ବାତ୍ୟା ପ୍ରସ୍ତୁତିର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ
କର୍ତବ୍ୟରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ: ମନ୍ତ୍ରୀ ଭୁବନେଶ୍ୱର ,୧୮ ନଭେମ୍ବର (ହି.ସ.) - ସମ୍ଭାବ୍ୟ ଭୀଷଣ ବାତ୍ୟା ‘ଅକ୍ଭାନ୍’ର ମୁକାବିଲା ପାଇଁ ରାଜ୍ୟର ସହରାଂଚଳଗୁଡ଼ିକରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବିଭାଗୀୟ
gdgh


- କର୍ତବ୍ୟରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର ,୧୮ ନଭେମ୍ବର (ହି.ସ.) - ସମ୍ଭାବ୍ୟ ଭୀଷଣ ବାତ୍ୟା ‘ଅକ୍ଭାନ୍’ର ମୁକାବିଲା ପାଇଁ ରାଜ୍ୟର ସହରାଂଚଳଗୁଡ଼ିକରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବିଭାଗୀୟ ଏସିଏସ୍ ଉଷା ପାଢ଼ୀ ବୁଧବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ସମସ୍ତ ମହାନଗର ନିଗମ କମିଶନର ଓ ପୌର ନିର୍ବାହୀ ଅଧିକାରୀଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ବୈଠକରେ ମନ୍ତ୍ରୀ ସମସ୍ତ ସହରାଂଚଳ ସ୍ଥାନୀୟ ସଂସ୍ଥାକୁ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରିବା ସହ ଜନସାଧାରଣଙ୍କ ସୁରକ୍ଷା ଓ ଜଳଯୋଗାଣ, ଡ୍ରେନେଜ୍ ଏବଂ ପରିମଳ ଭଳି ଅତ୍ୟାବଶ୍ୟକ ସେବା ଅବ୍ୟାହତ ରଖିବାକୁ କହିଛନ୍ତି। ବାତ୍ୟା ମୁକାବିଲାରେ କୌଣସି ପ୍ରକାର କର୍ତବ୍ୟ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।

ଏସିଏସ୍ ଉଷା ପାଢ଼ୀ ଅଧିକାରୀମାନଙ୍କୁ ଅତିରିକ୍ତ ନିର୍ଦ୍ଦେଶକୁ ଅପେକ୍ଷା ନକରି ନିଜ ଅଧିକାର ପରିସରରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି। ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ପାଇଁ ନିଯୁକ୍ତ ନୋଡାଲ୍ ଅଧିକାରୀମାନେ ଆଜି ରାତି ସୁଦ୍ଧା ନିଜ ନିଜ ଜିଲ୍ଲାରେ ପହଂଚି ସ୍ଥିତି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମୀକ୍ଷାରେ ତଳିଆ ଓ ଜଳବନ୍ଦୀ ପ୍ରବଣ ଅଂଚଳ ଚିହ୍ନଟ, ଡ୍ରେନ୍ ଓ କଲଭର୍ଟ ସଫେଇ, ଜଳ ନିଷ୍କାସନ ପମ୍ପ, ଜେନେରେଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ପ୍ରସ୍ତୁତ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଜଳଯୋଗାଣ ଓ ନର୍ଦ୍ଦମା ବ୍ୟବସ୍ଥାରେ ବାଧା ଉପୁଜିଲେ ତୁରନ୍ତ ମରାମତି ପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ରଖିବା ସହ ସମସ୍ତ ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରଖିବାକୁ କୁହାଯାଇଛି। ବିପଦପୂର୍ଣ୍ଣ ରାସ୍ତା ଓ ଅଞ୍ଚଳରେ ବ୍ୟାରିକେଡ୍ ଏବଂ ସତର୍କ ସୂଚନା ଫଳକ ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ବୈଠକରେ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ୱାଟ୍କୋର ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande