ବିଧାନସଭାରେ ୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୮ ନଭେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବିଧାନସଭାରେ ୨୦୨୬-୨୭ ଆର୍ôଥକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିପାଇଁ ମୋଟ ୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ବିଧାନ ସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି । ଏହା ମଧ୍ୟରେ ପ୍ରଶାସନିକ ବ
assembly


ଭୁବନେଶ୍ୱର, ୧୮ ନଭେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବିଧାନସଭାରେ ୨୦୨୬-୨୭ ଆର୍ôଥକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିପାଇଁ ମୋଟ ୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ବିଧାନ ସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି । ଏହା ମଧ୍ୟରେ ପ୍ରଶାସନିକ ବ୍ୟୟ ବାବଦକୁ ୧,୦୬୦ କୋଟି ଟଙ୍କା , କାର୍ଯ୍ୟକ୍ରମ ବ୍ୟୟ ୧୭,୯୯୦ ଏବଂ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦକୁ ୫,୧୦୦ କୋଟି ଟଙ୍କା ଅନ୍ତର୍ଭୁକ୍ତ।

ରିଲିଫ ଏବଂ ଥଇଥାନ କାର୍ଯ୍ୟ ପାଇଁ ବିପର୍ଯ୍ୟୟ ବିପତି ପ୍ରଶମନ ପାଣ୍ଠି ଅଧୀନରେ ୫୧୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ କାର୍ଯ୍ୟର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ୯୮.୪୯ କୋଟି ଟଙ୍କା ଏବଂ ଓଏଲଆଇସି ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମିତି ପାଇଁ ୬୯.୪୦ କୋଟି ଟଙ୍କା ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକୀକୃତ ଦରମା ଭିତିକ ପଦବୀ ନିମିତ ବେତନ ପାଇଁ ୧୮ କୋଟି ଟଙ୍କା ପ୍ରଦାନ କରାଯାଇଛି।ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ ଦ୍ୱାରା ପରୀକ୍ଷା ପରିଚାଳନା ପାଇଁ ୪୮ କୋଟି ଟଙ୍କା; ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ଦ୍ୱାରା ପରୀକ୍ଷା ପରିଚାଳନା ପାଇଁ ୨୧.୯୫ କୋଟି ଟଙ୍କା; ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ନିଯୁକ୍ତି ପରୀକ୍ଷା ପରିଚାଳନା ପାଇଁ ୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ପାଇଁ ୨୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

କାର୍ଯ୍ୟକ୍ରମ ବ୍ୟୟ ବର୍ଗ ମଧ୍ୟରେ ରାଜ୍ୟସ୍ତରୀୟ ଯୋଜନା ପାଇଁ ୧୪,୨୨୮ , କେନ୍ଦ୍ରପ୍ରବର୍ତିତ ଯୋଜନା ବାବଦକୁ ୩୪୪୨ ଏବଂ କେନ୍ଦ୍ରୀୟସ୍ତରୀୟ ଯୋଜନା ୩୨୦ କୋଟି ଟଙ୍କା ଅତିରିକ୍ତ ବ୍ୟୟ ବରାଦ କରାଯାଇଛି।

ନୂତନ ଯୋଜନା ମଧ୍ୟରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ୮୩୧୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସ୍ନାତକୋତର ପର୍ଯ୍ୟନ୍ତ ମୁକ୍ତ ଶିକ୍ଷା ପାଇଁ ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି (କେଜି ଠାରୁ ପିଜି) ଯୋଜନା ଅଧୀନରେ ୪୮୫ କୋଟି ଟଙ୍କା ଆବଂଟନ କରାଯାଇଛି । ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ ଅଧୀନରେ ୧୭୪ କୋଟି ଟଙ୍କାର ପ୍ରସ୍ତାବ ରହିିଛି । ଜନସ୍ୱାସ୍ଥ୍ୟ ଭିତିଭୂମି ପାଇଁ ରାଜ୍ୟ ମାନଙ୍କୁ ଆର୍ôଥକ ସହାୟତା ଯୋଜନାରେ ୩୧୬ କୋଟି ଟଙ୍କା ପ୍ରଦାନ କରାଯାଇଛି । ବନ୍ଦ ହୋଇ ପଡିଥିବା ସ୍ପିନିଂ ମିଲ ଗୁଡ଼ିକର ସମାପନ ପାଇଁ ଏକକାଳୀନ ସମାଧାନ ଯୋଜନାରେ ୨୫ କୋଟି ଟଙ୍କା ବ୍ୟୟ କରାଯିବ ।ଗଞ୍ଜାମ ଜିଲ୍ଲାରେ ଲବଣ କ୍ଷେତ୍ର ଜମି ଅଧିଗ୍ରହଣ ପାଇଁ ୩୫ କୋଟି ଟଙ୍କା ଆବଂଟନ କରାଯାଇଛି।ସେହିପରି ନୂତନ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ପାଇଁ ୫୫୦ କୋଟି ଟଙ୍କା ଆବଂଟନ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande