
ଜୟପୁର, ୧୮ ନଭେମ୍ବର (ହି.ସ.) - କୋରାପୁଟ ଜିଲା ଜିଲ୍ଲା ଜୟପୁର ସହର ହେଉ କି ଜିଲାରେ ଥିବା ହାଟରେ ପନିପରିବା ଦର ହେଉ କି ଗ୍ରୋସରୀ ସାମଗ୍ରୀ ଦର ଆକାଶ ଛୁଆଁ । କୋରାପୁଟ ଜିଲାର ଜୟପୁର, ସେମିଳିଗୁଡା, କୋରାପୁଟ, ନନ୍ଦପୁର, ପାଡୁଆ, ପଟ୍ଟାଙ୍ଗୀ, ବୋରିଗୁମ୍ମା, ବୈପାରିଗୁଡା, କୁନ୍ଦୁରା, କୋଟପାଡ ହାଟ ଓ ବଜାରରେ ଦର ତାଲିକା ଟଙ୍ଗା ଯାଉ ନାହିାଁ ବ୍ୟବସାୟି ପାଟିରୁ ଯେଉଁ ଦର ବାହାରିଲା ସେହି ଦିନ ରେ ଗ୍ରାହଣକୁ କ୍ରୟ କରିବାକୁ ପଡୁଛି । ପ୍ରଶାସନର ମଧ୍ୟ ନଜର ରହୁ ନାହୁଁ । ଚଢାଉ କଲେ ବ୍ୟବସାୟି ମାନେ ଭୟ ବିତ ହୋଇ ଥାନ୍ତେ ଗ୍ରହଣ ଠିକ ଦରରେ ସାମଗ୍ରୀ ପାଇ ପାରିଛାନ୍ତା । ସବୁ ଦର ଆକାଶ ଛୁଆଁ । ଲୋକେ ଦର ପଚାରୁଛନ୍ତି, ମୁହଁ ମୋଡ଼ି ଚାଲି ଯାଉଛନ୍ତି । ରୋଷେଇ ଘର ଏବେ ବନ୍ଦ ହେବାକୁ ବସିଲାଣି। ୩ମାସ ତଳେ ଯାହା ୨୦ ଟଙ୍କା ଥିଲା, ଆଜି ତାହା ୮୦ ଟଙ୍କା । ବାଇଗଣକୁ ହାତ ମାରିଲେ କହୁଛନ୍ତି ୮୦ ଟଙ୍କା, କଲରା ୮୦ ଟଙ୍କା, ଜହ୍ନି ୭୦ ଟଙ୍କା । ଆଳୁ, ପିଆଜ ଠାରୁ ଆରମ୍ଭ କରି ଟମାଟୋ, ଭେଣ୍ଡି, କାକୁଡ଼ି, ବିନ୍ସ ପର୍ଯ୍ୟନ୍ତ ସବୁ ପରିବାର ଦର ଆକାଶ ଛୁଇଁଛି । ଆଗେ ଯେଉଁ ବଜାରରେ ହସ ହସ ମୁହଁରେ ଲୋକେ ମୂଲ ଚାଲ କରୁଥିଲେ, ଏବେ ସେଇଠି କେବଳ ଚିନ୍ତା ଆଉ ନିରାଶା ଦେଖା ଯାଉଛି । କେବଳ ପରିବା ନୁହେଁ, ଗ୍ରୋସରୀ ସାମଗ୍ରୀ ଦର ବି ସେମିତି ବଢ଼ିଛି । ସୂର୍ଯ୍ୟମୁଖୀ ତେଲରେ ୨୨ ଟଙ୍କା, ସୋରିଷ ତେଲରେ ୨୪ ଟଙ୍କା ବଢ଼ି ଯାଇଛି । ଡାଲି, ଚାଉଳ, ଅଟା, ମସଲା, ଚିନି ସବୁଥିରେ ଦର ବଢ଼ିଛି । ଗୋଟିଏ ପରିବାରର ମାସିକ ଖର୍ଚ୍ଚ ହଜାର ହଜାର ଟଙ୍କା ବଢ଼ିଛି । କିନ୍ତୁ ରୋଜଗାର ସେଇଠି ଅଛି । ଦିନ ମଜୁରିଆ, ଛୋଟ ଦୋକାନୀ, ଗରିବ ପରିବାର ଏବେ କଣ ଖାଇବ, କେମିତି ଚଳିବ ତାହା ବଡ଼ ପ୍ରଶ୍ନ ହୋଇଛି । ଆଗେ ୨୦୦ ଟଙ୍କାରେ ବ୍ୟାଗ୍ ଭର୍ତି ପରିବା ଆସୁଥିଲା, ଏବେ ୨୦୦ ଟଙ୍କାରେ ଦୁଇ ପ୍ରକାର ପରିବା ବି ହେଉନି। ପରିବା ଛାଡ଼ି କେବଳ ଭାତ ପିଆଜ ଖାଇ ଦିନ କାଟୁଛୁ । ପିଲାମାନେ ମାଗିଲେ ବି ଦେଇ ପାରୁନୁ । ସ୍କୁଲ
ଟିଫିନ୍ ଠାରୁ ଆରମ୍ଭ କରି ରାତି ଖାଇବା ପର୍ଯ୍ୟନ୍ତ ସବୁଥିରେ କାଟ୍ ଚାଲିଛି । ଜିଲାରେ ଶୀତଳ ଭଣ୍ଡାର ନାହିଁ ବାରମ୍ବାର ଦାବୀ ହେଲେ ମଧ୍ୟ ପ୍ରଶାସନ କି ରାଜ୍ୟ ସରକାର କିଛି ପଦ କ୍ଷେପ ନେଉ ନାହିଁନ୍ତି । ବ୍ୟବସାୟୀମାନେ କହୁଛନ୍ତି, ମାଲ ଆସୁନି, ତେଣୁ ଦର ବଢ଼ିଛି । କିନ୍ତୁ ଲୋକେ କହୁଛନ୍ତି, ଯଦି ସରକାର ଚାହିଁବ, ଗୋଟିଏ ଦିନରେ ଦର କମିବ । କିନ୍ତୁ ସରକାର ଚାହୁଁଛି କି ବଜାରରେ ଦର ତାଲିକା ନାହିଁ, ଓଜନରେ ବି ହେରଫେର ଅଭିଯୋଗ ଆସୁଛି । ନିୟମିତ ଯାଂଚ ନ ହେବାରୁ ମନମୁଖୀ ଦର ନିଆଯାଉଛି।
ଯେତେ ଦିନ ବଜାର ଉପରେ ନଜର ରହିବନି, ଶୀତଳ ଭଣ୍ଡାର ହେବନି, ସେତେ ଦିନ ଲୋକେ ଏମିତି ମରୁଥିବେ । କାର୍ତିକ ପୂର୍ଣ୍ଣିମା ପରେ ନୂଆ ପରିବା ଆସିଲେ ଟିକେ କମିପାରେ, କିନ୍ତୁ ସ୍ଥାୟୀ ସମାଧାନ କେବେ।
ଚାଷୀଙ୍କୁ ସହାୟତା, ବଜାରରେ କଡ଼ା ଯାଂଚ, ଶୀତଳ ଭଣ୍ଡାର ନ ହେଲେ ପ୍ରତି ବର୍ଷ ଏହି ଦୁଃଖ ଫେରି ଆସିବ । ପ୍ରତି ଦିନ ବଜାରରେ ଦର ତାଲିକା ଟାଙ୍ଗିବା, ମହଜୁଦକାରୀଙ୍କ ଉପରେ ଚଢ଼ାଉ, ଚାଷୀଙ୍କୁ ସିଧା ବଜାର ଯୋଗାଇବା ଦରକାର । ନ ହେଲେ ଗରିବ ଲୋକର ରୋଷେଇ ଘରେ ଚୁଲି ଜଳିବା କଷ୍ଟ ହୋଇ ଯିବ । ତେଣୁ କୋରାପୁଟ ଜିଲା ପ୍ରଶାସନ ଚଢାଉ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି