ସ୍ୱାଧୀନତା ସଂଗ୍ରାମୀ ବଟୁକେଶ୍ୱର ଦତ୍ତଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ
ଭୁବନେଶ୍ୱର, 18 ନଭେମ୍ବର (ହି.ସ.)- ସ୍ୱାଧୀନତା ସଂଗ୍ରାମୀ ବଟୁକେଶ୍ୱର ଦତ୍ତଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଏକ ବାର୍ତ୍ତା ଜାରି କରି କହିଛ
ବଟୁକେଶ୍ୱର


ଭୁବନେଶ୍ୱର, 18 ନଭେମ୍ବର (ହି.ସ.)- ସ୍ୱାଧୀନତା

ସଂଗ୍ରାମୀ ବଟୁକେଶ୍ୱର ଦତ୍ତଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ରାଜ୍ୟପାଳ,

ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ ।

ଏହି ଅବସରରେ ଏକ୍ସ

ହ୍ୟାଣ୍ଡେଲରେ ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ନିର୍ଭୀକ

ବିପ୍ଳବୀ ଶ୍ରୀ ବଟୁକେଶ୍ୱର ଦତ୍ତଜୀଙ୍କୁ ସ୍ମରଣ କରୁଛୁ। ତାଙ୍କର ସାହସ ଓ ତ୍ୟାଗ ଭାରତର

ସ୍ୱାଧୀନତା ସଂଗ୍ରାମର ଇତିହାସରେ ଚିରସ୍ମରଣୀୟ ହୋଇ ରହିଛି। ତାଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ

ଶ୍ରଦ୍ଧାଞ୍ଜଳି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ

ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମହାନ

କ୍ରାନ୍ତିକାରୀ ବଟୁକେଶ୍ୱର ଦତ୍ତଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ। ତାଙ୍କର ସାହସ, ତ୍ୟାଗ ଏବଂ ଅପୂର୍ବ ଦେଶପ୍ରେମ ଆମ ସମସ୍ତଙ୍କ ପାଇଁ ଏକ ଅବିସ୍ମରଣୀୟ

ଆଦର୍ଶ ହୋଇ ରହିବ।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଶ୍ରୀ ବଟୁକେଶ୍ୱର ଦତ୍ତଙ୍କ ଜୟନ୍ତୀ

ଅବସରରେ ଏହି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ

କରୁଛୁ। ତାଙ୍କର ଅଦମ୍ୟ ସାହସ, ଦୃଢ଼

ସଂକଳ୍ପ ଓ ସର୍ବୋଚ୍ଚ ବଳିଦାନ ଭାରତର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ

ରଖିଥିଲା। ସ୍ୱାଧୀନତା ପ୍ରତି ତାଙ୍କର ନିଷ୍ଠା ଭାରତର ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ଏକ

ଚିରସ୍ମରଣୀୟ ଅଧ୍ୟାୟ ହୋଇ ରହିବ।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ

ହରିଚନ୍ଦନ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ମହାନ ବିପ୍ଲବୀ ବଟୁକେଶ୍ୱର ଦତ୍ତଙ୍କ

ଜୟନ୍ତୀରେ କୋଟି କୋଟି ପ୍ରଣାମ । ଦେଶର ସ୍ୱାଧୀନତା ପାଇଁ ଅସୀମ ସାହସ, ତ୍ୟାଗ ଓ

ଦେଶପ୍ରେମର ଅଦ୍ୱିତୀୟ ଉଦାହରଣ ସୃଷ୍ଟି କରିଥିବା ମହାନ ବିପ୍ଲବୀ ବଟୁକେଶ୍ୱର ଦତ୍ତଙ୍କ ବୀରତ୍ୱ

ଓ ବଳିଦାନ ଚିରସ୍ମରଣୀୟ। ମାତୃଭୂମିର ସ୍ୱାଧୀନତା ପାଇଁ ତାଙ୍କର ସଂଘର୍ଷ ଓ ଦେଶପ୍ରେମ ଆଗାମୀ

ପିଢ଼ିକୁ ସର୍ବଦା ପ୍ରେରଣା ଯୋଗାଇବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande