ଚାଂଚଲ୍ୟକର ବିରୁପାକ୍ଷ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର, ଗିରଫ 3 ଅଭିଯୁକ୍ତଙ୍କୁ କରାଗଲା କୋର୍ଟ ଚାଲାଣ
ବ୍ୟବସାୟକୁ ନେଇ ବୌଦ୍ଧର ଯୁବ ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲାଙ୍କୁ ହତ୍ୟା, ୫ ଦିନ ପରେ ଶବ ଉଦ୍ଧାର
ବ୍ୟବସାୟକୁ ନେଇ ବୌଦ୍ଧର ଯୁବ ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲାଙ୍କୁ ହତ୍ୟା, ୫ ଦିନ ପରେ ଶବ ଉଦ୍ଧାର୧


ବ୍ୟବସାୟକୁ ନେଇ ବୌଦ୍ଧର ଯୁବ ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲାଙ୍କୁ ହତ୍ୟା, ୫ ଦିନ ପରେ ଶବ ଉଦ୍ଧାର


ବୌଦ୍ଧ , 18 ନଭେମ୍ବର (ହି.ସ.) ନିଖୋଜ ଥିବା ବୌଦ୍ଧ ସହର ଗାନ୍ଧୀଛକ ସ୍ଥିତ ଯୁବ ବ୍ୟବସାୟୀ ବିରୁପାକ୍ଷ ଆଗ୍ରୱାଲାଙ୍କ ଶବକୁ ୫ ଦିନ ପରେ ଉଦ୍ଧାର କରାଯାଇଛି l ଅନ୍ୟପକ୍ଷରେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଥିବା ବେଳେ ଗିରଫ ଅନ୍ୟ 3 ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି l ସମଗ୍ର ବୌଦ୍ଧ ଜିଲାରେ ବିରୁପାକ୍ଷ ହତ୍ୟାଘଟଣା ଚାଂଚଲ୍ୟ ଖେଳାଇଦେଇଛି l ବ୍ୟବସାୟକୁ ନେଇ ବୌଦ୍ଧର ଯୁବ ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲାଙ୍କୁ ହତ୍ୟା କରାଯାଇଥିବା ଏସପି କୁଲଦୀପ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ବୌଦ୍ଧ ସହର ଗାନ୍ଧୀଛକ ସ୍ଥିତ ଯୁବ ବ୍ୟବସାୟୀ ବିରୁପାକ୍ଷ ଆଗ୍ରୱାଲାଙ୍କୁ ଗତ ୧୨ ତାରିଖରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ କଦଳୀଗଡ ପଂଚାୟତର ତନ୍ତଗଡ ଜଙ୍ଗଲରେ ହତ୍ୟା କରାଯାଇଥିଲା । ବିରୁପାକ୍ଷ ଗତ ୧୨ ତାରିଖ ମଧ୍ୟାହ୍ନରୁ ନିଖୋଜ ଥିଲେ । ୫ ଦିନ ପରେ ତାଙ୍କର ମୃତ ଦେହକୁ ବୌଦ୍ଧ ପୁଲିସ ରେଢାଖୋଲ ପୁଲିସ ସହାୟତାରେ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲାକୁ ପଠାଇଛି । ସୂଚନାମତେ, ବିରୁପାକ୍ଷ ଓ ବନ୍ଧାପଥର ଗ୍ରାମର ଶିକ୍ଷକ ସ୍ୱାଧିନ ପ୍ରଧାନ ମଧ୍ୟରେ ବ୍ୟବସାୟୀକ ସଂପର୍କ ଥିଲା । ବିରୁପାକ୍ଷ ଟଙ୍କା ସ୍ୱାଧିନକୁ ଦେଇଥିଲେ । ଏହାକୁ ନେଇ ସ୍ୱାଧିନ ବିରୁପାକ୍ଷକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା । ପୂର୍ବ ପ୍ରସ୍ତୁତି ଅନୁଯାଇ ସ୍ୱାଧିନ ବିରୁପାକ୍ଷକୁ ଜିଲ୍ଲା ବାହାରକୁ ନେଇଥିଲା । ଯୋଜନା ମୁତାବକ ବୌଦ୍ଧରୁ ପ୍ରାୟ ୨୦ କିଲୋମିଟର ଦୂର ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ କଦଳୀଗଡ ନିକଟରେ ଥିବା ତନ୍ତୁଗଡ ଜଙ୍ଗଲକୁ ନେଇ ଯାଇଥିଲା । ସେଠାରେ ସ୍ୱାଧିନ ସହିତ ପଦ୍ମନ ମହାନନ୍ଦ(୨୧), ପ୍ରମୋଦ କହଁର(୨୫),ଅବିନାଶ ସ୍ୱାଇଁ(୨୫) ମିଶି ଠେଙ୍ଗାରେ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ଏହି ଘଟଣା ପରେ ସମସ୍ତେ ଫେରାର ହୋଇଯାଇଥିଲେ । ୧୩ ତାରିଖରେ ବିରୁପାକ୍ଷ ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଏସପି କୁଲଦୀପ ମୀନାଙ୍କ ନିର୍ଦ୍ଦେଶରେ ଏସଡିପିଓ ଲରେନ ରାଉତରାୟଙ୍କ ନେତୃତ୍ୱରେ ପୁଲିସର ବିଭିନ୍ନ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ କିଛି ଲୋକଙ୍କ ଡାକି ପଚରା ଉଚରା କରିଥିଲା । ମୋବାଇଲ କଲ ରେକର୍ଡ ଯାଂଚ କରିବା ସହିତ ସିସି ଟିଭି ଫୁଟେଜର ଯାଂଚ ମଧ୍ୟ କରିଥିଲା । ସିସି ଟିଭି ଯାଂଚ ଆଧାରରେ ପୁଲିସ କଦଳୀଗଡ ଅଂଚଳରେ ସନ୍ଧାନୀ କୁକୁର ର ସାହାର୍ଯ୍ୟ ନେଇଥିଲା । ଏହାସହ ଡ୍ରୋନ ସାହାର୍ଯ୍ୟରେ ଯାଂଚ କରିଥିଲା । ତଦନ୍ତ ସମୟରେ ପଦ୍ମନକୁ ଅନୁଗୁଳ ଜିଲ୍ଲାରୁ ଉଠାଇଥିଲା । ତାପରେ ତାକୁ ଜେରା କରିବା ପରେ ସମସ୍ତଙ୍କ ନାମ କହିଥିଲା । ଏହାପରେ ପୁଲିସ ପ୍ରମୋଦ ଓ ଅବିନାଶକୁ ଗିରଫ କରିଥିଲା । ମୁଖ୍ୟ ଅଭିଯୁକ୍ତ ସ୍ୱାଧିନ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ଥିବା ଏସପି କୁଲଦୀପ ମୀନା ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଥିଲେ । ଖୁବ ଶିଘ୍ର ସ୍ୱାଧିନକୁ ମଧ୍ୟ ଧରା ଯିବ ବୋଲି ଏସପି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନିରେ ସଡିପିଓ ଲରେନ ରାଉତରାୟ, ବୌଦ୍ଧ ଥାନା ଅଧିକାରୀ ରଂଜିତ କୁମାର ମୁନୀ ଉପସ୍ଥିତ ଥିଲେ । ଏହି ହତ୍ୟା ଯୋଜନା ବୌଦ୍ଧ ଭୈରବୀ ମନ୍ଦିରରେ କରିଥିବା ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande