
ଭୁବନେଶ୍ୱର, ୧୮ ନଭେମ୍ବର (ହି.ସ.)- ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ‘ଅକ୍ଭାନ୍’ର ମୁକାବିଲା ଏବଂ ପୁନରୁଦ୍ଧାର କାର୍ଯ୍ୟର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଚାରି ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦିଆଯାଇଛି।
ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ପୁରୀ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ସେହିପରି ବାଣିଜ୍ୟ କର ଓ ଜିଏସଟି କମିଶନର ଯାମିନୀ ଷଢଙ୍ଗୀ ଙ୍କୁ ଜଗତସିଂହପୁର , ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ମାନସୀ ନିମ୍ଭାଲଙ୍କୁ ଗଜପତି ଜିଲ୍ଲା ଏବଂ ଓଏସଆଇସି ଏମଡି ସ୍ମୃତି ରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି।
ନିଯୁକ୍ତ ହୋଇଥିବା ଅଧିକାରୀମାନେ ତୁରନ୍ତ ନିଜ ନିଜର ଦାୟିତ୍ୱପ୍ରାପ୍ତ ଜିଲ୍ଲାକୁ ଯାଇ ସେଠାରେ କ୍ୟାମ୍ପ କରିବେ ଏବଂ ଜିଲ୍ଲା ପ୍ରଶାସନ ସହ ମିଶି ବାତ୍ୟା ପୂର୍ବ ପ୍ରସ୍ତୁତି ଓ ରିଲିଫ୍ କାର୍ଯ୍ୟକୁ ତଦାରଖ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା