
ପୁରୀ, ୨୮ ନଭେମ୍ବର (ହି.ସ.)- ପୁରୀ ଜିଲ୍ଲାର କଣାସ ବ୍ଲକ୍ ଗଡ଼ିଶାଗୋଦା ଥାନା ଅଧିକାରୀ ଦିଲ୍ଲୀପ ଧଳଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୯ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ।
କଣାସ ବଡଓରା ଗ୍ରାମକୁ ଏକ ଅଭିଯୋଗର ତଦନ୍ତ ପାଇଁ ଆଇଆଇସି ଦିଲ୍ଲୀପ ଧଳ ଯାଇଥିବା ବେଳେ ସେଠାରେ କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣାରେ ଆଇଆଇସି ଶ୍ରୀ ଧଳ ଆହତ ହୋଇଛନ୍ତି । ସେ ବର୍ତମାନ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ତେବେ ଅଭିଯୋଗକାରୀ ତାଙ୍କୁ ଆକ୍ରମଣ କରିଥିଲେ ନା ଅନ୍ୟ କେହି ତାଙ୍କୁ ଆକ୍ରମଣ କରିଥିଲେ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ଘଟଣାରେ ପୋଲିସ ୯ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ