ହରିୟାଣାର ରୋହତକସ୍ଥିତ ମିଲନ ଢାବାରେ ଚାରି ଯୁବକଙ୍କୁ ଗୁଳି କରି ହତ୍ୟା
ରୋହତକ (ହରିୟାଣା), ୨୬ ନଭେମ୍ବର (ହି.ସ.)। ହରିୟାଣାର ରୋହତକସ୍ଥିତ ଖରାୱଡ଼ ଗାଁ ନିକଟରେ ଥିବା ମିଲନ ଢାବାରେ ବୁଧବାର ବିଳମ୍ବିତ ରାତିରେ ଚାରି ଜଣ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଖରାୱଡ଼ ପୁଲିସ ଫାଣ୍ଡି ନିକଟରେ ଘଟିଥିବା ଏହି ହତ୍ୟାକାଣ୍ଡକୁ ଗ୍ୟାଙ୍ଗୱାରର ପରିଣାମ ବୋଲି କୁହାଯାଉଛି। ପୁଲି
ହରିୟାଣାର ରୋହତକସ୍ଥିତ ମିଲନ ଢାବାରେ ଚାରି ଯୁବକଙ୍କୁ ଗୁଳି କରି ହତ୍ୟା


ରୋହତକ (ହରିୟାଣା), ୨୬ ନଭେମ୍ବର (ହି.ସ.)। ହରିୟାଣାର ରୋହତକସ୍ଥିତ ଖରାୱଡ଼ ଗାଁ ନିକଟରେ ଥିବା ମିଲନ ଢାବାରେ ବୁଧବାର ବିଳମ୍ବିତ ରାତିରେ ଚାରି ଜଣ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଖରାୱଡ଼ ପୁଲିସ ଫାଣ୍ଡି ନିକଟରେ ଘଟିଥିବା ଏହି ହତ୍ୟାକାଣ୍ଡକୁ ଗ୍ୟାଙ୍ଗୱାରର ପରିଣାମ ବୋଲି କୁହାଯାଉଛି। ପୁଲିସ ମହାନିରୀକ୍ଷକ ହାମିଦ ଅଖତର ଏବଂ ପୁଲିସ ଅଧୀକ୍ଷକ ଗୌରବ ରାଜପୁରୋହିତ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ସିଆଇଏ, ସ୍ପେଶାଲ ସେଲ୍ ଏବଂ ଏଫ୍ଏସ୍ଏଲ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ଚାରି ଜଣ ଯୁବକ ମିଲନ ଢାବାରେ ଖାଦ୍ୟ ଖାଉଥିବା ସମୟରେ ସେମାନଙ୍କୁ ଗୁଳି କରାଯାଇଥିଲା। ମୃତକଙ୍କ ମଧ୍ୟରୁ ତିନି ଜଣ ଝଜ୍ଜର ଜିଲ୍ଲାର ଡିଘଲ ଗାଁର ହୋଇଥିବା ବେଳେ ଚତୁର୍ଥ ଯୁବକ ଜଣକ ବେରୀ ଅଞ୍ଚଳର ବାସିନ୍ଦା। ଭାଉ ଏବଂ ସନ୍ନି ରିଟୋଲିଆଙ୍କ ମଧ୍ୟରେ ଚାଲିଥିବା ଗ୍ୟାଙ୍ଗୱାର ସହ ଏହି ହତ୍ୟାକାଣ୍ଡକୁ ଯୋଡ଼ି ଦେଖାଯାଉଛି। ଗତ କିଛି ଦିନ ତଳେ ଡିଘଲ ଗାଁରେ ଜଣେ ଯୁବକଙ୍କ ହତ୍ୟା ଘଟଣା ସହ ମଧ୍ୟ ଏହି ଘଟଣାର ସମ୍ପର୍କ ଥିବା ଆଶଙ୍କା କରାଯାଉଛି।

ବହୁ ସଂଖ୍ୟାରେ ଗ୍ରାମବାସୀ ରୋହତକ ପିଜିଆଇରେ ପହଞ୍ଚିଛନ୍ତି। ପିଜିଆଇ ପରିସରରେ ପୁଲିସ ବଳ ମୁତୟନ କରାଯାଇଛି। ଚାରି ଜଣଙ୍କ ମୃତଦେହକୁ ପିଜିଆଇକୁ ଅଣାଯାଇଛି। ଖରାୱଡ଼ ପୁଲିସ ଫାଣ୍ଡି ନିକଟରେ ଚାରି ଜଣ ଯୁବକଙ୍କ ହତ୍ୟା ଘଟଣା ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠାଇଛି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande