ସମ୍ଭାବ୍ୟ ବାତ୍ୟା ‘‘ଅକଭାନ’- ପର୍ଯ୍ୟଟକ ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏସଆରସିଙ୍କ ତ୍ୱରିତ ପଦକ୍ଷେପ, ପର୍ଯ୍ୟଟନ ଓ ପରିବହନ ବିଭାଗୀୟ ସଚିବଙ୍କୁ ଚିଠି
ସମ୍ଭାବ୍ୟ ବାତ୍ୟା ‘ଅକଭାନ’ଆଶଙ୍କା: ବେଳାଭୂମି ପର୍ଯ୍ୟଟନ ବନ୍ଦ ଓ ରାଜପଥରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଏସଆରସିଙ୍କ ନିର୍ଦ୍ଦେଶ ଭୁବନେଶ୍ୱର, 18 ନଭେମ୍ବର (ହି.ସ.) - ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକଭାନ’ଏବଂ ଭାରତୀୟ ପାଣିପାଗ ବିଭା
ସମ୍ଭାବ୍ୟ ବାତ୍ୟା ‘‘ଅକଭାନ’- ପର୍ଯ୍ୟଟକ ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ       ଏସଆରସିଙ୍କ ତ୍ୱରିତ ପଦକ୍ଷେପ, ପର୍ଯ୍ୟଟନ ଓ ପରିବହନ ବିଭାଗୀୟ ସଚିବଙ୍କୁ ଚିଠି


ସମ୍ଭାବ୍ୟ ବାତ୍ୟା ‘ଅକଭାନ’ଆଶଙ୍କା: ବେଳାଭୂମି ପର୍ଯ୍ୟଟନ ବନ୍ଦ ଓ ରାଜପଥରେ ପାଟ୍ରୋଲିଂ

କଡ଼ାକଡ଼ି କରିବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, 18 ନଭେମ୍ବର (ହି.ସ.) - ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼

‘ଅକଭାନ’ଏବଂ

ଭାରତୀୟ ପାଣିପାଗ ବିଭାଗପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର

ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଓ

ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଏକ ଜରୁରୀ ପତ୍ର ପ୍ରେରଣ କରାଯାଇଛି।

ଆସନ୍ତା ନଭେମ୍ବର ୨୦ ତାରିଖ

ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ଅଶାନ୍ତ ସମୁଦ୍ର, ପ୍ରବଳ ପବନ, ଭାରୀ ବର୍ଷା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳମଗ୍ନ ହେବାର ଆଶଙ୍କା ରହିଥିବାରୁ ପର୍ଯ୍ୟଟକ, ପରିଦର୍ଶକ, ପର୍ଯ୍ୟଟନ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ସୁରକ୍ଷା ନିମନ୍ତେ ତୁରନ୍ତ ଆବଶ୍ୟକୀୟ

ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

ପ୍ରଭାବିତ ହେବାକୁ ଥିବା

ଜିଲ୍ଲାଗୁଡ଼ିକରେ ଜିଲ୍ଲାପାଳ, ପୋଲିସ

ଏବଂ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସମସ୍ତ ପର୍ଯ୍ୟଟନ କର୍ତ୍ତୃପକ୍ଷ, ଟୁର ଅପରେଟର, ହୋଟେଲ ଓ ରିସର୍ଟଗୁଡ଼ିକୁ ନିମ୍ନଲିଖିତ କଟକଣା କଡ଼ାକଡ଼ି ଭାବେ ପାଳନ

କରିବାକୁ କୁହାଯାଇଛି:

ସମ୍ବେଦନଶୀଳ ବେଳାଭୂମିରେ ପର୍ଯ୍ୟଟନ ସମେତ ସମୁଦ୍ର

ସ୍ନାନ,

ବୋଟିଂ, ୱାଟର ସ୍ପୋର୍ଟସ୍, ପ୍ଲେଜର

କ୍ରୁଜ୍ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ପର୍ଯ୍ୟଟନ କାର୍ଯ୍ୟକଳାପକୁ ପରିସ୍ଥିତି ସ୍ୱାଭାବିକ ହେବା

ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ।

ଅସୁରକ୍ଷିତ ବେଳାଭୂମି, ଜେଟି, ଉପକୂଳବର୍ତ୍ତୀ ଭ୍ୟୁଇଂ ପଏଣ୍ଟ ଏବଂ ଅନ୍ୟାନ୍ୟ ବିପଦସଙ୍କୁଳ ପର୍ଯ୍ୟଟନ ସ୍ଥଳୀକୁ ସାଧାରଣ

ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ସହାୟତାରେ

ବ୍ୟାରିକେଡ୍ ଓ ସତର୍କତା ସୂଚନା ଫଳକ ଲଗାଯିବାର ବ୍ୟବସ୍ଥା କରାଯିବ।

ଉପକୂଳବର୍ତ୍ତୀ ଅଞ୍ଚଳର ସମସ୍ତ ହୋଟେଲ, ରିସର୍ଟ ଓ ଟୁର ଅପରେଟରମାନେ ଅତିଥିମାନଙ୍କୁ ସତର୍କ କରାଇବା ସହ

ବାହାରକୁ ବୁଲିବା କାର୍ଯ୍ୟକ୍ରମ ବାତିଲ କରିବେ। ଏହା ସହ ସ୍ଥାନାନ୍ତର କିମ୍ବା ଆଶ୍ରୟସ୍ଥଳୀ

ସମ୍ବନ୍ଧୀୟ ପ୍ରଶାସନିକ ନିର୍ଦ୍ଦେଶ ପାଳନ କରିବା ଏବଂ ଜରୁରୀକାଳୀନ ଯୋଗାଯୋଗ ନମ୍ବର ଓ

ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସରକାରୀ ମାଧ୍ୟମ ଏବଂ

ପର୍ଯ୍ୟଟନ ପ୍ରତିଷ୍ଠାନଗୁଡ଼ିକ ଜରିଆରେ ବିଭିନ୍ନ ଭାଷାରେ ସ୍ପଷ୍ଟ ସୁରକ୍ଷା ପରାମର୍ଶବଳୀ

ପ୍ରଚାର କରାଯିବ। ଏହା ସହିତ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଏବଂ ରାଜ୍ୟ ଜରୁରୀକାଳୀନ

ପରିଚାଳନା କେନ୍ଦ୍ରସହ

ନିରନ୍ତର ସମନ୍ୱୟ ରଖାଯିବ।

ବଙ୍ଗୋପସାଗରରେ ସୃଷ୍ଟି

ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅକଭାନ’ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ପବନ, ଜଳବନ୍ଦୀ

ସମସ୍ୟା ଏବଂ ଦୃଶ୍ୟମାନତା ହ୍ରାସ ପାଇବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଯାତ୍ରୀବାହୀ

ଓ ମାଲବାହୀ ଯାନବାହନର ନିରାପଦ ଚଳାଚଳ, ବିଶେଷକରି ରାତ୍ରିକାଳୀନ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର, ବାଣିଜ୍ୟ

ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଜରୁରୀକାଳୀନ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଦେଇଛନ୍ତି।

ଭାରତୀୟ ପାଣିପାଗ ବିଭାଗର

ସଦ୍ୟତମ ସୂଚନା ଅନୁଯାୟୀ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ପରିବହନ କର୍ତ୍ତୃପକ୍ଷ, ପ୍ରବର୍ତ୍ତନ ସଂସ୍ଥା ଏବଂ ପରିବହନ ସଂଘଗୁଡ଼ିକୁ ନିମ୍ନଲିଖିତ ପଦକ୍ଷେପଗୁଡ଼ିକୁ

ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି:

ଡିଜିଟାଲ୍ ଡିସପ୍ଲେ ବୋର୍ଡ, ବସ୍ ମାଲିକ ସଂଘ ଏବଂ ଅନ୍ୟାନ୍ୟ ଯୋଗାଯୋଗ ମାଧ୍ୟମ ଜରିଆରେ ପାଣିପାଗ

ସ୍ଥିତି,

ବିପଦସଙ୍କୁଳ ରାସ୍ତା, ବିକଳ୍ପ ମାର୍ଗ ଏବଂ ଯାତାୟାତ କଟକଣା ସମ୍ପର୍କରେ ନିୟମିତ ସୂଚନା

ପ୍ରଦାନ କରାଯିବ।

ଜାତୀୟ ଓ ରାଜ୍ୟ ରାଜପଥର ତଳିଆ ଅଞ୍ଚଳ, ବନ୍ୟା ପ୍ରବଣ, ଦୁର୍ଘଟଣା ପ୍ରବଣ ଏବଂ କମ୍ ଆଲୋକ ଥିବା ସ୍ଥାନଗୁଡ଼ିକରେ

ରାତ୍ରିକାଳୀନ ପାଟ୍ରୋଲିଂ ବୃଦ୍ଧି କରାଯିବ ଏବଂ ପର୍ଯ୍ୟାପ୍ତ ପରିମାଣର ରିଫ୍ଲେକ୍ଟିଭ୍ ସାଇନେଜ୍

(ଚେତାବନୀ ଫଳକ) ଲଗାଯିବ।

ଉପୁଡ଼ି ପଡ଼ିଥିବା ଗଛ, ଅଳିଆ ଆବର୍ଜନା ଏବଂ ଅଟକି ରହିଥିବା ଗାଡ଼ିଗୁଡ଼ିକୁ ତୁରନ୍ତ ହଟାଇବା

ପାଇଁ ଜିଲ୍ଲାପାଳ, ପୋଲିସ, ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସମନ୍ୱୟରେ

କ୍ରେନ୍,

ରିକଭରି ଭ୍ୟାନ୍ ଏବଂ ଗଛକଟା ଦଳଙ୍କୁ ଆଗୁଆ ମୁତୟନ କରାଯିବ।

ଟୋଲ୍ ପ୍ଲାଜା, ବସ୍ ଟର୍ମିନାଲ୍, ଚେକ୍ ଗେଟ୍ ଏବଂ ପ୍ରମୁଖ ପରିବହନ କେନ୍ଦ୍ରଗୁଡ଼ିକରେ ଚାଳକମାନଙ୍କୁ

ପାଣିପାଗ ଓ ରାସ୍ତାର ସ୍ଥିତି ସମ୍ପର୍କରେ ସଠିକ୍ ଓ ସଦ୍ୟତମ ତଥ୍ୟ ପ୍ରଦାନ କରାଯିବ। ପ୍ରବଳ

ବର୍ଷା ଓ ପବନ ସମୟରେ ପରିସ୍ଥିତି ଅସୁରକ୍ଷିତ ହେଲେ ଜିଲ୍ଲା ପ୍ରଶାସନ ଓ ପୋଲିସ ସହ ପରାମର୍ଶ

କରି ବିପଦସଙ୍କୁଳ ରାସ୍ତାରେ ଗତି ନିୟନ୍ତ୍ରଣ, ଟ୍ରାଫିକ୍ ଡାଇଭର୍ସନ କିମ୍ବା ଯାତାୟାତକୁ ସାମୟିକ ଭାବେ ସ୍ଥଗିତ

ରଖାଯିବ।

କୌଣସି ବିଭ୍ରାଟ ସମ୍ପର୍କରେ

ତୁରନ୍ତ ସୂଚନା ଦେବା ଓ ପଦକ୍ଷେପ ନେବା ପାଇଁ ନୋଡାଲ୍ ଅଫିସର ନିଯୁକ୍ତ କରାଯିବା ସହ ରାଜ୍ୟ

ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଏବଂ ଜିଲ୍ଲା କଣ୍ଟ୍ରୋଲ୍ ରୁମ୍ ସହ ୨୪ ଘଣ୍ଟିଆ ସମନ୍ୱୟ

ରଖାଯିବ।

ଯାତ୍ରୀ, ଡ୍ରାଇଭର ଏବଂ ପରିବହନ କର୍ମଚାରୀଙ୍କ ସୁରକ୍ଷା ତଥା ଦୁର୍ଘଟଣା

ଏଡ଼ାଇବା ପାଇଁ ଏହି ସମସ୍ତ ପଦକ୍ଷେପକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ଏହାର

କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଅନୁରୋଧ କରିଛନ୍ତି।

ଭାରତୀୟ ପାଣିପାଗ ବିଭାଗର

ସତର୍କ ସୂଚନା ପ୍ରତ୍ୟାହାର ହେବା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ନିରାପଦ ବୋଲି

ଘୋଷଣା କରାଯିବା ପର୍ଯ୍ୟନ୍ତ ଏହି ସମସ୍ତ କଟକଣା ବଳବତ୍ତର ରହିବ।

…………….

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande