
ଭୁବନେଶ୍ୱର, 18 ନଭେମ୍ବର (ହି.ସ.)- ବିଜେଡ଼ି ଓ କଂଗ୍ରେସ ହଟ୍ଟଗୋଳ ପ୍ରସଙ୍ଗରେ କଡ଼ା ଜବାବ୍
ରଖିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ । ସେ କହିଛନ୍ତି ଯେ, ଆକାଙ୍କ ନିର୍ଦ୍ଦେଶରେ
ବିଧାନସଭାକୁ ବନ୍ଦ କରୁଛି ବିଜେଡ଼ି । ବିଧାନସଭା ଚଳାଇ ନଦେବା ଉଦ୍ଦେଶ୍ୟ । ପ୍ରଶ୍ନ ଆଲୋଚନା
ଚାଲିଥିବା ବେଳେ ହଟ୍ଟଗୋଳ ର ଅର୍ଥ ଶୁଣିବା ପାଇଁ ବିରୋଧୀ ମାନଙ୍କର ଧର୍ଯ୍ୟ ନାହିଁ । ପୂର୍ବତନ
ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ୫ ଥର ସୁଯୋଗ ଦେଉଛନ୍ତି।
ଗଞ୍ଜାମ ଜିଲ୍ଲାର କଣ ଉନ୍ନତି କରୁଛନ୍ତି।
ତେବେ ଡ୍ୟାମ ତିଆରି କରିଛନ୍ତି । 24 ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଲେ ଋଷିକୂଲ୍ୟା ନଦୀ ଉପରେ କେତେ ଡ୍ୟାମ ତିଆରି
କରିଛନ୍ତି । ବନ୍ୟା ଓ ଭୂସ୍ଖଳନ କେତେ ହେବ ଆକଳନ କରିବା କଷ୍ଟ। ବାତ୍ୟା ଆଇଏମଡି ଆକଳନ କରେ । ପ୍ରକୃତ ପ୍ରସଙ୍ଗ ଉପରୁ
ନଜର ହଟାଇବା ପାଇଁ ଏ ହଟ୍ଟଗୋଳ । ବିଧାନସଭା ଚଳାଇ ନଦେବା ପାଇଁ ଆକା ନିର୍ଦ୍ଦେଶ ଦେଇଛନ୍ତି ।
ଗଞ୍ଜାମ ବାସୀଙ୍କୁ ଠକିଛନ୍ତି । କାହିଁକି ଦୁଇଟି ସିଟ୍ ରୁ ଛିଡ଼ା ହୋଇଥିଲେ । ପ୍ରଶ୍ନକାଳରେ
ଏହି ପ୍ରସଙ୍ଗ ଆଲୋଚନା ହୁଏ କି ? ବିଧାୟକ ମାନେ ନିଜ ଅଞ୍ଚଳର ସମସ୍ୟା
ଆଲୋଚନା ହୁଏ । କୋଟିଆ ପ୍ରସଙ୍ଗ କେତେ ବର୍ଷ ହେବ
କୋର୍ଟରେ ଅଛି । ଆମ ସରକାର ପଦକ୍ଷେପ ନେଇଛି । ଆଲୋଚନା ପାଇଁ ବହୁତ ସମୟ ଅଛି । କିନ୍ତୁ
ପ୍ରଶ୍ନକାଳ କୁ ବ୍ୟାଘାତ କରିବାର ଉଦ୍ଦେଶ୍ୟ ନୁହେଁ । ଆଲୋଚନା ଉଦ୍ଦେଶ୍ୟ ନୁହେଁ । ପ୍ରି
ପ୍ଲାନ୍ କରି ଆକାଙ୍କ ନିର୍ଦ୍ଦେଶରେ ବିଧାନସଭା ଚଳାଇ ଦେଉନାହାନ୍ତି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା