ଶାନ୍ତି, ସୁରକ୍ଷା ଓ ବିକାଶକୁ ନେଇ ମାଲକାନଗିରିରେ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ
ମାଲକାନଗିର, ୨୮ ନଭେମ୍ବର(ହି.ସ.) – ମାଲକାନଗିରି ଜିଲ୍ଲାରେ ଶାନ୍ତି, ସ୍ଥିରତା ଓ ସାମଗ୍ରିକ ବିକାଶକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆଜି ଅନୁଷ୍ଠିତ ହୋଇଛି। ବିଏସ୍ଏଫ୍ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଓ ଏସ୍ପି ବିନୋଦ ପ
ଶାନ୍ତି, ସୁରକ୍ଷା ଓ ବିକାଶକୁ ନେଇ ମାଲକାନଗିରିରେ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ


ମାଲକାନଗିର, ୨୮ ନଭେମ୍ବର(ହି.ସ.) – ମାଲକାନଗିରି ଜିଲ୍ଲାରେ ଶାନ୍ତି, ସ୍ଥିରତା ଓ ସାମଗ୍ରିକ ବିକାଶକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆଜି ଅନୁଷ୍ଠିତ ହୋଇଛି। ବିଏସ୍ଏଫ୍ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଓ ଏସ୍ପି ବିନୋଦ ପାଟିଲଙ୍କ ଉପସ୍ଥିତିରେ ଏହି ବୈଠକରେ ଜିଲ୍ଲାର ସୁରକ୍ଷା ବ୍ୟବସ୍ଥା ସହ ଜନକଲ୍ୟାଣ ଓ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ବୈଠକରେ ଜିଲ୍ଲାରେ ଶାନ୍ତି ଓ ଆଇନଶୃଙ୍ଖଳା ବଜାୟ ରଖିବା ସହ ସୁରକ୍ଷା ବାହିନୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ଦୁର୍ଗମ ଓ ଅପହଂଚ ଅଂଚଳରେ ବସବାସ କରୁଥିବା ଲୋକଙ୍କ ସୁରକ୍ଷା, ଜୀବିକାର ସୁଯୋଗ ସୃଷ୍ଟି ଏବଂ ସେମାନଙ୍କୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ସୁରକ୍ଷା ଓ ବିକାଶ ପରସ୍ପର ପରିପୂରକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଜିଲ୍ଲା ପ୍ରଶାସନ ଓ ସୁରକ୍ଷା ବାହିନୀ ମଧ୍ୟରେ ଉତମ ସମନ୍ୱୟ ରହିଲେ ଜନସାଧାରଣଙ୍କ ମଧ୍ୟରେ ଆସ୍ଥା ବୃଦ୍ଧି ସହ ଶାନ୍ତିପୂର୍ଣ୍ଣ ପରିବେଶ ଓ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରିବ। ବୈଠକରେ ବିଏସ୍ଏଫ୍ର ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ମାଲକାନଗିରିକୁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ପ୍ରଗତିଶୀଳ ଜିଲ୍ଲା ଭାବେ ଗଢ଼ିତୋଳିବା ସହ ଜନସାଧାରଣଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇଁ ସମସ୍ତଙ୍କ ସାମୂହିକ ପ୍ରୟାସ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande