ନାଟ୍ୟମହର୍ଷୀ ଗୁରୁ ଭଗବାନ ସାହୁଙ୍କ ଶ୍ରଦ୍ଧାଞ୍ଜଳି
ସମ୍ବଲପୁର, ୨୮ ନଭେମ୍ବର(ହି.ସ.) – ଅଗ୍ରଣୀ ସାମାଜିକ ସଙ୍ଗଠନ ପଶ୍ଚିମାଂଚଳ ଏକତା ମଂଚ ପକ୍ଷରୁ ଶନିବାର ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ନାଟ୍ୟମହର୍ଷୀ ଗୁରୁ ଭଗବାନ ସାହୁଙ୍କ ଶ୍ରଦ୍ଧାଞ୍ଜଳୀ ଅର୍ପଣ ଯାଇଛି। ବୈଠକରେ ଗୁରୁ ଭଗବାନ ସାହୁ ସମ୍ବଲପୁରୀ ନାଟକ ଜରିଆରେ ସାମାଜିକ ପରିବର୍ତନ ଆଣିବାରେ ସଫ
ନାଟ୍ୟମହର୍ଷୀ ଗୁରୁ ଭଗବାନ ସାହୁଙ୍କ ଶ୍ରଦ୍ଧାଞ୍ଜଳି


ସମ୍ବଲପୁର, ୨୮ ନଭେମ୍ବର(ହି.ସ.) – ଅଗ୍ରଣୀ ସାମାଜିକ ସଙ୍ଗଠନ ପଶ୍ଚିମାଂଚଳ ଏକତା ମଂଚ ପକ୍ଷରୁ ଶନିବାର ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ନାଟ୍ୟମହର୍ଷୀ ଗୁରୁ ଭଗବାନ ସାହୁଙ୍କ ଶ୍ରଦ୍ଧାଞ୍ଜଳୀ ଅର୍ପଣ ଯାଇଛି। ବୈଠକରେ ଗୁରୁ ଭଗବାନ ସାହୁ ସମ୍ବଲପୁରୀ ନାଟକ ଜରିଆରେ ସାମାଜିକ ପରିବର୍ତନ ଆଣିବାରେ ସଫଳ ହୋଇଥିବା ନେଇ ଆଲୋଚନା କରାଯାଇଥିଲା। ଗୁରୁ ଭଗବାନ ସାହୁ ନିଜ ନାଟକ ଦଳ ଜରିଆରେ ସମ୍ବଲପୁରୀ ଭାଷା, ସମ୍ବଲପୁରୀ ନାଚ ସହ ଅଂଚଳର ଶାସ୍ତ୍ରୀୟ ନୃତ୍ୟ ଶବ୍ଦନୃତ୍ୟକୁ ପ୍ରଚାର ପ୍ରସାର କରିଥିବା ବିଷୟରେ ବୈଠକରେ ପଶ୍ଚିମାଂଚଳ ଏକତା ମଂଚର ଆବାହକ ଭବାନୀଶ ଭୋଇ ଆଲୋଚନା କରିଥିଲେ। ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ସମ୍ବଲପୁରୀ ଭାଷା, ସଂସ୍କୃତି ପାଇଁ ବିଶେଷ ଅବଦାନ ଦେଇଥିବା ବ୍ୟକ୍ତି ବିଶେଷଙ୍କ ବିଷୟରେ ଫଟୋ ଚିତ୍ର ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମରେ ଚର୍ଚ୍ଚା କରାଯାଇଥିଲା। ଏହି ଅବସରରେ ସମ୍ବଲପୁରୀ ଭାଷାର ସାମ୍ବିଧାନିକ ସ୍ୱିକୃତି ପାଇଁ ଆସନ୍ତା ଡିସେମ୍ବର ୧୯ ଏବଂ ୨୦ ତାରିଖରେ ଆୟୋଜିତ ହେବାକୁ ଥିବା ଷଷ୍ଠ ଜାତୀୟ ସମ୍ବଲପୁରୀ ସମ୍ମିଳନୀର ଆୟୋଜନ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଦୁଇଦିନିଆ ଜାତୀୟ ସମ୍ମିଳନୀରେ ସମ୍ବଲପୁରୀ ଭାଷାର ବିଶେଷଜ୍ଞମାନଙ୍କୁ ନେଇ ଆଳୋଚନାଚକ୍ର ସହ ସମ୍ବଲପୁରୀ ନୃତ୍ୟ ଗୀତ ଏବଂ ଖାଦ୍ୟପେୟର କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଭାରତୀ ସମାଜ ର ସହ ସଂଚାଳକ ଗୋପବନ୍ଧୁ ସେନାପତି, ସାଂସ୍କୃତିକ ସଂଯୋଜକ ରଂଜିତ କୁମାର ସାହୁ, ପ୍ରେମ ସାହାଣୀ, ରାହୁଲ ଗୁପ୍ତା, ମାନସ ରଞ୍ଜନ ବକ୍ସୀ, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande