ବାଂଲାଦେଶରେ ଆୱାମୀ ଲିଗ୍କୁ ସହାୟତା ଅଭିଯୋଗରେ ପୁଲିସ ଅଧିକାରୀ ଗିରଫ, ୧୦୧ଟି ବ୍ୟାଙ୍କ ଖାତା ଫ୍ରିଜ୍
ଢାକା (ବାଂଲାଦେଶ), ୨୬ ନଭେମ୍ବର (ହି.ସ.)। କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦଳ ଆୱାମୀ ଲିଗ୍ ପକ୍ଷରୁ ନଭେମ୍ବର ୨୭ ଓ ୨୮ ତାରିଖରେ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଥିବାରୁ ତାରିକ ରହମାନ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ହସିନାଙ୍କ ନିଜ ଜିଲ୍ଲା ଗୋପାଳଗଞ୍ଜରେ ନିକଟରେ ଘଟିଥିବା ହିଂସାକ
बांग्लादेश के गोपालगंज में हिंसा। फोटो - इंटरनेट मीडिया


ଢାକା (ବାଂଲାଦେଶ), ୨୬ ନଭେମ୍ବର (ହି.ସ.)। କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦଳ ଆୱାମୀ ଲିଗ୍ ପକ୍ଷରୁ ନଭେମ୍ବର ୨୭ ଓ ୨୮ ତାରିଖରେ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଥିବାରୁ ତାରିକ ରହମାନ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ହସିନାଙ୍କ ନିଜ ଜିଲ୍ଲା ଗୋପାଳଗଞ୍ଜରେ ନିକଟରେ ଘଟିଥିବା ହିଂସାକାଣ୍ଡର ତଦନ୍ତ କରୁଥିବା ଗୁଇନ୍ଦା ଏଜେନ୍ସିଗୁଡ଼ିକ ଜାଣିବାକୁ ପାଇଛନ୍ତି ଯେ, କିଛି ପୁଲିସ ଅଧିକାରୀ ଓ ବ୍ୟବସାୟୀ ଆୱାମୀ ଲିଗ୍କୁ ଉସୁକାଇଥିଲେ। ବର୍ତ୍ତମାନ ଦଳର ନେତାମାନଙ୍କୁ ମଧ୍ୟ ଅର୍ଥ ଯୋଗାଇ ଦିଆଯାଉଛି। ଏହି ଅଭିଯୋଗରେ ପୁଲିସର ସ୍ୱତନ୍ତ୍ର ୟୁନିଟ୍ 'ସ୍ପେଶାଲ ରେସପନ୍ସ ବାଟାଲିୟନ' (ଏସ୍ଆର୍ବି)ର ଜଣେ କମ୍ପାନି କମାଣ୍ଡରଙ୍କୁ ଗିରଫ କରାଯାଇଛି।

ପ୍ରଥମ ଆଲୋ, ଢାକା ଟ୍ରିବ୍ୟୁନ୍ ଏବଂ ଦି ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ହିଂସାକାଣ୍ଡକୁ ଆର୍ଥିକ ସହାୟତା ଓ ସମର୍ଥନ ଦେବା ଅଭିଯୋଗରେ ନ୍ୟାସନାଲ ବୋର୍ଡ ଅଫ୍ ରେଭେନ୍ୟୁ (ଏନ୍ବିଆର୍) ୯୭ ଜଣ ବ୍ୟକ୍ତି ଏବଂ ଚାରିଟି ବ୍ୟବସାୟିକ ପ୍ରତିଷ୍ଠାନର ବ୍ୟାଙ୍କ ଖାତାକୁ ଫ୍ରିଜ୍ କରିଦେଇଛି। ଏଥିରେ ଜଣେ ପୂର୍ବତନ ସଚିବ, ନିଷିଦ୍ଧ ଆୱାମୀ ଲିଗ୍ର ନେତା ଏବଂ ଜନପ୍ରତିନିଧିଙ୍କ ବ୍ୟାଙ୍କ ଖାତା ମଧ୍ୟ ସାମିଲ ରହିଛି। ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ ରାଜସ୍ୱ ଗୁଇନ୍ଦା ବିଭାଗର କାର୍ଯ୍ୟାନୁଷ୍ଠାନରୁ ଏହି ହିଂସା ପଛରେ ଥିବା ଷଡ଼ଯନ୍ତ୍ରର ଆଉ ଏକ ଚିନ୍ତାଜନକ ଦିଗ ସାମ୍ନାକୁ ଆସିଛି।

ତଦନ୍ତକାରୀମାନେ ଦୁଇଟି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି। ରାଜନୈତିକ କାର୍ଯ୍ୟକ୍ରମ ଆଳରେ ହୋଇଥିବା ଭଙ୍ଗାରୁଜା ପଛରେ କୌଣସି ସଂଗଠିତ ନେଟୱର୍କ ସକ୍ରିୟ ଥିଲା କି? ପ୍ରଶାସନ ଭିତରେ ଏପରି କିଛି ବ୍ୟକ୍ତି ଥିଲେ କି, ଯେଉଁମାନଙ୍କ ରାଜନୈତିକ ଓ ଆର୍ଥିକ ସୁରକ୍ଷା ଯୋଗୁଁ ଏସବୁ ଘଟଣା ଘଟିଥିଲା?

ଗୁଇନ୍ଦା ସୂତ୍ର ଅନୁଯାୟୀ, କେବଳ ଆକ୍ରମଣ ଓ ଭଙ୍ଗାରୁଜାରେ ସିଧାସଳଖ ସାମିଲ ଥିବା ଲୋକଙ୍କୁ ଗିରଫ କରିଦେଲେ ଏଭଳି ଘଟଣାର ପୁନରାବୃତ୍ତି ରୋକାଯାଇପାରିବ ନାହିଁ। ତେଣୁ ହିଂସା ପଛରେ ଥିବା ସମ୍ଭାବ୍ୟ ଷଡ଼ଯନ୍ତ୍ରକାରୀ, ଆର୍ଥିକ ସହାୟତା ପ୍ରଦାନକାରୀ ଏବଂ ସହଯୋଗୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଇନ ପରିସରଭୁକ୍ତ କରିବାକୁ ଉଦ୍ୟମ ଚାଲିଛି। ବ୍ୟାଙ୍କ ଖାତା ଫ୍ରିଜ୍ କରିବା ସହ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପରେ ନଜର ରଖିବା ଏହି ତଦନ୍ତର ଏକ ଅଂଶ ଅଟେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande