
ଭୁବନେଶ୍ୱର, ୧୮
ନଭେମ୍ବର (ହି.ସ.)। ବୁଧବାରଠାରୁ ଓଡ଼ିଶା ବିଧାନସଭାର ଅଷ୍ଟମ ଅଧିବେଶନ ଆରମ୍ଭ ହୋଇଛି।
ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଦିବଂଗତ ପୂର୍ବତନ ବିଧାୟକ ଏବଂ ଓଡ଼ିଶା ପୁଲିସର ଦିବଂଗତ
ପୂର୍ବତନ ଯବାନଙ୍କ ଉଦ୍ଦେଶ୍ୟରେ ସର୍ବପ୍ରଥମେ ଶୋକ ପ୍ରସ୍ତାବ ପାରିତ ହୋଇଛି।
ବିଧାନସଭା ଅଧିବେଶନ ଆରମ୍ଭ
ହେବା ମାତ୍ରେ ବନ୍ଦେ ମାତରମ୍ ଓ ଜନଗଣମନ ଗାନ କରାଯାଇଥିଲା। ଏହାପରେ ଗୃହର ନେତା ତଥା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା, ପୂର୍ବତନ
ବିଧାୟକ କାହ୍ନୁ ଚରଣ ନାୟକ, ଓଡ଼ିଶା ପୁଲିସର ପୂର୍ବତନ କନଷ୍ଟେବଳ ଅଜୟ ବା, ହିମାଂଶୁ
ରାୟ ଏବଂ ନିକଟରେ ବନ୍ୟା ଓ ଭୂସ୍ଖଳନରେ ପ୍ରାଣ ହରାଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ
ଆଗତ କରିଥିଲେ।
ବିରୋଧୀ ଦଳ ନେତା ନବୀନ
ପଟ୍ଟନାୟକ, କଂଗ୍ରେସ
ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏବଂ ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହି ଶୋକ
ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏହାପରେ ଦିବଂଗତ ବ୍ୟକ୍ତିମାନଙ୍କ ଆତ୍ମାର ସଦ୍ଗତି କାମନା କରି
ଗୃହରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ଶୋକ ପ୍ରସ୍ତାବ ପାରିତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା