କୂଚବିହାର ଟ୍ରଫିର ତୃତୀୟ ଦିବସ : ଓଡ଼ିଶା ଆଗରେ ୧୯୪ ରନର ବିଜୟ ଲକ୍ଷ୍ୟ
ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ରୋମାଞ୍ଚକର ମୁକାବିଲା, ଶେଷ ଦିନରେ ଓଡ଼ିଶାର ବିଜୟ ଆଶା ବଲାଙ୍ଗିର, 28 ନଭେମ୍ବର (ହି.ସ.)ବଲାଙ୍ଗିରର ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୧୯ ବର୍ଷରୁ କମ କୂଚବିହାର ଟ୍ରଫିର ଓଡ଼ିଶା ଓ ଗୋଆ ମଧ୍ୟରେ ମୁକାବିଲାର ତୃତୀୟ ଦିବସ ଖେଳ ଶେଷ ହୋଇଛି। ତୃତୀୟ ଦିନର ଖେଳ ଶେଷ ସୁ
କୂଚବିହାର ଟ୍ରଫିର ତୃତୀୟ ଦିବସ : ଓଡ଼ିଶା ଆଗରେ ୧୯୪ ରନ୍ର ବିଜୟ ଲକ୍ଷ୍ୟ


ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ରୋମାଞ୍ଚକର ମୁକାବିଲା, ଶେଷ ଦିନରେ ଓଡ଼ିଶାର ବିଜୟ ଆଶା

ବଲାଙ୍ଗିର, 28 ନଭେମ୍ବର (ହି.ସ.)ବଲାଙ୍ଗିରର ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୧୯ ବର୍ଷରୁ କମ କୂଚବିହାର ଟ୍ରଫିର ଓଡ଼ିଶା ଓ ଗୋଆ ମଧ୍ୟରେ ମୁକାବିଲାର ତୃତୀୟ ଦିବସ ଖେଳ ଶେଷ ହୋଇଛି। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଓଡ଼ିଶା ଦଳ ଆଗରେ ଗୋଆକୁ ୧୯୪ ରନ୍ର ବିଜୟ ଲକ୍ଷ୍ୟ ରହିଛି। ଶେଷ ଦିନର ଖେଳକୁ ନେଇ ମ୍ୟାଚ୍ରେ ରୋମାଞ୍ଚ ବଢ଼ିଛି।

ଓଡ଼ିଶା ଦଳ ନିଜର ପ୍ରଥମ ଇନିଂସରେ ୯୪ ଓଭର ଖେଳି ୧୮୭ ରନ୍ରେ ସମସ୍ତ ଉଇକେଟ ହରାଇଥିଲା। ଦଳ ପକ୍ଷରୁ ବେଦାନ୍ତ ଭି. ଦେବହାଡେ ୪୧ ରନ୍ ଏବଂ ଆଦିତ୍ୟ ଆନନ୍ଦ ୪୦ ରନ୍ କରି ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ। ଗୋଆ ପକ୍ଷରୁ ଚିଗୁରୁପତି ଭେଙ୍କଟ ୪ଟି ଏବଂ ଶାମିକ କାମତ ୩ଟି ଉଇକେଟ ହାସଲ କରିଥିଲେ।

ଏହାପରେ ଗୋଆ ଦଳ ନିଜର ଇନିଂସରେ ୪୩.୩ ଓଭର ଖେଳି ୧୨୯ ରନ୍ରେ ସମସ୍ତ ଉଇକେଟ ହରାଇଥିଲା। ଗୋଆ ପକ୍ଷରୁ ମୋହିତ ଯାଦବ ୪୧ ରନ୍, ପ୍ରୟାଣ ପ୍ରାନ୍ତିକ ସାମଲ ୩୯ ରନ୍ ଏବଂ ଆଦିତ୍ୟ ଆର୍. କେ. ୨୨ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ କମଳେଶ ପାତ୍ର ୩ଟି ଏବଂ ରାଜ୍ ଯାଦବ ୩ଟି ଉଇକେଟ ନେଇ ଗୋଆ ଇନିଂସକୁ ସୀମିତ ରଖିଥିଲେ।

ଏହି ମୁକାବିଲାରେ ଗୋଆର ଇନିଂସ ଶେଷ ହେବା ପରେ ଓଡ଼ିଶା ଦଳ ଆଗରେ ୧୯୩ ରନ୍ର ବିଜୟ ଲକ୍ଷ୍ୟ ରହିଛି। ମ୍ୟାଚ୍ର ଶେଷ ଦିନରେ ଏହି ଲକ୍ଷ୍ୟ ହାସଲ କରି ଓଡ଼ିଶା ବିଜୟୀ ହେବା ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ରହିଛି।

ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ଏହି ଯୁବ କ୍ରିକେଟ୍ ମୁକାବିଲାର ଶେଷ ଦିନ ଖେଳ ଉପରେ ସମସ୍ତଙ୍କ ନଜର ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande