
ବଲାଙ୍ଗିର, ୨୮ ନଭେମ୍ବର (ହି.ସ.)- ତୃତୀୟ ସଂସ୍କରଣ -୨୦୨୬ ସି ଏମ୍ ଟ୍ରଫି ପାଇଁ ଫୁଟବଲ୍, ଭଲିବଲ, କବାଡି ଓ ଖୋ ଖୋ ଉଭୟ ବାଳକ ଓ ବାଳିକା ବର୍ଗର ଖେଳାଳି ଚୟନ ପାଇଁ ଫୁଟବଲ ବାଳକ ତା ୦୩/୧୨/୨୬, ବାଳିକା - ୦୪/୧୨/୨୦୨୬, ଭଲିବଲ -୦୫/୧୨/୨୬, କବାଡି ୦୬/୧୨/୨୦୨୬ ଓ ଖୋ ଖୋ ୦୭/୧୨/୨୬ ଉଭୟ ବାଳକ ଓ ବାଳିକା ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ୍ ଠାରେ ସକାଳ ୮ଟା ରେ ଉପସ୍ଥିତ ରହି ଭାଗନେବାକୁ ଅନୁରୋଧ ।
ଏଥି ସକାଶେ ପଞ୍ଜୀକୃତ ହୋଇଥିବା ଖେଳାଳିମାନେ ତାଙ୍କର ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ (ଓରିଜିନାଲ ଓ ଜେରକ୍ସ) ଓ ୨ଟି ପାସପୋର୍ଟ ଫୋଟୋ ସହିତ ଆସିବାକୁ ଜିଲ୍ଲା କ୍ରୀଡା ସଂସଦ, ବଲାଙ୍ଗିର ପକ୍ଷରୁ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ