
କନ୍ଧମାଳ, ୨୮ ନଭେମ୍ବର (ହି.ସ.) ରକ୍ତଦାନ ମହାପୂର୍ଣ୍ଣ୍ୟ ବୋଲି ସମାଜ ଗ୍ରହଣ କରିଥାଏ । ଜଣେ ବ୍ୟକ୍ତି ରକ୍ତଦାନ କରି ଅନ୍ୟ ଜିବନ କୁ ବଂଚାଇ ଥାଏ । ଏହାକୁ ଗୁରୁତ୍ୱ ଦେଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ, ସମ୍ବାଦ ଆମ ଓଡିଶା, ଏଚ୍.ଡି.ଏଫ୍.ସି. ବ୍ୟାଙ୍କ, ବାଲିଗୁଡା ସାଖା ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କନ୍ଧମାଳ ଙ୍କ ମିଳିତ ସହଯୋଗରେ ଟିକାବାଲି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଏକ ଦିନିକିଆ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ଟିକାବାଲି ବ୍ଲକ୍ ଅଧ୍ୟକ୍ଷ ଦିଲ୍ଲିପ କୁମାର ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ତିକାବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ଅଧିକାରି ଡାକ୍ତର ଯୋତିରଞନ ଜେନା, ଫୁଲବାଣୀ ରକ୍ତ ଭଣ୍ଡାରର ସ୍ୱାସ୍ଥ୍ୟ ଅଧିକାରି ଡାକ୍ତର ଯୟଦିପ କୁମାର ଘୋଷ, ଟିକାବାଲି ଏ,ଏମ୍.ସି.ଏସ୍. ମହାବିଦ୍ୟାଳୟର ଅଧ୍ୟକ୍ଷ ନିରଞନ ପଣ୍ଡିତ ଯୋଗଦେଇ ଜିଲ୍ଲାରେ ରକ୍ତ ଭଣ୍ଡାରର ଆବଶ୍ୟକତା କୁ ଦେଖି ଏହିଭଳି ଶିବିର ର ଆବଶ୍ୟକତା ଅଛି ବିଲି ମତବ୍ୟକ୍ତ କରିଥିଲେ । ବିଶ୍ୱ ଏ.ଡ୍.ସ୍ ଦିବସ ୨୦୨୬ ଏବଂ ରେଡ୍ ରିବନ ସପ୍ତାହ ପାଳନ ଅବଶରରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ଅଂଚଳରୁ ୨୯ ଜଣ ବ୍ୟକ୍ତି ରକ୍ତଦାନ କରିଥିବା ବେଳେ ସେଥି ମଧ୍ୟରୁ ଟିକାବାଲି ଜିଲ୍ଲା ଶିକ୍ଷକ ଶିକ୍ଷା ଅନୁଷ୍ଠାନ ରୁ ମଧ୍ୟ ଛାତ୍ର ଛାତ୍ରୀ ମାନେ ସାମିଲ ଥିଲେ । ଜିଲ୍ଲାରେ ଆବଶ୍ୟକତା ଅନୁସାରେ ରକ୍ତ ୟୁନିଟ୍ ମିଳି ପାରୁ ନଥିବାରୁ ଏହି କ୍ୟାମ୍ପଟି ନିଶ୍ଚିତ ରୁପେ ଦୈନନ୍ଦିନ ଆସିଥିବା ରୋଗି ମାନଙ୍କ କ୍ଷେତ୍ରରେ ସହୟତା ହେବ ବୋଲି ସାଧାରଣରେ ଚର୍ଚା ହେଉଛି । ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରଟିକୁ ବରିଷ୍ଠ କର୍ମି ବିଶ୍ୱରଞନ କର ଓ ଗିରିଶ ଚନ୍ଦ୍ର ସାମଲ ପରିଚାଳନା କରିଥିବା ବେଳେ ସମ୍ବାଦ ର ପ୍ରତିନିଧି ରାମକୃଷ୍ଣ ଚୌଧୁରି ସହ ଯୋଗ କରିଥିଲେ । ଏଥି ସହିତ କ୍ୟାମ୍ପ କୁ ସଫଳ କରିବାରେ ଅନୁଷ୍ଠାନର ସ୍ଥାନୀୟ ଅଂଚଳର କର୍ମୀ ସୀତା ରଣା, ବିଷ୍ଣୁପ୍ରିୟା ପ୍ରଧାନ, ଅଞନା ବେହେରା, ରାମେଶ୍ୱରି ଦିଗାଲ, ସ୍ନେହଲତା ପ୍ରଧାନ, ନନ୍ଦିନି ପ୍ରଧାନ, ଯୋତ୍ସନା ଦିଗାଲ ପ୍ରମୁଖ ସ୍ଥାନୀୟ ଅଂଚଳର ଜନସାଧାରଣ ଙ୍କ ପାଖରେ ସୂଚନା ପହଂଚାଇଥିଲେ । ଫୁଲବାଣୀ ରକ୍ତ ଭଣ୍ଡାର ତରଫରୁ ପ୍ରଶାନ୍ତ କୁମାର ରତ୍ନାଳୁ, ପଂଚାନନ ସାହୁ, ସୁଜିତ କୁମାର ସାହୁ, ଅର୍ଚନା ପ୍ରଧାନ ଓ ସଂଯୁକ୍ତା ଦଳବେହେରା ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ