ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ନାଟ୍ୟକଳା ଉତ୍ସବ
ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ନାଟ୍ୟକଳା ଉତ୍ସବ
ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ନାଟ୍ୟକଳା ଉତ୍ସବ


ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ନାଟ୍ୟକଳା ଉତ୍ସବ


ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ନାଟ୍ୟକଳା ଉତ୍ସବ


ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ନାଟ୍ୟକଳା ଉତ୍ସବ


ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ନାଟ୍ୟକଳା ଉତ୍ସବ


ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ନାଟ୍ୟକଳା ଉତ୍ସବ


ସମ୍ବଲପୁର, ୨୮, ନଭେମ୍ବର (ହି.ସ.) ସମ୍ବଲପୁରର ସର୍ବପୁରାତନ ନାଟ୍ୟସଂସ୍ଥା ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ଆୟୋଜିତ ନାଟ୍ୟକଳା ଉତ୍ସବ- ୨୦୨୬ ର ପ୍ରଥମ ଦିନରେ ଏଭର ସମ୍ବଲପୁରୀ ନାଟକ ଥି ଲୋକ ଉପାଦାନ ଶୀର୍ଷକ ଏକ ଆଲୋଚନାଚକ୍ର ଜେଲ ଛକ ସମ୍ବଲପୁର କଳାକେନ୍ଦ୍ର ମଞ୍ଚ ରେ ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଟ ନାଟ୍ୟବିତ୍ ଡ. ଶ୍ୟାମ ସୁନ୍ଦର ଧରଙ୍କ ସଭାପତିତ୍ୱରେ ଆୟୋଜିତ 'ଏଭର୍ ସମ୍ବଲପୁରୀ ନାଟକଥି ଲୋକ୍ ଉପାଦାନ୍' ଶୀର୍ଷକ ଆଲୋଚନା ସଭାରେ ମୁଖ୍ୟ ଅତିଥି ଭାବରେ ଡ. ଦ୍ୱାରିକାନାଥ ନାୟକ ଯୋଗଦେଇ କହିଥିଲେ ଯେ, ପଶ୍ଚିମ ଓଡିଶାରେ ସବୁଠାରୁ ବେଶି ସମ୍ବଲପୁରୀ ନାଟକ ସମ୍ବଲପୁରରେ ହିଁ ମଞ୍ଚନ ହେଉଛି l ସମ୍ବଲପୁରୀ ଭାଷାରେ ନାଟକ ଲେଖା ପାଖାପାଖି ଶହେ ବର୍ଷ ହୋଇଗଲାଣି ଏବଂ ଭାଷା ପ୍ରସାରର ସବୁଠାରୁ ବଡ ମାଧ୍ୟମ ସମ୍ବଲପୁରୀ ହିଁ ନାଟକ ସାଜିଛି l

ଏହି ଅବସରରେ ଆଲୋଚକ ନାଟ୍ୟବିତ ପ୍ରଦୀପ କୁମାର ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥିଲେ, ପ୍ରାୟ ସମସ୍ତ ସମ୍ବଲପୁରୀ ନାଟକରେ ଅଳ୍ପ ବେଶି ଲୋକ ଉପାଦାନର ପ୍ରଭାବ ରହିଛି। ସଙ୍ଗୀତ,ସଂଳାପ ଚରିତ୍ର ସମ୍ବଲପୁରୀ ନାଟକରେ ସବୁଠି ଲୋକ ଉପାଦାନ ଭରି ରହିଛି। ମୌଳିକ ସମ୍ବଲପୁରୀ ନାଟକ ଲୋକ ଉପାଦାନ ବିନା ଅସମ୍ଭବ l ଆଲୋଚକ ସତ୍ୟରଞ୍ଜନ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, କୌଣସି ସମାଜର ପ୍ରକୃତ ପରିଚୟ ସେହି ସମାଜର ସଂସ୍କୃତି ଉପରେ ନିହିତ, ଯାହାର ନିଛକ ରୂପ ରହିଥାଏ ସେହି ଅଞ୍ଚଳର ଲୋକ ସଂସ୍କୃତିରେ l ଏହାର ତୀବ୍ର ପ୍ରତିଫଳନ ଆମେ ନାଟକରେ ପାଇଥାଉ l ଶ୍ରୀ ବେହେରା ଏହି ମାଧ୍ୟମରେ ଅନେକ ଗୁଡିଏ ସମ୍ବଲପୁରୀ ନାଟକର ଦୃଷ୍ଟାନ୍ତ ଦେଇଥିଲେ l ଅନ୍ୟତମ ଆଲୋଚକ ଡ. ମାନସ ରଞ୍ଜନ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ଲୋକ ଉପାଦାନ ହେଉଛି ସମ୍ବଲପୁରୀ ନାଟକର ଆତ୍ମା। l ଲୋକ ଉପାଦାନକୁ ଛାଡି ସମ୍ବଲପୁରୀ ନାଟକର ଅସ୍ଥିତ୍ୱ ନାହିଁ l ଯେଉଁ ଧାରା ଏତେଦିନ ହେଲା ଜାରି ରହିଛି l ଶେଷରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ କଳା ବିଭାଗର ସହକାରୀ ପ୍ରଫେସର ଆଲୋଚକ ଡ. ଚନ୍ଦ୍ରକାନ୍ତ ମହାନନ୍ଦ ଲୋକ ଉପାଦାନ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ 'ଲୋକ'କୁ ଜାଣିବାକୁ ହେବ ବୋଲି କହିଥିଲେ l ପ୍ରାୟତଃ ସମାଜରେ ଦରିଦ୍ର ଖଟିଖିଆ ଶ୍ରେଣୀର ବ୍ୟକ୍ତି ହିଁ ଲୋକକଳାକୁ ବଞ୍ଚାଇ ରଖୁଛି l ଜୀବନ ବଞ୍ଚିବାର ଶୈଳୀରୁ ପରୋକ୍ଷରେ କଳାର ସୃଷ୍ଟି ତେଣୁ ଆମକୁ ନାଟ୍ୟକଳାକୁ ଗଭୀର ଅଧ୍ୟୟନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ l ପ୍ରାରମ୍ଭରେ ଦିବଂଗତ ନାଟ୍ୟକାର ଶୈଳେଶ ଚନ୍ଦ୍ର ପଟ୍ଟନାୟକ ଓ ନାଟ୍ୟ ସଙ୍ଗଠକ ମନୋରଞ୍ଜନ ପାଢୀଙ୍କ ଅମର ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା l ଅନୁଷ୍ଠାନର ସହ ସମ୍ପାଦକ ବିରୂପାକ୍ଷ ପ୍ରଧାନ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଉପଦେଷ୍ଟା ସୂର୍ଯ୍ୟ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ l ସମ୍ପାଦକ ଡଃ ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ସହ ସ୍ୱାଗତ ଭାଷଣ ଦେଇଥିଲେ l ଶେଷରେ ଅନୁଷ୍ଠାନର ଉପଦେଷ୍ଟା ଶିରୀଷ ଚନ୍ଦ୍ର ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ l ସଭ୍ୟ ସଭ୍ୟା ତଥା ରଞ୍ଜନା ପୃଷ୍ଟି, ସଂଯୁକ୍ତା ପଣ୍ଡା, ଗୋରେଖ ଲାଲ ଦାଶ,ପୂର୍ଣ୍ଣଚନ୍ଦ୍ର ଦାଶ, ଅଶୋକ କୁମାର ମିଶ୍ର, ଯୋଗେଶ ନନ୍ଦ, ପ୍ରଶାନ୍ତ ମହାରଣା, ଅଶୋକ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande