ବାତ୍ୟା ଅକ୍ୱାନ ପାଇଁ ଖୋଲିଲା କୋଲାବ ଜଳଭଣ୍ଡାରର ଗୋଟିଏ ଗେଟ୍
ଜୟପୁର, ୧୮ ନଭେମ୍ବର (ହି.ସ.) - ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି କୋଲାବ ଜଳଭଣ୍ଡାରର ୫ନଂ ଗେଟ୍ ଖୋଲାଯାଇଛି। ଜଳଭଣ୍ଡାରର ଜଳସ୍ତର ଓ ଜଳ ପରିଚାଳନାକୁ ନଜରରେ ରଖି ଆଜି ଗୋଟିଏ ଗେଟ୍ ଖୋଲାଯାଇଥିବା କୋଲାବ ଜଳଭଣ୍ଡାରର ମୁଖ୍ୟ ଯନ୍ତ୍ରୀ ବେଦାମ୍ବର ବେହେରା ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନ
ବାତ୍ୟା ‘ଅକ୍ୱାନ’ ପାଇଁ ଖୋଲିଲା କୋଲାବ ଜଳଭଣ୍ଡାରର ଗୋଟିଏ  ଗେଟ୍


ଜୟପୁର, ୧୮ ନଭେମ୍ବର (ହି.ସ.) - ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି କୋଲାବ ଜଳଭଣ୍ଡାରର ୫ନଂ ଗେଟ୍ ଖୋଲାଯାଇଛି। ଜଳଭଣ୍ଡାରର ଜଳସ୍ତର ଓ ଜଳ ପରିଚାଳନାକୁ ନଜରରେ ରଖି ଆଜି ଗୋଟିଏ ଗେଟ୍ ଖୋଲାଯାଇଥିବା କୋଲାବ ଜଳଭଣ୍ଡାରର ମୁଖ୍ୟ ଯନ୍ତ୍ରୀ ବେଦାମ୍ବର ବେହେରା ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, କୋଲାବ ଜଳଭଣ୍ଡାରର ସମ୍ପୂର୍ଣ୍ଣ ଜଳଧାରଣ କ୍ଷମତା ୯୩୫ ନିୟୁତ ଘନମିଟର ଥିବାବେଳେ ବର୍ତମାନ ୭୬୫ ନିୟୁତ ଘନମିଟର ଜଳ ମହଜୁଦ ରହିଛି। ସେହିପରି ସମୁଦ୍ର ପତନଠାରୁ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ୮୫୮ ମିଟର ଥିବାବେଳେ ବର୍ତମାନ ଜଳସ୍ତର ୮୫୬.୨୧ ମିଟର ରହିଛି। ଖୋଲାଯାଇଥିବା ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୧୦୦ ଘନମିଟର ଜଳ ନିଷ୍କାସନ କରାଯାଉଛି। ଅନ୍ୟପକ୍ଷରେ, ଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ନଦୀ ଅବବାହିକାରେ ରହୁଥିବା ଜନସାଧାରଣ, ଚାଷୀ ଓ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ ଉପର କୋଲାବ ମୁଖ୍ୟ କାର୍ଯ୍ୟାଳୟ, କୋଲାବନଗର ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନଦୀକୁ ଗାଧୋଇବା, ମାଛ ଧରିବା କିମ୍ବା ନଦୀ ପାର ହେବା ପାଇଁ ନଯିବା ସହ ଗୃହପାଳିତ ପଶୁଙ୍କୁ ନଦୀକୁ ନଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ଜୟପୁର, କୁନ୍ଦୁରା, କୋଟପାଡ଼ ବ୍ଳକ୍ ର ନଦୀକୂଳବର୍ତୀ ଅଂଚଳର ଲୋକେ ସତର୍କ ରହିବା ସହ ବିଭାଗର ନିର୍ଦ୍ଦେଶକୁ ପାଳନ କରିବାକୁ ଅନୁରୋଧ କରାଯାଇଛି।ଏହି ଅବସରରେ ଅଧୀକ୍ଷଣ ଯନ୍ତ୍ରୀ ଶମ୍ଭୁ ପ୍ରସାଦ ସାହୁ ଓ ଏସଡ଼ିଓ ରଜନୀକାନ୍ତ ମିଶ୍ରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande