
ବଲାଙ୍ଗିର, ୨୮ ନଭେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ବେଆଇନ ମଦ, ଗଞ୍ଜେଇ, କୋରେକ୍ସ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ କାରବାର ବଢ଼ି ଚାଲିଥିବା ବେଳେ ଅବକାରୀ ଅଧିକାରୀ ଭବାନୀ ବେହେରା ଯୋଗ ଦେବା ଦିନ ଠାରୁ କେତେକ ବେଆଇନ ନିଶା କାରବାର ଓ ବେଆଇନ ନିଶା ଦ୍ରବ୍ୟ ଉପରେ ରୋକ୍ ଲଗାଇବାରେ ଅଣ୍ଟା ଭିଡି ଧର ପଗଡ ଚଳାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଯେ ଆଜି ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅଞ୍ଚଳରେ ବେଆଇନ୍ ଭାବେ ଗଚ୍ଛିତ ମହୁଲ ଫୁଲ ଜବତ କରି ଜଣକୁ ଗିରଫ କରିଛନ୍ତି। ଲରମ୍ଭା ଥାନା ଖୁର୍ସେଲ ଗାଁ ର ସୁମନ୍ତ ସାହୁ ୩୨ କ୍ଵିଣ୍ଟାଲ ମହୁଲ ଫୁଲ ବେଆଇନ ଭାବେ ଗଚ୍ଛିତ ରଖିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଭବାନୀ ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଆଜି ୩୨ କ୍ଵିଣ୍ଟାଲ ମହୁଲ ଫୁଲ ଜବତ କରିବା ସହ ଅଭିଯୁକ୍ତ ସୁମନ୍ତ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ଏହି ଚଢ଼ଉରେ ଅବକାରୀ ଅଧିକାରୀ ଭବାନୀ ବେହେରା, ଏ ଏସ୍ ଆଇ ପିଣ୍ଟୁ ସାହୁ, କନେଷ୍ଟବଳ ବିନୟ ପଟେଲ, କନେଷ୍ଟବଳ ଗୁଣମତୀ ମାଝୀ, କନେଷ୍ଟବଳ ନିତିଶ ତରିଆ, ଖପ୍ରାଖୋଲ ଅବକାରୀ ଅଧିକାରୀ ବସନ୍ତ ବିଶିଙ୍କ ସହ କନେଷ୍ଟବଳ ଜିତେନ୍ଦ୍ର ମଲ୍ଲିକ, ମୋତିଲାଲ ସାଗର, ବିସ୍ମୟ ଗଡତ୍ୟା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଅଞ୍ଚଳରେ କୋରେକ୍ସ ମାଫିଆ ମାନଙ୍କ ରାଜ୍ ମଧ୍ୟ ରହିଛି ତା' ଉପରେ ମଧ୍ୟ ଦୃଷ୍ଟି ଆକର୍ଷଣ କରି ଉଚିତ୍ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ