ବାତ୍ୟା ଅକଭାନ୍ ରେ ସୁରକ୍ଷିତ ରହିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କଲେ ନବୀନ
ଭୁବନେଶ୍ୱର ,୧୮ ନଭେମ୍ବର (ହି.ସ.) - ସମ୍ଭାବ୍ୟ ବାତ୍ୟା ଅକଭାନ୍ ପାଇଁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ରାଜ୍ୟବାସୀ ସତର୍କ ଓ ସଜାଗ ରହିବା ସହ ସୁରକ୍ଷିତ ରହିବାକୁ ନବୀନ ଅନୁରୋଧ କରିଛନ୍ତି। ଏହାସହ ବିପଦ ସମୟରେ ଲୋକଙ୍କୁ ସହାୟତା କରିବାକୁ
Naveen Pattnaik


ଭୁବନେଶ୍ୱର ,୧୮ ନଭେମ୍ବର (ହି.ସ.) - ସମ୍ଭାବ୍ୟ ବାତ୍ୟା ଅକଭାନ୍ ପାଇଁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ରାଜ୍ୟବାସୀ ସତର୍କ ଓ ସଜାଗ ରହିବା ସହ ସୁରକ୍ଷିତ ରହିବାକୁ ନବୀନ ଅନୁରୋଧ କରିଛନ୍ତି। ଏହାସହ ବିପଦ ସମୟରେ ଲୋକଙ୍କୁ ସହାୟତା କରିବାକୁ ଦଳୀୟ କର୍ମୀଙ୍କ ଆହ୍ୱାନ ଦେଇଛନ୍ତି ନବୀନ ।

ବୁଧବାର ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ଭିଡିଓ ବାର୍ତାରେ ନବୀନ କହିଛନ୍ତି ମୁଁ ଗଭୀର ଚିନ୍ତିତ ଯେ ଓଡ଼ିଶା ଉପକୂଳରେ ପୁଣି ଗୋଟିଏ ବାତ୍ୟା ଅକବାନ୍ ଲ୍ୟାଣ୍ଡଫଲ୍ କରିବାର ଆଶଙ୍କା ଦେଖା ଦେଇଛି। ଏହାଦ୍ୱାରା ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲା ପ୍ରଭାବିତ ହୋଇପାରେ।

ଗତ ମାସରେ ଅର୍ଣ୍ଣବ ବାତ୍ୟା ଓ ବନ୍ୟା ଦ୍ୱାରା ଆମର ଗଞ୍ଜାମ, ଗଜପତି ଓ କନ୍ଧମାଳ ଆଦି ଜିଲ୍ଲା ବିଶେଷ କ୍ଷତି ସହିଥିଲା। ଏହି ଜିଲ୍ଲାଗୁଡ଼ିକର ଲୋକଙ୍କ କଷ୍ଟ ଆମ ସମସ୍ତଙ୍କୁ ବହୁତ ଦୁଃଖ ଦେଇଛି।

ତେଣୁ ମୋର ଅନୁରୋଧ ସମସ୍ତେ ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ। ପ୍ରଶାସନକୁ ସହଯୋଗ କରନ୍ତୁ। ଏହି ବିପତି ସମୟରେ ବିଜୁ ଜନତା ଦଳର ସମସ୍ତ ନେତା ଓ କର୍ମୀ ଭାଇଭଉଣୀମାନେ ଲୋକଙ୍କ ସହ ରହି ସହାୟତା ଯୋଗାଇ ଦିଅନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande