ଆଜି ପବିତ୍ର ଅଁଳା ନବମୀ ଓ ଶ୍ରୀରାଧା ପାଦ ଦର୍ଶନ, ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କ ଭିଡ
ଭୁବନେଶ୍ୱର, 18 ନଭେମ୍ବର (ହି.ସ.)- ଆଜି ପବିତ୍ର ଅଁଳା ନବମୀ ଓ ଶ୍ରୀରାଧା ପାଦ ଦର୍ଶନ । ଏହି ଅବସରରେ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ଚାଲିଛି ମା’ ରାଧାରାଣୀଙ୍କ ଦୁର୍ଲଭ ପାଦ ଦର୍ଶନ। ଓଡ଼ିଆଣୀ ବେଶରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ରାଧାରାଣୀ। କାଣ
ଆଜି ପବିତ୍ର ଅଁଳା ନବମୀ ଓ     ଶ୍ରୀରାଧା ପାଦ ଦର୍ଶନ, ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କ ଭିଡ


ଭୁବନେଶ୍ୱର, 18 ନଭେମ୍ବର (ହି.ସ.)- ଆଜି ପବିତ୍ର

ଅଁଳା ନବମୀ ଓ ଶ୍ରୀରାଧା ପାଦ ଦର୍ଶନ । ଏହି ଅବସରରେ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ

ଚାଲିଛି ମା’ ରାଧାରାଣୀଙ୍କ ଦୁର୍ଲଭ ପାଦ ଦର୍ଶନ। ଓଡ଼ିଆଣୀ ବେଶରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ

ଦେଉଛନ୍ତି ମା’ ରାଧାରାଣୀ। କାଣିଆଁ କଛା ମାରି ମଠା ବସ୍ତ୍ର ପରିଧାନ କରିଛନ୍ତି ମା’। ସେହିପରି

ନଟବର ବେଶରେ ସଜେଇ ହୋଇଛନ୍ତି ପ୍ରଭୁ ଶ୍ରୀକୃଷ୍ଣ। ରାଧାରାଣୀଙ୍କ ଦୁର୍ଲଭ ବେଶ ଓ ପାଦପଦ୍ମ

ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଜମିଛି ଲକ୍ଷାଧିକ ଭକ୍ତଙ୍କ ସମାଗମ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande