ଅଁଳା ନବମୀ କାର୍ଯ୍ୟକ୍ରମକୁ ଟିଭି ରେ ଦେଖିଲେ ହବିଷ୍ୟାଳୀ
ପୁରୀ , 18 ନଭେମ୍ବର (ହି.ସ.)- ଅଁଳା ନବମୀ ତିଥିରେ ସାକ୍ଷୀ ଗୋପାଳ ମନ୍ଦିର ରେ ଶ୍ରୀଗୋପୀନାଥ ଙ୍କ ସହ ଶ୍ରୀ ରାଧାରାଣୀ ଙ୍କ ଦର୍ଶନ ହଜାର ହଜାର ଶ୍ରଦ୍ଧାଳୁ କରିଥାନ୍ତି।ସାକ୍ଷୀ ଗୋପାଳ ନିକଟ ପୁରୀ ର ୩ ଗୋଟି କେନ୍ଦ୍ର ରେ ହବିଷ୍ୟାଳୀ ମା ମାନେ ରହୁଥିବାରୁ ସେମାନେ ଅଁଳା ନବମୀ ଦର୍ଶନ ପାଇଁ ଜିଲ୍ଲା ପ
ଅଁଳା ନବମୀ କାର୍ଯ୍ୟକ୍ରମକୁ ଟିଭି ରେ ଦେଖିଲେ ହବିଷ୍ୟାଳୀ


ପୁରୀ , 18 ନଭେମ୍ବର (ହି.ସ.)- ଅଁଳା ନବମୀ ତିଥିରେ ସାକ୍ଷୀ ଗୋପାଳ ମନ୍ଦିର ରେ ଶ୍ରୀଗୋପୀନାଥ ଙ୍କ ସହ ଶ୍ରୀ ରାଧାରାଣୀ ଙ୍କ ଦର୍ଶନ ହଜାର ହଜାର ଶ୍ରଦ୍ଧାଳୁ କରିଥାନ୍ତି।ସାକ୍ଷୀ ଗୋପାଳ ନିକଟ ପୁରୀ ର ୩ ଗୋଟି କେନ୍ଦ୍ର ରେ ହବିଷ୍ୟାଳୀ ମା ମାନେ ରହୁଥିବାରୁ ସେମାନେ ଅଁଳା ନବମୀ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ଏହି ବ୍ୟବସ୍ଥା ପାଇଁ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଏହାର କାର୍ଯ୍ୟକାରିତା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ମା ମାନଙ୍କ ଖୁସି ହିଁ ସର୍ବୋତ୍ତମ।ଏହାକୁ ପ୍ରାଥମିକତା ଦେଇ ଗତବର୍ଷ ପରି ଅଁଳା ନବମୀ ର ସିଧାସଳଖ ପ୍ରସାରଣ ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ସେହି ଆଧାର ରେ ଅଁଳା ନବମୀ ତିଥିରେ ଅଁଳା ବୃକ୍ଷ ପୂଜନ,ଅନ୍ୟାନ୍ୟ ପୂଜାର୍ଚ୍ଚନା, ଭକ୍ତ ମାନଙ୍କ ମନ୍ଦିର ପ୍ରବେଶ ର ଦୃଶ୍ୟ ଇତ୍ୟାଦି କୁ ସ୍ବତନ୍ତ୍ର କ୍ୟାମେରା ମାଧ୍ୟମରେ ମନ୍ଦିର ବାହାରୁ ରେକଡିଂ କରି ପ୍ରଦର୍ଶିତ ହୋଇଥିଲା।ଅଁଳା ନବମୀ ର ଐତିହ୍ୟ, ଆଧ୍ୟାତ୍ମିକ ତଥ୍ୟ, ଭାବଧାରା ଇତ୍ୟାଦି କୁ ମଧ୍ୟ ବିଦ୍ୱାନ ପ୍ରବଚକ ଙ୍କ ପ୍ରବଚନ ଆଧାର ରେ ପରିବେଷଣ କରାଯାଇଥିଲା। ଏହାର ସିଧାସଳଖ ପ୍ରସାରଣ ସହ ବୃନ୍ଦାବତୀ ନିବାସ,ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ବଡ ଏଲଇଡି ଟିଭି ମାଧ୍ୟମରେ ସାକ୍ଷୀ ଗୋପାଳ ମନ୍ଦିର ନିକଟରୁ ସିଧାସଳଖ ପ୍ରସାରଣ କରାଯାଇଥିଲା।ଏହାର ଲିଙ୍କ ମାଧ୍ୟମରେ ସାର୍ବଜନୀନ କରାଯାଇଥିଲା ଯାହା ଫଳରେ ଏହି ଦୃଶ୍ୟ କୁ ଅଧିକ ରୁ ଅଧିକ ଲୋକ ଦେଖି ପାରିବେ।ହବିଷ୍ୟାଳୀ ମା ମାନେ ଏହାକୁ ଦେଖିବା ସହ ଆନନ୍ଦ ପ୍ରକାଶ କରି ହୁଳହୁଳି ଧ୍ବନି ଦେଇଥିଲେ।

ଆମର ବହୁ ଦିନରୁ ଇଛା ଥିଲା ଅଁଳା ନବମୀ ର କାର୍ଯ୍ୟକ୍ରମ ଦେଖିବା ପାଇଁ।ତେବେ ପ୍ରଶାସନ ଏତେ ଲୋକ ଙ୍କୁ ସାକ୍ଷୀ ଗୋପାଳ ମନ୍ଦିର ନେଇ ଦେଖେଇବା ସମ୍ଭବ ହୋଇ ନ ଥାନ୍ତା।କିନ୍ତୁ ବଡ଼ ଟିଭିରେ ଏଥର ସେ ସବୁକୁ ଦେଖି ଆମେ ବହୁତ ଖୁସି, ଆନନ୍ଦିତ ବୋଲି ଖୁସି ବ୍ୟକ୍ତ କରିଛନ୍ତି ହବିଷ୍ୟାଳୀ ମା ମାନେ।ଏଥିପାଇଁ ସେମାନେ ସରକାର ଓ ପ୍ରଶାସନ କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande