀ ଓ ଶ୍ରୀରାଧା ପାଦ ଦର୍ଶନର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 18 ନଭେମ୍ବର (ହି.ସ.)- ଆଜି ହେଉଛି ପବିତ୍ର ଅଁଳା ନବମୀ ଓ ଶ୍ରୀରାଧା ପାଦ ଦର୍ଶନ । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ରାଜ୍ୟପାଳ
ରାଧା ପାଦ


ଭୁବନେଶ୍ୱର, 18 ନଭେମ୍ବର (ହି.ସ.)- ଆଜି ହେଉଛି ପବିତ୍ର ଅଁଳା

ନବମୀ ଓ ଶ୍ରୀରାଧା ପାଦ ଦର୍ଶନ । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି

ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ

ଏକ୍ସ ହ୍ୟାଣ୍ଡେଲରେ ଏକ

ବାର୍ତ୍ତା ଜାରି କରି ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ କହିଛନ୍ତି ଯେ, ପବିତ୍ର ଅଁଳା ନବମୀ ଓ

ଶ୍ରୀରାଧା ପାଦ ଦର୍ଶନ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା। ଏହି ପବିତ୍ର ଦିବସ

ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି

ଓ ସମୃଦ୍ଧି ଭରିଦେଉ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ

ମାଝୀ ଏକ ବାର୍ତ୍ତାରେ କହିଛନ୍ତି ଯେ, ପବିତ୍ର ଅଁଳା ନବମୀ ଓ ଶ୍ରୀ ରାଧା ପାଦ ଦର୍ଶନ ଅବସରରେ

ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ସମସ୍ତଙ୍କୁ ପବିତ୍ର ଅଁଳା ନବମୀ ଓ

ରାଧାପାଦ ଦର୍ଶନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ମା' ରାଧାଙ୍କ ଅସୀମ କୃପାରୁ ଆପଣ ଓ ଆପଣଙ୍କ ପରିବାରର ପ୍ରତିଟି ଦିନ ସୁଖ

ଓ ସମୃଦ୍ଧିରେ ଭରିଯାଉ।

ସେହିପରି ଉପମୁଖ୍ୟମନ୍ତ୍ରୀ

ପ୍ରଭାତି ପରିଡା ଏକ ବାର୍ତ୍ତାରେ କହିଛନ୍ତି ଯେ, ପବିତ୍ର ଅଁଳା ନବମୀ ଓ ଶ୍ରୀରାଧା ପାଦ ଦର୍ଶନର

ଶୁଭ ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି ।

ପବିତ୍ର ଅଁଳା ନବମୀ ଏବଂ

ରାଧାପାଦ ଦର୍ଶନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ

ଡ.ମୁକେଶ ମହାଲିଙ୍ଗ ।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ

ହରିଚନ୍ଦନ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପବିତ୍ର ଅଁଳା ନବମୀ ତଥା ଶ୍ରୀରାଧା ପାଦ

ଦର୍ଶନର ଶୁଭ ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି

ପବିତ୍ର ଦିନରେ ମା' ରାଧାରାଣୀଙ୍କ ଦିବ୍ୟ ଦର୍ଶନ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି

ଓ ମଙ୍ଗଳମୟ ଆଶୀର୍ବାଦ ଭରିଦେଉ। ଜୟ ଶ୍ରୀରାଧେ !

ଏମଏସଏମଇ ମନ୍ତ୍ରୀ

ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ପବିତ୍ର ଅଁଳା ନବମୀ ତଥା ଶ୍ରୀରାଧା ପାଦ ଦର୍ଶନ ଅବସରରେ

ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ରାଧାରାଣୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖମୟ

ହେଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande