ବିଶିଷ୍ଟ ବ୍ୟବସାୟୀ ବାଇଧର ମୋଦିଙ୍କ ଦେହାନ୍ତ; ଘଟଗାଁ ବ୍ୟବସାୟୀ ସଂଘ ପକ୍ଷରୁ ଶୋକସଭା
ଘଟଗାଁ, ୨୮ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ଘଟଗାଁର ବିଶିଷ୍ଟ ଲୁଗା ବ୍ୟବସାୟୀ ବାଇଧର ମୋଦିଙ୍କ ୭୪ ବର୍ଷ ବୟସରେ ଗତ ୨୪ ତାରିଖରେ ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ଘଟଗାଁ ବଜାର ସମେତ ତାଙ୍କ ନିଜ ଗ୍ରାମ ବଡ଼ଜାମୁପଶି ପଞ୍ଚାୟତ ଅନ୍ତର୍ଗତ ଦେହୁରୀପଶି ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍
ବିଶିଷ୍ଟ ବ୍ୟବସାୟୀ ବାଇଧର ମୋଦିଙ୍କ ଦେହାନ୍ତ; ଘଟଗାଁ ବ୍ୟବସାୟୀ ସଂଘ


ଘଟଗାଁ, ୨୮ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ଘଟଗାଁର ବିଶିଷ୍ଟ ଲୁଗା ବ୍ୟବସାୟୀ ବାଇଧର ମୋଦିଙ୍କ ୭୪ ବର୍ଷ ବୟସରେ ଗତ ୨୪ ତାରିଖରେ ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ଘଟଗାଁ ବଜାର ସମେତ ତାଙ୍କ ନିଜ ଗ୍ରାମ ବଡ଼ଜାମୁପଶି ପଞ୍ଚାୟତ ଅନ୍ତର୍ଗତ ଦେହୁରୀପଶି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସ୍ୱର୍ଗତ ମୋଦିଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଘଟଗାଁ ବ୍ୟବସାୟୀ ସଂଘ ପକ୍ଷରୁ ସ୍ଥାନୀୟ ପାଲା ମଣ୍ଡପଠାରେ ଏକ ଶୋକସଭା ଆୟୋଜନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ବ୍ୟବସାୟୀ ଓ ଅଞ୍ଚଳବାସୀ ଦିବଂଗତ ବାଇଧର ମୋଦିଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା କରିଥିଲେ।

ଏହି ଶୋକସଭାରେ ଦିଲ୍ଲୀପ କୁମାର ବେଜ, ବିଜୟ କୁମାର ପଲେଇ (ପାଗୁଳୁ), ଆଲୋକ ତ୍ରିପାଠୀ, ଅଙ୍କୁର ଧୀର, ଲକ୍ଷ୍ମୀ କମିଟିର ରାଜେନ୍ଦ୍ର କୁମାର ପଟ୍ଟନାୟକ, ପରୀକ୍ଷିତ ସାହୁ, ଗୁଣନିଧି ରାଉତ, ଶରତ ଚନ୍ଦ୍ର ସାହୁ, ନିର୍ମଳ ମହାନ୍ତି, କଳ୍ପତରୁ ଦାସ, ଦୟାନିଧି ପଲେଇ, ସମୀର ପ୍ରଧାନ, ମନୋରଞ୍ଜନ ସାହୁ, ରାକେଶ ପୃଷ୍ଟି, ଚିକୁ ସାହୁ, ଶ୍ରୀକାନ୍ତ ସାହୁ ଓ ଭୀମସେନ ବଳଙ୍କ ସମେତ ବହୁ ବ୍ୟବସାୟୀ ଓ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande