ସିକୁ କପ କ୍ରିକେଟ , କୈଫ ଏକାଡେମୀ ବିହାର ସେମିରେ
ଧମର୍ଶାଳା,୧୮ ନଭେମ୍ବର (ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୁଲ୍ୟରେ ଚାଲିଥିବା ୧୧ତମ ସବର୍ଭାରତୀୟ ସିକୁ କପ କ୍ରିକେଟ ଟୁର୍ଣ୍ଣାମେଂଟର ଆଜି ଅନୁଷ
ସିକୁ କପ  କ୍ରିକେଟ , କୈଫ ଏକାଡେମୀ ବିହାର ସେମିରେ


ଧମର୍ଶାଳା,୧୮ ନଭେମ୍ବର (ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୁଲ୍ୟରେ ଚାଲିଥିବା ୧୧ତମ ସବର୍ଭାରତୀୟ ସିକୁ କପ କ୍ରିକେଟ ଟୁର୍ଣ୍ଣାମେଂଟର ଆଜି ଅନୁଷ୍ଠିତ ମ୍ୟାଚରେ କୈଫ ଏକାଡେମୀ ବିହାର ସେମିଫାଇନାଲରେ ପ୍ରବେଶ କରିଛି । ଟୁର୍ଣ୍ଣାମେଂଟର ଆଜିର ମ୍ୟାଚ ଏମଏମସିସି ସମ୍ବଲପୁର ଓ କୈଫ ଏକାଡେମୀ ବିହାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର ମ୍ୟାଚରେ ଏମଏମସିସି ସମ୍ବଲପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ଓଭର ମଧ୍ୟରୁ ୨୩.୫ ସମସ୍ତ ଉଇକେଟ ହରାଇ ୧୪୬ ରନ ସଂଗ୍ରହ କରିଥିଲା । ଅରବିନ୍ଦ ସିଂହ ୪୭ ଓ ମୋହିତ ଶର୍ମା ୧୭ ରନ କରିଥିଲେ । ବିପକ୍ଷ କୈଫ ଏକାଡେମୀ ବିହାର ପକ୍ଷରୁ ଆୟୁଷ ରାଜ ୫ ଟି ଓ ଆରିୟନ ରାଜ ୩ଟି ଉଇକେଟ ଅକ୍ତିଆର କରିଥିଲେ । ଜବାବରେ କୈଫ ଏକାଡେମୀ ବିହାର ବ୍ୟାଟିଙ୍ଗ କରି ୨୨.୧ ଓଭରରେ ଦୁଇ ଉଇକେଟ ହରାଇ ୧୫୦ ରନ ସଂଗ୍ରହ କରି ବିଜୟ ଲାଭ କରିଛି । ଦଳ ପକ୍ଷରୁ ଆରିୟନ ରାଜ ୫୯, ରଂବୀର ଯାଦବ ୪୭ ରନ ସଂଗ୍ରହ କରିଥିଲେ । ବିପକ୍ଷ ସମ୍ବଲପୁର ଟିମର ବି ଶିଭା ୧ ଉଇକେଟ ଅକ୍ତିଆର କରିଥିଲେ । ଆଜି ମ୍ୟାଚରେ ଶ୍ରେଷ୍ଠ ଖେଳାଳି ଭାବେ କୈଫ ଏକାଡେମୀ ବିହାରର ଆୟୁଷ ରାଜର ନାମ ଘୋଷଣା କରାଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଡାକ୍ତର ସୁଧୀର କୁମାର ସାହୁ ଯୋଗଦେଇ ତାଙ୍କୁ ପୁରସ୍କୃତ କରିଥିଲେ । ଆଜିର ମ୍ୟାଚକୁ ଆସୁତୋଷ ପାଣି ଓ ଦିଲୀପ ସାମଲ ପରିଚାଳନା କରିଥିଲେ । ବିକାଶ ଧଳ ଓ ଯଜାତୀ ସାମଲ ସ୍କୋରରେ ସହାୟତା କରିଥିଲେ । ଆସନ୍ତା କାଲି ଗୁରୁବାର କ୍ୱାଟର ପାଇନାଲ ମ୍ୟାଚ ରାମେଶ୍ୱର ଫାଇଟର କେନ୍ଦୁଝର ଓ ବିର୍ଦଭ ଟି୨୦ କ୍ରିକେଟ ଆସୋସିଏସନ ମହାରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସଂଯୋଜକ ଦେବରାଜ ମିଶ୍ର ସୂଚନା ଦେଇଛନ୍ତି । ଏହି ଟୁର୍ଣ୍ଣାମେଂଟକୁ ଯୁବନେତା ରାଜେଶ ପାଳ, ସୁବ୍ରତ ଜେନା, ରଂଜନ କୁମାର ରାୟ, ପ୍ରକାଶ ସାମଲ, ମକରଧ୍ୱଜ ଦାସ,ବିନୋଦ ବାରିକ, ଦିଲକ ଜେନା, ଶିବସୁନ୍ଦର ଦାସ ,ଜଗନ୍ନାଥ ଦାଶ,ମାନସ ମହାନ୍ତି ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ଏହି ଖେଳକୁ ହଜାର ହଜାର ସଂଖ୍ୟାରେ ର୍ଦଶକ ଉପଭୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande