ସମ୍ଭାବ୍ୟ ବାତ୍ୟା ପାଇଁ ଖୋର୍ଧା ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଆଜିଠାରୁ ନଭେମ୍ବର ୨୩ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ନଛାଡିବା ପାଇଁ ନିର୍ଦ୍ଦେଶ ଭୁବନେଶ୍ୱର, 18 ନଭେମ୍ବର (ହି.ସ.)- ସମ୍ଭାବ୍ୟ ବାତ୍ୟା ଅକୱାନକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଇଛି । ଏଥିସହ ବ
ସମ୍ଭାବ୍ୟ ବାତ୍ୟା ପାଇଁ ଖୋର୍ଧା     ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ


ଆଜିଠାରୁ ନଭେମ୍ବର ୨୩ତାରିଖ

ପର୍ଯ୍ୟନ୍ତ ମୁଖ୍ୟାଳୟ ନଛାଡିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, 18 ନଭେମ୍ବର (ହି.ସ.)- ସମ୍ଭାବ୍ୟ

ବାତ୍ୟା ଅକୱାନକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ

ମାନଙ୍କ ଛୁଟି ବାତିଲ କରାଯାଇଛି । ଏଥିସହ ବିନା ଅନୁମତିରେ ସେମାନଙ୍କୁ ମୁଖ୍ୟାଳୟ ନଛାଡିବା

ପାଇଁ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଯେଉଁ ଅଧିକାରୀ

ଛୁଟି କିମ୍ବା ମୁଖ୍ୟାଳୟ ଛାଡିବା ଅନୁମତି ନେଇଛନ୍ତି ଏହାକୁ ବାତିଲ କରାଯିବା ସହ ତୁରନ୍ତ

କାର୍ଯ୍ୟରେ ଯୋଗ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହ ଆସନ୍ତା ୬ ଦିନ ଅର୍ଥାତ ନଭେମ୍ବର

୧୮ ରୁ ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande